କଟକ: ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି ପରିବା ଦରଦାମ । ଏପଟେ ଆକାଶ ଛୁଆଁ ଦର ପାଇଁ ସାଧାରଣ ଲୋକଙ୍କୁ ପରିବା କିଣିବା କଷ୍ଟକର ହୋଇପଡୁଛି । ତେବେ ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ଏସୟୁସିଆଇ (କମ୍ୟୁନିଷ୍ଟ) । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ସଂଗଠନ ।
କୋରୋନା ସମୟରେ ସଧାରଣ ଲୋକ ଜୀବିକା ହରାଇଥିବା ବେଳେ ସରକାରଙ୍କର ଭୁଲ ନୀତି ପାଇଁ ସେମାନଙ୍କ ଆୟ ଠାରୁ ବ୍ୟୟ ଠାରୁ ଅଧିକା ହେବାକୁ ହେବାକୁ ବସିଲାଣି । ଏବେ ପରିବା ଦର ଆକାଶ ଛୁଆଁ ହେଲାଣି । ତେବେ ସାଧାରଣ ଲୋକଟି ଖାଇବ କଣ ଓ ବଞ୍ଚିବ କେମିତି ବୋଲି ପ୍ରଶ୍ନ କରିଛି ସଂଗଠନ ।
ସରକାର କେବଳ ସଂସଦରେ ବିଲ ପାସ କରି ପ୍ରହସନ କରୁଥିବା ସଂଗଠନ ଅଭିଯୋଗ କରିଛି । ହେଲେ ସାଧାରଣ ଲୋକଟିର ଦୁଃଖ କେହି ବୁଝୁନଥିବା ଦଳ ପକ୍ଷରୁ କୁହାଯାଇଛି । ଯଦି ଆଗାମୀ ଦିନରେ ଦରଦାମ ନିୟନ୍ତ୍ରଣକୁ ନଆସେ ତେବେ ଉଭୟ ସରକାର ଏଥିପାଇଁ ଦାୟୀ ରହିବେ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ