ETV Bharat / state

ପୋଲିସ ହାବୁଡ଼ରେ 2 ମେଣ୍ଢା ଚୋର, 7 ମେଣ୍ଢା ସହ କାର୍ ଜବତ

author img

By

Published : Dec 8, 2022, 9:41 PM IST

ଗିରଫ ହେଲା ମେଣ୍ଢା ଚୋର । 7ଟି ମେଣ୍ଢାକୁ ନେଇ କାରରେ ଯାଉଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲେ 2 ମେଣ୍ଢା ଚୋର । ଅଧିକ ପଢ଼ନ୍ତୁ

ପୋଲିସ ହାବୁଡ଼ରେ ୨ ମେଣ୍ଢା ଚୋର, କାର ଓ ମେଣ୍ଢା ଜବତ

ନିଆଳି : ଗିରଫ ହେଲା ମେଣ୍ଢା ଚୋର । 7ଟି ମେଣ୍ଢାକୁ ନେଇ ନିଜ କାରରେ ଯାଉଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲେ 2 ମେଣ୍ଢା ଚୋର । ସୂଚନାନୁସାରେ ଗତକାଲି(ବୁଧବାର) କଟକ କୋରକୋରା ପଞ୍ଚାୟତ ଏଟୁଆ ସାହି ଗ୍ରାମର ସୁଧାକର ବେହେରାଙ୍କ ଗୁହାଳରୁ ବିଳମ୍ବିତ ରାତିରେ 7ଟି ମେଣ୍ଢା ଚୋରି ହୋଇଥିଲା (Dozen of sheep stolen from cattle )। ଏନେଇ ସୁଧାକର ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା ।

ଗୋବିନ୍ଦପୁର ଥାନା ପୋଲିସ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ନୂଆଗାଁ ଗ୍ରାମର ମନୋରଞ୍ଜନ ବେହେରାଙ୍କ ଗୁହାଳ ଆଗରେ ଏକ କାର ଛିଡ଼ା ହୋଇଥିବା ଦେଖି ପୋଲିସର ସନ୍ଦେହ ହୋଇଥିଲା । ଏହାପରେ ପୋଲିସ ସେଠାରେ ପହଞ୍ଚି ଛାନଭିନ୍‌ ବେଳେ କାର ଭିତରୁ 7ଟି ମେଣ୍ଢାକୁ ଉଦ୍ଧାର କରିଥିଲା । ଏହାପରେ ଚୋରି କରିଥିବା ମେଣ୍ଢା ଚୋରକୁ ଗିରଫ କରିଥିଲା ପୋଲିସ । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି ।

ଦିନକୁ ଦିନ ଚୋରି ଡକାୟତି ଓ ରାହାଜାନୀ ସାଙ୍ଗକୁ ରାତି ଅଧରେ ଗୃହ ପାଳିତ ପଶୁଙ୍କୁ ଟାର୍ଗେଟ କରୁଛନ୍ତି ଚୋର । ଏହି କ୍ରମରେ କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା, ବାରଙ୍ଗ, କଟକ ସଦର, ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳରେ ଦୀର୍ଘ ଦୁଇ ବର୍ଷ ହେବ ରାତି ଅଧରେ ଛେଳି ଓ ମେଣ୍ଢା କାର ଯୋଗେ ଚୋରି କରୁଛନ୍ତି ଚୋର । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ରାତିରେ ଛେଳି ମେଣ୍ଢା ଚୋରି କରୁଥିବା ନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ହୋଇ ଆସୁଥିଲା । ହେଲେ କୌଣସି ସୁଫଳ ମିଳିପାରି ନଥିଲା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.