କଟକ: ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତରେ ସ୍ତବ୍ଧ ସାରା ରାଜ୍ୟ । ଆଜି (ଶନିବାର) କଟକ କ୍ୟାଣ୍ଟେନମେଣ୍ଟ ସ୍ଥିତ ତାଙ୍କ ସରକାରୀ ବାସଭବନକୁ ମରଶରୀର ଆସିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଥିଲା ଉକ୍ତ ସ୍ଥାନ । ତାଙ୍କ ଶେଷ ଦର୍ଶନ କରିବାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା ।
ସେ ଏପରି ଜଣେ ବ୍ୟକ୍ତିତ୍ୱ ଥିଲେ, ଅଫିସରେ ସମସ୍ତ କର୍ମଚାରୀଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ । ଏପରିକି ତଳିଆ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀଙ୍କ ପାରିବାରିକ ସମସ୍ୟା ପଚାରି ବୁଝୁଥିଲେ । ଏପରି ଜଣେ ଅଫିସର ଆଉ କେବେ ମିଳିବେନି ବୋଲି କୋହ ଭରା କଣ୍ଠରେ ପ୍ରତିକ୍ରିୟା ଦେଇଛନ୍ତି ଭିଜିଲାନ୍ସ ଅଫିସର ଜଣେ କର୍ମଚାରୀ । କେବଳ କର୍ମଚାରୀ କାହିଁକି କଟକବାସୀ ବି ତାଙ୍କ ମୃତ୍ୟୁ ଖବର ପାଇ ମର୍ମାହତ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ