ETV Bharat / state

ବିଦ୍ୟାଧରପୁରରେ ବଡ଼ ଓ ସାନ କାଳୀଙ୍କ ନିଆରା ପୂଜା, ୨୧ରେ ମେଲାଣି ନେବେ ମା'

author img

By ETV Bharat Odisha Team

Published : Nov 18, 2023, 5:37 PM IST

କଟକର ବିଦ୍ୟାଧରପୁରରେ ଶହଶହ ବର୍ଷ ଧରି ମା'ଙ୍କ ପୂଜା ବେଶ ଜାକଜମକରେ କରାଯାଉଛି । ସମସ୍ତ ପୂଜା ମଣ୍ଡପରେ ବିସର୍ଜନ ଶେଷ ହୋଇଥଇବାବେଳେ ଏଠାରେ ନିଆରା ପରମ୍ପରା ରହିଛି । ଅଧିକ ପଢନ୍ତୁ

unique kali puja
ବିଦ୍ୟାଧରପୁର ନିଆରା କାଳୀପୂଜା
ବିଦ୍ୟାଧରପୁର ନିଆରା କାଳୀପୂଜା

କଟକ: ବିଦ୍ୟାଧରପୁରରେ ନିଆରା କାଳୀପୂଜା । ଶହଶହ ବର୍ଷ ଧରି ମା'ଙ୍କ ପୂଜା ବେଶ ଜାକଜମକରେ କରାଯାଉଛି । ଦୀପାବଳିରୁ ଆରମ୍ଭ କରି ସ୍ୱତନ୍ତ୍ର ରୀତିନୀତିରେ ଏଠାରେ ପୂଜା କରାଯାଇଥାଏ । ଦୁଇ ଭଉଣୀ ବଡ଼ କାଳୀ ଓ ସାନ କାଳୀ ଏଠାରେ ପୂଜା ପାଇଥାନ୍ତି । ସହରର କାଳୀ ଭସାଣି ସରିଥିବାବେଳେ କିନ୍ତୁ ବିଦ୍ୟାଧର ପୁରରେ ମା'ଙ୍କ ପୂଜାର ରୀତି ଭିନ୍ନ । ଷୋଡ଼ଶ ଉପଚାରରେ ମା'ଙ୍କୁ ପୂଜା କରାଯାଉଥିବାବେଳେ ଚତୁର୍ଥ ଦିନ ଅପରାଜିତା ଲାଗି ହୋଇ ବିସର୍ଜନ କରାଯାଏ ଏବଂ ଦହିପଖାଳ ପ୍ରସାଦ ଭକ୍ତମାନଙ୍କୁ ବଣ୍ଟାଯାଇଥାଏ।

ଇତିହାସ ଅନୁସାରେ, ୧୫୦୦ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇଆସିଛି ମାଆ କାଳୀଙ୍କର ଏହି ସ୍ୱତନ୍ତ୍ର ପୂଜା । କୁହାଯାଏ ଯେ, ପ୍ରଭୁ ଶ୍ରୀ ଚୈତନ୍ୟଙ୍କ କଟକ ଆଗମନ ସମୟରେ ମା'ଙ୍କ ପୂଜକ ବିଶେଶ୍ୱର ଚାଟାର୍ଜୀ ତାଙ୍କ ସହ ବିଦ୍ୟାଧରପୁରକୁ ଆସିଥିଲେ । ସେ ସାଥୀରେ ଆଣିଥିବା ମା'ଙ୍କ ଖଡଗ, ମୂର୍ତ୍ତି ଓ ଘଟକୁ ବିଦ୍ୟାଧରପୁର କାଳୀ ମନ୍ଦିର ନିକଟସ୍ଥ ଏକ ଗଛ ମୂଳରେ ଦୂର୍ଗତୀୟ ମୂର୍ତ୍ତି ପ୍ରତିଷ୍ଠା କରି ପୂଜାର ମୂଳଦୁଆ ପକାଇଥିଲେ । ସମୟ କ୍ରମେ ଚାଳଘରେ କାଳୀଙ୍କ ପୂଜା ହୋଇଆସୁଥିଲା । କିନ୍ତୁ ପରେ ୧୯୯୮ ମସିହା ପରଠୁ କୋଠା ଘରେ ମା' ପୂଜା ପାଉଛନ୍ତି । ପୂର୍ବରୁ ଏଠାରେ ଛାଗ ବଳି ଦିଆଯାଉଥିବାବେଳେ ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ବଳି ପ୍ରଥାକୁ ବନ୍ଦ କରାଯାଇଛି ।

ଦୀର୍ଘ ୧୮ ବର୍ଷ ଧରି ବଳି ପ୍ରଥା ବନ୍ଦ ପରଠାରୁ ମାନସିକଧାରୀମାନେ ମା'ଙ୍କ ନିକଟରେ ବୋଦା ଉତ୍ସର୍ଗ କରି ଛାଡ଼ିଥାନ୍ତି । ବର୍ତ୍ତମାନ ମନ୍ଦିରରେ କୁଷ୍ମାଣ୍ଡ ବା ପାଣିକଖାରୁ ବଳି ଦିଆଯାଉଛି । ଏଠାରେ ଭକ୍ତମାନେ ମା'ଙ୍କ ନିକଟରେ ଅଧିଆ ପଡ଼ି ୪ ଦିନ ଧରି ପୂଜା କରିବା ଲାଗି ବିଧି କେଉଁ କାଳରୁ ରହିଆସିଛି । ବିସର୍ଜନ ସମୟରେ ଶ୍ରଦ୍ଧାଳୁମାନେ ମା'ଙ୍କୁ କାନ୍ଧରେ କାନ୍ଧେଇ ବିସର୍ଜନ କରିବାକୁ ନେଇଥାନ୍ତି । ମା'ଙ୍କର ଖପର ପାଣି ପିଇବା ଦ୍ଵାରା ଝାଡ଼ା ଓ ବାନ୍ତି ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ଏହା ବି ପଢନ୍ତୁ...ପୋଡପୋଡାରେ ଦକ୍ଷିଣ କାଳୀ ପୂଜା: ପଣାରେ ମହକିଲା ମା'ଙ୍କ ପୀଠ, ୪ ଶହ ପଶୁ ସମର୍ପିତ

ବିଦ୍ୟାଧରପୁର ପୂଜା କମିଟି ଉପ ସଭାପତି ନଗେନ କୁମାର ମହାରଣା କହିଛନ୍ତି, "ଏଠାରେ ସୋରିଷ ତେଲରେ ଦୀପ ଜାଳିବାର ପରମ୍ପରା ରହିଛି । ମାନସିକଧାରୀଙ୍କ ମନସ୍କାମନା ପୂରଣ କରିଥାନ୍ତି ମା' ।" ସେପଟେ ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, "ଯେତେବେଳେ ବିଦ୍ୟାଧରପୁରରେ ବିଦ୍ୟୁତ ସଂଯୋଗ ହୋଇନଥିଲା ସେତେବେଳେ ମାଆ ସେହି ଚାଳ ଘରୁ ବାହାରି ଗାଁ ଭ୍ରମଣ କରନ୍ତି ଓ ଲୋକମାନେ ତାଙ୍କର ପାଉଁଜି ଶବ୍ଦ ଶୁଣିବା ଭଳି ଅଲୌକିକ ଘଟଣା ଘଟିଛି ।" ମା' ଙ୍କ ପୂଜା ସହ ବିଭିନ୍ନ ମଣ୍ଡପରେ ଚୈତନ୍ୟ, କାର୍ତ୍ତିକେଶ୍ୱର, ଶିବ ପାର୍ବତୀ ଓ କାଳିଅ ଦଳନ ଆଦି ମୂର୍ତ୍ତି ପୂଜା ପାଆନ୍ତି। ମା' କାଳୀଙ୍କ ସମେତ ମୋଟ 31 ଟି ମେଢ଼ ବିଦ୍ୟାଧର ପୁରରେ ପୂଜା ପାଉଛନ୍ତି । ଯାହାକୁ ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଜମୁଛି। ଆସନ୍ତା 21 ତାରିଖରେ ମା'ଙ୍କ ବିସର୍ଜନ କରାଯିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.