ETV Bharat / state

ହାଇଦର ଫେରାର ଘଟଣା, ସହଯୋଗ କରିଥିବା ଦୁଇପୋଲିସ କର୍ମୀ ଗିରଫ

author img

By

Published : Apr 20, 2021, 5:33 PM IST

Updated : Apr 20, 2021, 7:42 PM IST

ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ଘଟଣାରେ ଆଜି ପୁଣି 2 ଜଣ ଗିରଫ । ଅଧିକ ପଢନ୍ତୁ ....

ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ 2 ପୋଲିସ କର୍ମୀ ଗିରଫ

କଟକ: ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ଘଟଣାରେ ଆଜି ପୁଣି 2 ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ। ଏଥର ଗିରଫ ହୋଇଥିବା ଦୁଇ ଜଣ ହାଇଦରର ଅପରାଧିକ ସହଯୋଗୀ ନୁହନ୍ତି ବରଂ ପୋଲିସକର୍ମୀ । ଫେରାର କରାଇବାରେ ସାହାଯ୍ୟ ଅଭିଯୋଗରେ ଏହି ଦୁଇ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି।

ହାଇଦର ଫେରାର ଘଟଣା, 2 ପୋଲିସକର୍ମୀ ଗିରଫ

ଗିରଫ ଦୁଇ ଜଣ ହେଉଛନ୍ତି ଜଣେ ୱାର୍ଡର ଜୟନାରାୟଣ ନନ୍ଦ ଓ ଅନ୍ୟ ଜଣେ କନେଷ୍ଟବଳ ମହମ୍ମଦ ମୌସୁମ। ଏମାନେ ହାଇଦର ସୁରକ୍ଷା ଦାୟିତ୍ୱରେ ଥିବାବେଳେ ତାକୁ ଫେରାର ହେବାରେ ସହଯୋଗ କରାଇଥିବା ନେଇ ଏମାନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତ କରିବା ସହ ଏମାନଙ୍କ କାର୍ଯ୍ୟରେ ଅବହେଳା କରିଥିବା ଜଣା ପଡିଥିଲା । ଅଭିଯୁକ୍ତ ଜୟନାରାୟଣ ନନ୍ଦର ମୋବାଇଲ ଫୋନ ହାଇଦର ବାରମ୍ବାର ବ୍ୟବହାର କରୁଥିଲା । ଚିକିତ୍ସା ପାଇଁ ଆସିଥିବା ବେଳେ ଏହି ଫୋନରେ ସେ ତାର ସମ୍ପର୍କୀୟମାନଙ୍କ ସହ ଯୋଗାଯୋଗ କରିବା ସହ ଫେରାର ହେବାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା କହିଛନ୍ତି କଟକ ଡିସିପି । ସେହିପରି ବର୍ତ୍ତମାନ ସୁଦ୍ଧା ତଦନ୍ତ ଚାଲିଛି । ଏହି ଘଟଣାରେ ଆଉ ଯେଉଁମାନେ ସମ୍ପୃକ୍ତ ଥିବା ସାମ୍ନାକୁ ଆସେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ।

କଟକରୁ ନାରାୟଣ ସାହୁ ଓ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Apr 20, 2021, 7:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.