ETV Bharat / state

ପ୍ରକାଶ ପାଇଲା ରେଭେନ୍ସା ବିଶ୍ଵବିଦ୍ୟାଳୟର ଯୁକ୍ତତିନି ପରୀକ୍ଷା ଫଳ

author img

By

Published : Jun 7, 2019, 10:40 PM IST

ରେଭେନ୍ସା ବିଶ୍ଵବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଆଜି ପ୍ରକାଶ ପାଇଛି ରେଭେନ୍ସା ବିଶ୍ଵବିଦ୍ୟାଳୟ ଯୁକ୍ତ ତିନି ପରୀକ୍ଷା ଫଳ । ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ପରୀକ୍ଷାଫଳ ଉନ୍ମୋଚନ କରିଛନ୍ତି । ଚଳିତବର୍ଷ ସମୁଦାୟ ୧ ହଜାର ୩ ଶହ ୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲା ବେଳେ ମୋଟ ୧ ହଜାର ୧ ଶହ ୮୧ ଜଣ କୃତକାର୍ଯ୍ୟ ହୋଇଛନ୍ତି । ରେଭେନ୍ସାର ଏବର୍ଷର ପାସ୍‌ ହାର ୮୫.୬୪ ପ୍ରତିଶତ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବିଜ୍ଞାନରେ ୫ ଶହ ୩୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲାବେଳେ, ସେଥିରୁ ୪ ଶହ ୭୧ ଜଣ କୃତକାର୍ଯ୍ୟ ହୋଇଛନ୍ତି । କଳାରେ ୪ ଶହ ୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲାବେଳେ ୩ ଶହ ୮୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ବାଣିଜ୍ୟରେ ସମୁଦାୟ ୩ ଶହ ୭୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲାବେଳେ ୩ ଶହ ୨୮ ଜଣ ପାସ୍ କରିଛନ୍ତି । ବିଜ୍ଞାନରେ ପାସ୍ ହାର ୮୭.୩୮ ପ୍ରତିଶତ ରହିଥିବା ବେଳେ କଳାରେ ପାସ୍‌ହାର ୮୨.୫୦ ପ୍ରତିଶତ ଓ ବାଣିଜ୍ୟରେ ପାସ୍‌ହାର ୮୭.୦୦ ପ୍ରତିଶତ ରହିଛି । ବିଜ୍ଞାନ ବିଭାଗର ଛାତ୍ରୀ ପ୍ରଗତି ଗନ୍ତାର ୮୯.୬୪ ପ୍ରତିଶତ ରଖି ବେଷ୍ଟ ଗ୍ରାଜୁଏଟ ହୋଇଥିଲା ବେଳେ ପ୍ରଫେସନାଲ କୋର୍ସରୁ ନୌରିନ ଫେରଜ ଶ୍ରେଷ୍ଠ ଗ୍ରାଜୁଏଟ ହୋଇଥିବା କୁଳପତି ଡ. ଇଶାନ ପାତ୍ର ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

rwey

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.