ETV Bharat / state

ବିଦ୍ୟାଧରପୁରର ନିଆରା କାଳୀପୂଜା, ଜାରି ରହିଛି ମାଆଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା

କଟକରେ ବେଶ ଆଡ଼ମ୍ବର ସହକାରେ ଶେଷ ହୋଇଛି କାଳୀପୂଜା । ହେଲେ ବିଦ୍ୟାଧରପୁରରେ ଜାରି ରହିଛି ଶ୍ୟାମାକାଳୀଙ୍କ ପୂଜା। ସବୁଆଡ଼େ ମା'ଙ୍କ ବିସର୍ଜନ ସରିଥିବାବେଳେ 4 ଦିନ ଧରି ଜାରି ରହିବ ମା'ଙ୍କ ପୂଜା । ଐତିହାସିକ ବିଦ୍ୟାଧରପୁର କାଳୀପୂଜା ବେଶେ ନିଆରା । ମା'ଙ୍କ ନିକଟରେ ଅନେକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳେ । ଅଧିକ ପଢ଼ନ୍ତୁ

unique rituals at bidyadharpur kali puja cuttack
ବିଦ୍ୟାଧରପୁରର ନିଆରା କାଳୀପୂଜା, ଜାରି ରହିଛି ମା'ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା
author img

By

Published : Oct 30, 2022, 2:17 PM IST

କଟକ: ଭାଇଚାରା ସହର କଟକରେ ଶେଷ ହୋଇଛି ପବିତ୍ର କାଳୀପୂଜା । ବେଶ ଆଡ଼ମ୍ବର ସହ ସହରର ୯୦ଟି ମଣ୍ଡପରେ ମା'ଙ୍କୁ ଆବାହନ କରାଯାଇଥିଲା । ସବୁଆଡେ ମା'ଙ୍କ ବିସର୍ଜନ ନୀତି ଶେଷ ହୋଇଥିବାବେଳେ ବିଦ୍ୟାଧରପୁର କାଳୀପୂଜା ଅଦ୍ୟବିଧି ଜାରି ରହିଛି । ସବୁ ମଣ୍ଡପରୁ ମା' ମେଲାଣି ନେବା ପରେ କେବଳ ବିଦ୍ୟାଧରପୁରରେ ପୂଜା ପାଆନ୍ତି ମା' ଶ୍ୟାମାକାଳୀ । ଐତିହାସିକ ବିଦ୍ୟାଧରପୁର କାଳୀପୂଜା ଟିକେ ନିଆରା । ପୂଜା ଆରମ୍ଭରୁ ଶେଷ ଯାଏ ରହିଛି ବିଶେଷ ସ୍ବତନ୍ତ୍ରତା ।

ବିଦ୍ୟାଧରପୁରର ନିଆରା କାଳୀପୂଜା

କ'ଣ କହେ କିମ୍ବଦନ୍ତୀ
ବିଦ୍ୟାଧରପୁର ନିଆରା କାଳୀପୂଜା ୧୫୦୦ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇ ଆସିଛି । ଶ୍ରୀ ଚୈତନ୍ୟଙ୍କ କଟକ ଆଗମନ ସମୟରେ ବଙ୍ଗୀୟ ପରିବାର ବିଶେଶ୍ୱର ଚାଟାର୍ଜୀ ତାଙ୍କ ସହ ବିଦ୍ୟାଧରପୁରକୁ ଆସିଥିଲେ । ଆଉ ସାଥୀରେ ଆଣିଥିବା ମା'ଙ୍କ ଖଡଗ, ମୂର୍ତ୍ତି ଓ ଘଟକୁ ବିଦ୍ୟାଧରପୁର କାଳୀ ମନ୍ଦୀର ନିକଟସ୍ଥ ଏକ ଗଛ ମୂଳରେ ମୂର୍ତ୍ତି ପ୍ରତିଷ୍ଠା କରି ପୂଜାର ମୂଳଦୁଆ ପକାଇଥିଲେ । ସମୟ କ୍ରମେ ତାହା ଚାଳ ଘରେ ବଡ଼କାଳୀ ରୂପେ ପରିଚିତ ହୋଇଥିଲା । ତେବେ ବିଶେଶ୍ୱରଙ୍କ ପିଢ଼ି ମଧ୍ୟରେ ମତଭେଦ ହେବାରୁ ୧୮୦୦ ଖ୍ରୀଷ୍ଟାବ୍ଦରେ ସାନକାଳୀ ପୂଜା ଆରମ୍ଭ ହୋଇଥିଲା । ପରେପରେ ୧୯୯୮ରେ କୋଠା ଘରେ ଉଭୟ ବଡ଼ ଓ ସାନ କାଳୀ ମୂର୍ତ୍ତି ପୂଜା ପାଉଛନ୍ତି । କୁହାଯାଏ, ପୂର୍ବରୁ ଏଠାରେ ଛାଗ ବଳି ବା ବୋଦା ବଳି ଦିଆଯାଉଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ବଳି ପ୍ରଥାକୁ ବନ୍ଦ କରାଯାଇଛି ।

ମା' କାଳୀଙ୍କ ପରମ୍ପରା

ଦୀର୍ଘ ୧୮ ବର୍ଷ ଧରି ବଳି ପ୍ରଥା ବନ୍ଦ ପରଠାରୁ ମାନସିକଧାରୀମାନେ ମା'ଙ୍କ ନିକଟରେ ବୋଦାକୁ ଛାଡ଼ି ଦେଉଛନ୍ତି । ବର୍ତ୍ତମାନ ମନ୍ଦିରରେ କୁଷ୍ମାଣ୍ଡ ବା ପାଣିକଖାରୁ ବଳି ଦିଆଯାଉଛି । ପ୍ରତି ପୀଠ ମାନଙ୍କରେ ଗୋଟିଏ ଦିନ ମା'ଙ୍କୁ ଆବାହନ କରାଯାଇ ବିସର୍ଜନ କରାଯାଏ । କିନ୍ତୁ ଏଠାକାର ପୂଜା ବିଧି ସମ୍ପୂର୍ଣ୍ଣ ଅଲଗା । ମା'ଙ୍କ ନିକଟରେ ଅଧିଆ ପଡ଼ି ଏଠାରେ ୪ ଦିନ ଧରି ପୂଜା କରିବା ବିଧି କେଉଁ କାଳରୁ ରହି ଆସିଛି । ଷୋଡ଼ଶ ଉପଚାରରେ ମା'ଙ୍କୁ ପୂଜା କରାଯାଇଥାଏ । ପୂଜାର ଚତୁର୍ଥ ଦିନ ଅପରାଜିତା ଲାଗି ହୋଇ ବିସର୍ଜନ କରାଯାଏ ଏବଂ ଦହିପଖାଳ ଭୋଗଲାଗି କରାଯାଇ ଭକ୍ତ ମାନଙ୍କୁ ବଣ୍ଟାଯାଇଥାଏ । ଅନ୍ୟପଟେ ମା' କାଳୀଙ୍କ ନିକଟରେ ଏକ ଆଶ୍ଚର୍ଯ୍ୟକର ଘଟଣା ସର୍ବଦା ଘଟିଥାଏ ।

ଦୋକାନରୁ ଘଟ କିମ୍ବା ଦୀପ କିଣିବା ସମୟରେ ତାହା ସମାନ ଆକୃତି ରହିଥାଏ । ଯେତେବେଳେ ତାହା ମନ୍ଦିର ମଧ୍ୟକୁ ପ୍ରବେଶ କରେ ଆକାରରେ ପରିବର୍ତ୍ତନ ଆସେ। କାହିଁ ଅନାଦି କାଳରୁ ଏହି ପ୍ରଥା ରହି ଆସିଛି । ଏନେଇ ଶ୍ରଦ୍ଧାଳୁ ନିଜ ଅଭିଜ୍ଞତା କହିଛନ୍ତି, "ମା'ଙ୍କ ପ୍ରତି ଅତୁଟ ଭରସା ରହିଛି । ମନ୍ଦିରକୁ ଆସିବା ପୂର୍ବରୁ ଦୁଇଟି ସମାନ ଆକାରର ଦୀପ ନେଇ ଆସିଥିଲି । କିନ୍ତୁ ମା'ଙ୍କୁ ଅର୍ପଣ କରିବା ସମୟରେ ଗୋଟିଏ ଦୀପ ବଡ ହୋଇଥିଲା ଆଉ ଏକ ଛୋଟ ହୋଇଯାଇଥିଲା ।"

ଏହା ମଧ୍ୟ ପଢ଼ନ୍ତୁ: କଟକରେ ଜମିଲା ଭସାଣୀ ଯାତ୍ରା, ବିଶାଳ ଶୋଭାଯାତ୍ରାରେ ମେଲାଣି ନେଲେ ମା' କାଳୀ

ମା'ଙ୍କ ମେଲାଣି ପ୍ରକ୍ରିୟା ମଧ୍ୟ ଭିନ୍ନ । ବିସର୍ଜନ ସମୟରେ ଶ୍ରଦ୍ଧାଳୁମାନେ ମା'ଙ୍କୁ କାନ୍ଧରେ ନେଇ ବିସର୍ଜନ କରିଥାନ୍ତି । ବିଶ୍ୱାସ ରହିଛି ମା'ଙ୍କ ଖପର ପାଣି ପିଇବା ଦ୍ଵାରା ଝାଡ଼ା ଓ ବାନ୍ତି ରୋଗରୁ ମୁକ୍ତି ମିଳିଥାଏ । ଯେଉଁମାନଙ୍କ ସନ୍ତାନ ହୁଏ ନାହିଁ ସେମାନେ ନିଷ୍ଠାର ସହ ବ୍ରତ କଲେ ସନ୍ତାନ ଲାଭ ହୋଇଥାଏ । କଟକ ପୂର୍ବାଞ୍ଚଳର ଏହା ଏକ ପ୍ରସିଦ୍ଧ କାଳୀପୂଜା କଟକ । ସହରରେ ଶାରଦୀୟ ଦୁର୍ଗା ପୂଜା ଯେଉଁ ଭଳି ଧୁମଧାମରେ ପାଳନ କରାଯାଇଥାଏ ସେହିଭଳି ବିଦ୍ୟାଧରପୁର ଅଞ୍ଚଳର କାଳୀ ପୂଜାକୁ ଧୁମଧାମରେ ପାଳନ କରାଯାଇଥାଏ । କାଳୀପୂଜା ଅବସରରେ ବିଦ୍ୟାଧରପୁର ଅଞ୍ଚଳରେ ଖେଳିଥାଏ ସ୍ୱତନ୍ତ୍ର ବାତାବରଣ । ଯାହାର ଅନୁଭୂତି ମଧ୍ୟ ନିଆରା ।
ବିଦ୍ୟାଧରପୁରରେ ମା'ଙ୍କ ପୂଜା ବେଶ ଆଡମ୍ବରରେ ଜାରି ରହିଛି । ଆସନ୍ତା ସପ୍ତାହରେ ମେଲାଣି ନେବେ ମା' । ଆଉ ସେଥିପାଇଁ ଏବେଠୁ ପୂଜା କମିଟି ପକ୍ଷରୁ ଆରମ୍ଭ ହେଲାଣି ପ୍ରସ୍ତୁତି ପ୍ରକ୍ରିୟା । ମା'ଙ୍କ ଆଶିଷ ଲାଭ କରିବା ପାଇଁ ଭକ୍ତଙ୍କ ସୁଅ ଛୁଟିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.