ETV Bharat / state

ତତ୍‌କାଳ ଟିକେଟ ଦେବା ନାଁରେ ଠକେଇ, ଓଡିଆ ଯୁବକକୁ ବାନ୍ଧିଲା ବିଶାଖାପଟନମ ପୋଲିସ - କଟକ ଜିଲ୍ଲା କମାରପଡ଼ା

ଆଇଆରସିଟିସି ଇ-ଟିକେଟ ୱେବସାଇଟକୁ ହ୍ୟାକ କରି ଲୋକଙ୍କୁ ତତ୍‌କାଳରେ ଇ-ଟିକେଟ ଦେଉଥିବା ଦୁଇଜଣ ଠକଙ୍କୁ ଗିରଫ କରିଛି ବିଶାଖାପଟନମ ଆରପିଏଫ । ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଓଡି଼ଆ । ଅଧିକ ପଢ଼ନ୍ତୁ...

Vishakahapattnam Railway Protection Force, RPF arrested two fake agent of IRCTC,  IRCTC e-ticket portal hacked,  generation of tatkal tickets, IRCTC,  IRCTC e-ticket portal, ଆଇଆରସିଟିସିର ଠକ ଏଜେଣ୍ଟ, ବିଶାଖାପଟ୍ଟମ ଆରପିଏଫ, କଟକ ଜିଲ୍ଲା କମାରପଡ଼ା, ଆଇଆରସିଟିସି ୱେବସାଇଟ ହ୍ୟାକ
ବିଶାଖାପଟ୍ଟନମରୁ ଗିରଫ ହେଲେ ଆଇଆରସିଟିସିର ଠକ ଏଜେଣ୍ଟ
author img

By

Published : Dec 10, 2019, 10:29 PM IST

ହାଇଦ୍ରାବାଦ: ଆଇଆରସିଟିସି ଏଜେଣ୍ଟ ସାଜି ଲୋକଙ୍କୁ ଠକୁଥିବା ଦୁଇଜଣ ଠକଙ୍କୁ ମଙ୍ଗଳବାର ବିଶାଖାପଟନମ ଆରପିଏଫ ଗିରଫ କରିଛି । ଉକ୍ତ ବ୍ୟକ୍ତି ଜଣଙ୍କ ‘ANMS’ ସଫ୍ଟୱେୟାର ମାଧ୍ୟମରେ ଆଇଆରସିଟିସି ୱେବସାଇଟକୁ ହ୍ୟାକ କରି ଲୋକଙ୍କୁ ତତ୍‌କାଳରେ ଇ-ଟିକେଟ ଯୋଗାଉଥିଲେ । ଆରପିଏଫ ପକ୍ଷରୁ ଦୁଇଟି ସ୍ଥାନରେ ହୋଇଥିବା ଚଢ଼ାଉରେ 14.83 ଲକ୍ଷ ଟଙ୍କା ମୂଲ୍ୟର ଟିକେଟ ଜବତ ହୋଇଛି । ଏହି ଠକ ଜଣକ କଟକ ଜିଲ୍ଲା କମାରପଡ଼ା ଅଞ୍ଚଳର ସମୀର କୁମାର ପ୍ରଧାନ ବୋଲି ଜଣା ପଡିଛି ।

Vishakahapattnam Railway Protection Force, RPF arrested two fake agent of IRCTC,  IRCTC e-ticket portal hacked,  generation of tatkal tickets, IRCTC,  IRCTC e-ticket portal, ଆଇଆରସିଟିସିର ଠକ ଏଜେଣ୍ଟ, ବିଶାଖାପଟ୍ଟମ ଆରପିଏଫ, କଟକ ଜିଲ୍ଲା କମାରପଡ଼ା, ଆଇଆରସିଟିସି ୱେବସାଇଟ ହ୍ୟାକ
ବିଶାଖାପଟ୍ଟନମରୁ ଗିରଫ ହେଲେ ଆଇଆରସିଟିସିର ଠକ ଏଜେଣ୍ଟ

ସୂଚନା ଅନୁସାରେ, ଅଭିଯୁକ୍ତ ସମୀର ବିଶାଖାପଟନମର ପରୱାଡାରେ ଏକ ଫାର୍ମା କମ୍ପାନୀରେ କାମ କରୁଥିଲେ । ଏହା ସହ ଏମ/ଏସ ଏସପି ଟୁର୍ସ ଆଣ୍ଡ ଟ୍ରାଭେଲ୍ସ ନାମରେ ଏକ ସଂସ୍ଥା ଚଳାଇଥିଲେ ଓ ଲୋକଙ୍କୁ ଇ-ଟିକେଟ ବିକ୍ରି କରୁଥିଲେ । ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ ଟିକେଟ ପାଇଁ 200-300ଟଙ୍କା ମାର୍ଜିନ ନେଉଥିଲେ । ତେବେ ମଙ୍ଗଳବାର ବିଶ୍ବସ୍ଥ ସୁତ୍ରରୁ ଖବର ପାଇ ବିଶାଖାପଟନମ ଆରପିଏଫ ଇସନ୍ସପେକ୍ଟର ପି. ଶ୍ରୀନିବାସା ଓ ଆର.କେ ରାଓଙ୍କ ନେତୃତ୍ବରେ ଦୁଭାଡା ସ୍ଥିତ ମ/ଏସ ଏସପି ଟୁର୍ସ ଆଣ୍ଡ ଟ୍ରାଭେଲ୍ସରେ ଚଢ଼ାଉ କରିଥିଲା । ସେଠାରୁ 11.31 ଲକ୍ଷ ଟଙ୍କା ମୁଲ୍ୟର 582ଟି ଇ-ଟିକେଟ, ଦୁଇଟି ଲାପଟପ, ମୋବାଇଲ ଫୋନ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ କରିଛି । ଅଭିଯୁକ୍ତ ସମୀର 95ଟି ଫେକ ଆଇଡି ବ୍ୟବହାର କରୁଥିବା ସୂଚନା ଦେଇଛି ଆରପିଏଫ । ଅଭିଯୁକ୍ତଙ୍କୁ ଗିରଫ କରି ଭିଆଇ ଏମଏମ ରୟାଲ କୋର୍ଟରେ ହାଜର କରାଯାଇଛି ।

ସେହିପରି ତାଟିଚେତଲାପେଲମରେ ଚଢ଼ାଉ କରି 3.52 ଲକ୍ଷ ଟଙ୍କା ମୁଲ୍ୟର 129ଟି ଟିକେଟ ଜବତ କରିବା ସହ ୟୁ. ଦୁର୍ଗା ରାଓ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.