ETV Bharat / state

ବରଯାତ୍ରୀରେ ବନ୍ଧୁକ ବୁଲାଇବା ପଡିଲା ମହଙ୍ଗା, 2ଜଣଙ୍କୁ ବାନ୍ଧିଲା ପୋଲିସ

author img

By

Published : Feb 23, 2023, 8:38 PM IST

ବରଯାତ୍ରୀରେ ବନ୍ଧୁକ ବୁଲାଇବା ପଡିଲା ମହଙ୍ଗା । ଏନେଇ ଖବରପାଇ ସ୍ଥାନୀୟ ପୋଲିସ ଅଧିକାରୀ ଉକ୍ତ ସ୍ଥାନକୁ ଯାଇ ବନ୍ଧୁକକୁ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

two person arrested for dancing with gun

କଟକ: ବାହାଘରରେ ବୁଲିଲା ବନ୍ଧୁକ । ବରଯାତ୍ରୀ ନୃତ୍ୟରେ ବନ୍ଧୁକ ବୁଲାଇବା ପଡିଲା ମହଙ୍ଗା। ହ୍ୟାଣ୍ଡକପ ପକାଇଲା ବାଦାମବାଡି ଥାନା ପୋଲିସ। ବନ୍ଧୁକ ଧରି ନୃତ୍ୟ କରିବା ବେଳେ ପୋଲିସ ପହଞ୍ଚି 2ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ତେବେ ପୋଲିସ କହିବାନୁଯାୟୀ, ଗତକାଲି ରାତିରେ ବାଦାମବାଡି ପୁରୁଣା ଏଲଆଇସି କଲୋନୀରେ ଏକ ବାହାଘର ବରଯାତ୍ରୀ ଯାଉଥିଲା। ସେହି ବରଯାତ୍ରୀରେ ଜଣେ ବ୍ୟକ୍ତି ଖୁଲମଖୁଲା ବନ୍ଧୁକ ବୁଲାଇବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାପରେ ଖବର ପାଇ ସ୍ଥାନୀୟ ପୋଲିସ ଅଧିକାରୀ ଉକ୍ତ ସ୍ଥାନକୁ ଯାଇ ବନ୍ଧୁକକୁ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି।

ତେବେ ବନ୍ଧୁକ ବୁଲାଉଥିବା ବ୍ୟକ୍ତି ସନ୍ଦୀପ ପାତ୍ର । କିନ୍ତୁ ତାଙ୍କ ହାତରେ ଥିବା ବନ୍ଧୁକଟି ସନ୍ଦୀପ ପାତ୍ରଙ୍କର ନୁହେଁ ବରଂ ଭଦ୍ରକ ବନ୍ଦ ଅଞ୍ଚଳର ପ୍ରଶାନ୍ତ ଗିରିଙ୍କର ବୋଲି ଜଣାପଡିଛି । ସେ ମଧ୍ୟ ସେହି ବରଯାତ୍ରୀରେ ଉପସ୍ଥିତ ଥିଲେ। ତେବେ ସର୍ବସାଧାରଣ ରେ ଖୋଲାଖୋଲି ବନ୍ଧୁକ ବୁଲାଇବା ଏକ ଆଇନଗତ ଅପରାଧ। ବେଆଇନ ବନ୍ଧୁକ ବ୍ୟବହାର ଆକ୍ଟ ଅନୁସାରେ ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ବର୍ତ୍ତମାନ ଏହି ଦୁଇ ଜଣଙ୍କୁ ଗତକାଲି ଠୁ ପୋଲିସ ଅଟକ ରଖିଥିଲା । ପ୍ରମାଣ ହସ୍ତଗତ ହେବା ପରେ ଆଜି ଉଭୟ ଙ୍କୁ ଗିରଫ ଦର୍ଶାଇଛନ୍ତି ପୋଲିସ ଅଧିକାରୀ।

ଏହା ମଧ୍ୟ ପଢନ୍ତୁ- Odisha Assembly: ରାସ୍ତାରୁ ହଟିବ 20ଲକ୍ଷରୁ ଅଧିକ ପୁରୁଣା ଗାଡି, କୋଟିଆରେ ହୋଇନି ଆନ୍ଧ୍ର ଅଧିକାରୀଙ୍କ ପ୍ରବେଶ କହିଲେ ମନ୍ତ୍ରୀ

ତେବେ ପ୍ରଶ୍ନ ଉଠୁଛି ଖୁଲମଖୁଲା ଏକ ବନ୍ଧୁକ ବୁଲାଇବା ସମାଜ ପାଇଁ କେତେ ବଡ ରିକ୍ସ। ଜଣେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ବନ୍ଧୁକ ବୁଲାଇବା କେତେଦୂର ଠିକ ବୋଲି ଉଠିଛି ପ୍ରଶ୍ନ । ପ୍ରଶାନ୍ତ ଗିରି ଙ୍କ ବନ୍ଧୁକ ଲାଇସେନ୍ସ ପ୍ରାପ୍ତ। କିନ୍ତୁ ତାହା ବୈଧ କି ଅବୈଧ ତାହା ତଦନ୍ତ ସାପେକ୍ଷ। ତେବେ ସମାଜରେ ଏପରି ଆଚରଣ ଠିକ ନୁହେଁ। ଯଦି ଲାଇସେନ୍ସ ପ୍ରାପ୍ତ ମାରଣାଅସ୍ତ୍ର ପାଖରେ ରହିଛି ତେବେ ତାହା କେଉଁ କାରଣରୁ ଇସୁ କରାଯାଇଛି ତାହା କୁ ସେହି ଅନୁସାରେ ରଖିବା ଆବଶ୍ୟକ। ଏହାଛଡ଼ା ବେପରୁଆ ଭାବରେ ସର୍ବସାଧରଣ ସ୍ଥାନ ରେ ବନ୍ଧୁକ ବୁଲାଇବା ସମ୍ପୂର୍ଣ୍ଣ ଆଇନ ଗତ ଅପରାଧ ବୋଲି କହିଛନ୍ତି ଜୋନ 6 ଏସିପି। ତେବେ ଜବତ ସମୟରେ 4 ରାଉଣ୍ଡ ଗୁଳି ଓ ଦାମୀ ବନ୍ଧୁକ ଜବତ କରିଛି ପୋଲିସ। ଏହି ଘଟଣା ରେ ଆହୁରି ତଦନ୍ତ ବାକି ରହିଥିବା କହିଛନ୍ତି ଏସିପି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.