ETV Bharat / state

କଟକ ରେଳ ଷ୍ଟେସନ ଆଧୁନିକୀକରଣ କାର୍ଯ୍ୟ, ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କଟକ ରେଳ ଷ୍ଟେସନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମୀକ୍ଷା । ଆଧୁନିକୀକରଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ଅଶ୍ବିନୀ । ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Aug 13, 2023, 10:49 PM IST

union railway minister reviews development work of Cuttack railway station
କଟକ ରେଳ ଷ୍ଟେସନର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କଟକ: କଟକ ରେଳ ଷ୍ଟେସନର ନବକଳେବର ଦିଗକୁ ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଧୁନିକୀକରଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ । ଆଜି ଜିଲ୍ଲା ଗସ୍ତ ସମୟରେ କଟକ ରେଳ ଷ୍ଟେସନର ପ୍ରତ୍ୟେକ ଉନ୍ନତିକରଣ ଦିଗ ଉପରେ ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଖୁବଶୀଘ୍ର ଯାତ୍ରୀଙ୍କୁ ଅନ୍ତର୍ଜାତୀୟ ସୁବିଧା ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ରେଳବାଇକୁ ନେଇ ରହିଥିବା ଭିଜନ ସଫଳତା ଦିଗରେ ଆଗେଇଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଏନେଇ ସେ କହିଛନ୍ତି, "କଟକ ରେଳ ଷ୍ଟେସନର ଦୁଇ ପଟେ ପ୍ରବେଶ ପଥ ରହିବ । ଶିଖରପୁର ପାଖରେ ଯେଉଁ ଗେଟ ରହିଛି ତାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ବର୍ତ୍ତମାନ ସମୟରେ ଡିଜାଇନ୍, ଆର୍କିଟେକ୍ଚର୍ ମେନ୍‌ ଗେଟ୍‌ର ପାଇଲିଂ କାମ ଶେଷ ହୋଇ ଆସିଲାଣି । ଯାହାର ଉଦଘାଟନ ପ୍ରଧାନମନ୍ତ୍ରୀ କରିବେ । କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ 508ଟି ରେଳ ଷ୍ଟେସନର ନବୀକରଣ ପାଇଁ ଶିଳାନ୍ୟାସ କରିଛନ୍ତି । ତେବେ ସାରା ଦେଶରେ ଯେଉଁ ଅନୁସାରେ କାମ ଚାଲିଛି ସେହିଭଳି ଢଙ୍ଗରେ କଟକରେ କାମ ଚାଲିଛି ।" ଖୁବଶୀଘ୍ର ନୂଆ ରୂପରେ ନଜର ଆସିବ କଟକ ରେଳ ଷ୍ଟେସନ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଏହା ମଧ୍ୟ ପଢ଼ନ୍ତୁ: Amrit Bharat Station Scheme: ୫୦୮ ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କଲେ ମୋଦି

ତେବେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରରେଳ ମନ୍ତ୍ରଣାଳୟ ଓଡ଼ିଶାରେ ରେଳର ବିକାଶ ପାଇଁ ଏବେ ଫୋକସ ଦେବା ଆରମ୍ଭ କରିଛି । ବିଭାଗ ପକ୍ଷରୁ ଓଡ଼ିଶାକୁ 10 ହଜାର କୋଟି ମିଳିଛି । କଟକ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ 303 କୋଟି ଟଙ୍କା ମଞ୍ଜୁରୀ କରଯାଇଛି । 2009ରୁ 14 ପର୍ଯ୍ୟନ୍ତ ରାଜ୍ୟରେ ବର୍ଷକୁ ନୂଆ 53 କିମି ରେଳ ଧାରଣା ନିର୍ମାଣ ହେଉଥିଲା । କିନ୍ତୁ 2022-23 ବର୍ଷ ପାଇଁ 450 କିମି ରେଳ ଲାଇନ କାର୍ଯ୍ୟ ହୋଇଛି । ଯାହା ଏକ ମାଇଲ ଖୁଣ୍ଟ ସ୍ଥାପନ ହୋଇଛି । ଓଡ଼ିଶାରେ 57 ଷ୍ଟେସନକୁ ବିଶ୍ୱ ସ୍ତରୀୟ କରିବା ପାଇଁ କେନ୍ଦ୍ର ମଞ୍ଜୁରୀ ପ୍ରଦାନ କରୁଛି । ତେବେ କଟକର ଗୌରବ ଓ ଐତିହ୍ୟର ପ୍ରତୀକ ହେଉଛି ଏହି ରେଳ ଷ୍ଟେସନ ବୋଲି ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.