ETV Bharat / state

ଆସିଲା ହାଜତ ମୃତ୍ୟୁ ରାୟ, 32 ବର୍ଷ ପରେ ଜେଲ ଯିବେ 2 ପୂର୍ବତନ ପୋଲିସ - custodial death case verdict

ଦୀର୍ଘ 32 ବର୍ଷ ତଳେ କଟକ ପୁରୀଘାଟ ଥାନାରେ ଘଟିଥିବା ହାଜତ ମୃତ୍ୟୁ ମାମଲାରେ ରାୟ ଶୁଣାଇଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ...

verdict of cuttack custodial death case
୩୨ ବର୍ଷ ପରେ ଆସିଲା ହାଜତ ମୃତ୍ୟୁ ରାୟ
author img

By

Published : Nov 10, 2020, 9:00 AM IST

କଟକ: ଦୀର୍ଘ 32 ବର୍ଷ ପରେ ଆସିଲା ହାଜତ ମୃତ୍ୟୁ ରାୟ । 32 ବର୍ଷ ତଳେ କଟକ ପୁରୀଘାଟ ଥାନାରେ ଘଟିଥିବା ହାଜତ ମୃତ୍ୟୁ ମାମଲାରେ ରାୟ ଶୁଣାଇଛନ୍ତି ହାଇକୋର୍ଟ । ଏହି ଜଘନ୍ୟ ଅପରାଧ କରିଥିବା 2 ପୋଲିସ ଅଧିକାରୀଙ୍କୁ ସଜା ଶୁଣାଯାଇଛି। ଦୋଷୀ ସାବ୍ୟସ୍ତ ତତ୍କାଳୀନ ଥାନାଧିକାରୀ ପ୍ରଭାତ ମହାନ୍ତି ଓ ସବଇନ୍ସିପେକ୍ଟର ପ୍ରତାପ ଚୌଧୁରୀଙ୍କୁ ବର୍ଷେ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି । ଦୁଇ ସପ୍ତାହ ଭିତରେ ଉଭୟ ଆତ୍ମସମର୍ପଣ କରିବେ ଏବଂ ଏଭଳି ମାମଲାର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ପୋଲିସ ବିଭାଗକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଆହୁରିମଧ୍ୟ, ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଉତ୍ତରାଧିକାରୀଙ୍କୁ ଏକ ମାସ ଭିତରେ 3 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

verdict of cuttack custodial death case
୩୨ ବର୍ଷ ପରେ ଆସିଲା ହାଜତ ମୃତ୍ୟୁ ରାୟ

ଜଣେ ବ୍ୟକ୍ତିଙ୍କ ଉପରେ ହାଜତରେ ନିର୍ଯାତନା ଅନେକ ସମୟରେ ତାଙ୍କ ମୃତ୍ୟୁର କାରଣ ହେଉଥିବା ବେଳେ ଏହା ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ । ଏଭଳି କାର୍ଯ୍ୟ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ହାଜତ ନିର୍ଯାତନା ଓ ରେକର୍ଡରେ ଜାଲିଆତି ସଂପର୍କିତ ଏକ ମାମଲାର ଶୁଣାଣି କରି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଦ୍ବାରା ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଏପରି କାର୍ଯ୍ୟ ମାନବିକତା ବିରୋଧରେ ଅପରାଧ ଓ ନାଗରିକଙ୍କୁ ସମ୍ବିଧାନର ଧାରା ୨୧ରେ ପ୍ରଦାନ କରାଯାଇଥିବା ଅଧିକାରର ଉଲ୍ଲଂଘନ । ନିଜକୁ ଆଇନର ଉର୍ଦ୍ଧ୍ବରେ ଭାବୁଥିବା ଏପରି ପୋଲିସ ଅଧିକାରୀ ନିଜ ବିଭାଗର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଥାନ୍ତି । ଏହି ବ୍ୟାଧି ଉପରେ ଅଙ୍କୁଶ ପାଇଁ ଏପରି ପୁଲିସ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ନଚେତ ଅପରାଧିକ ମାମଲାରେ ନ୍ୟାୟ ପ୍ରଦାନ ପ୍ରକ୍ରିୟାର ମୂଳଦୁଆ ଦୋହଲି ଯିବ ଓ ଲୋକମାନେ ନ୍ୟାୟପାଳିକା ଉପରେ ଅସ୍ଥା ହରାଇବେ ।

verdict of cuttack custodial death case
୩୨ ବର୍ଷ ପରେ ଆସିଲା ହାଜତ ମୃତ୍ୟୁ ରାୟ

ସୂଚନାଯୋଗ୍ୟ, 1985 ମସିହାରେ କଟକ ରାଜବଗିଚାର ବାସିନ୍ଦା କାଶିନାଥ ନାଏକ ହାଜତ ମୃତ୍ୟୁର ଶିକାର ହୋଇଥିଲେ । ଏନେଇ 1988, ମେ 5 ତାରିଖରେ କଟକ ସିଟି ଡିଏସପିଙ୍କ ନିକଟରେ କୁଶିଆ ଜେନା ନାମକ ଜଣେ ବ୍ୟକ୍ତି ଏତଲା ରୁଜୁ କରି ଦର୍ଶାଇଥିଲେ ଯେ ପୂର୍ବଦିନ କାଶୀନାଥ ନାୟକଙ୍କ ସହିତ ସେ ଡାକରା ପାଇ ଥାନାକୁ ଯାଇଥିବା ବେଳେ କାଶୀନାଥଙ୍କୁ ସେଠାରେ ପୋଲିସ ଅଧିକାରୀ ଅଟକାଇ ମାଡ ମାରିଥିଲେ । ରାତିରେ ଗୁରୁତର ଅବସ୍ଥାରେ କାଶୀନାଥଙ୍କୁ ଥାନାରୁ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ କାଶୀନାଥଙ୍କ ମୃତ୍ୟୁ ହୋଇଥିଲା । ଏନେଇ ପୁରୀଘାଟ ଲାଲାବାଗ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ଇନ୍ସିପେକ୍ଟର ତଦନ୍ତ ଭାର ନେଇଥିଲେ । 1988 ମସିହାରେ ମାମଲାରେ ସମ୍ପୃକ୍ତ ଦୁଇ ଅଧିକାରୀଙ୍କୁ ସେସନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ତତ୍କାଳୀନ ଆଇଆଇସିଙ୍କୁ 5 ବର୍ଷ ଓ ଏସଆଇଙ୍କୁ 7 ବର୍ଷ ପାଇଁ ସଜା ଶୁଣାଯାଇଥିଲା । ମାତ୍ର ସେହି ବର୍ଷ ଉଭୟଙ୍କୁ ହାଇକୋର୍ଟରୁ ଜାମିନ ମଧ୍ୟ ମିଳିଥିଲା । ହେଲେ ପୀଡିତଙ୍କ ପରିବାର ନ୍ୟାୟ ପାଇଁ କୋର୍ଟର ଦ୍ବାରସ୍ତ ହୋଇଥିଲେ । 32 ବର୍ଷ ପରେ ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି । ଯେହେତୁ ଦୋଷୀ ଦ୍ବୟଙ୍କ ବୟସ ଅଧିକ ହୋଇଯାଇଛି, ଏଣୁ ଉଭୟ ଦୋଷୀ ଏକ ବର୍ଷ ଲେଖାଏଁ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.