ETV Bharat / state

ବିଶାଖାପାଟଣା ଓ ପୁଣେ ଅଭିମୁଖେ ଗଲା ଆଉ 2 ଅକ୍ସିଜେନ ଟ୍ୟାଙ୍କର

author img

By

Published : Apr 23, 2021, 9:32 AM IST

Updated : Apr 23, 2021, 5:18 PM IST

ବିଶାଖାପାଟଣା ଓ ପୁଣେ ଅଭିମୁଖେ ଗଲା ଦୁଇଟି ଅକ୍ସିଜେନ ଟ୍ୟାଙ୍କର । ଦୁଇଟି ଟ୍ୟାଙ୍କରକୁ ପୋଲିସ ଏସକର୍ଟରେ ପଠାଯାଉଛି। ବର୍ତ୍ତମାନ ଅକ୍ସିଜେନର ଆବଶ୍ୟକତାକୁ ଦେଖି ଜରୁରୀକାଳୀନ ଭାବରେ ପଠାଯାଇଛି । ଅଧିକ ପଢନ୍ତୁ...

ବିଶାଖାପାଟଣା ଓ ପୁଣେ ଅଭିମୁଖେ ଗଲା ଆଉ 2 ଅକ୍ସିଜେନ ଟ୍ୟାଙ୍କର
ବିଶାଖାପାଟଣା ଓ ପୁଣେ ଅଭିମୁଖେ ଗଲା ଦୁଇଟି ଅକ୍ସିଜେନ ଟ୍ୟାଙ୍କର

କଟକ/ଯାଜପୁର: କୋଭିଡ୍ ମହାମାରୀର ପ୍ରଭାବରେ ଚାରିଆଡେ ଏକ ଅସନ୍ତୁଳିତ ବାତାବରଣ ସୃଷ୍ଟି ହୋଇଛି । ବିଭିନ୍ନ ରାଜ୍ୟରେ ରୋଗୀମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଅମ୍ଳଜାନ ଏଲଏମଓ(ଲିକୁଇଡ୍ ମେଡିକାଲ ଅକ୍ସିଜେନ୍) ପର୍ଯ୍ୟାପ୍ତ ପରିମାଣରେ ମିଳୁପାରୁନାହିଁ । ସେଥିପାଇଁ ଚିକିତ୍ସା କ୍ଷେତ୍ରରେ ଏକ ବଡ ସମସ୍ୟା ଦେଖାଦେଇଛି । ଯାଜପୁର ଜିଲ୍ଲା କଳିଙ୍ଗନଗର ଟାଟାଷ୍ଟିଲ୍ ପକ୍ଷରୁ ନିଜସ୍ବ ଉଦ୍ୟମରେ ବାହାର ରାଜ୍ୟକୁ ଏଲଏମଓ ଯୋଗାଇଦେବା କ୍ଷେତ୍ରରେ ପ୍ରୟାସ ଆରମ୍ଭ ହୋଇଛି ।

ବିଶାଖାପାଟଣା ଓ ପୁଣେ ଅଭିମୁଖେ ଗଲା ଆଉ 2 ଅକ୍ସିଜେନ ଟ୍ୟାଙ୍କର

ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ମଧ୍ୟରେ 5ଟି କଣ୍ଟେନରରେ ବିଶାଖାପାଟଣା, ମହାରାଷ୍ଟ୍ର ଓ ହାଇଦ୍ରାବାଦକୁ କୋଭିଡ୍ ଚିକିତ୍ସା ପାଇଁ ଏଲଏମଓ ଅକ୍ସିଜେନ ଯୋଗାଇ ଦିଆଯାଇଛି । ଯାଜପୁର ପୋଲିସ୍ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା ଯାଜପୁର ଏସପି ରାହୁଲ୍ ପିଆର୍ ସୂଚନା ଦେଇଛନ୍ତି।

ଟାଟାଷ୍ଟିଲର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି । ସୂଚନା ଅନୁଯାୟୀ, କଳିଙ୍ଗନଗର ଟାଟାଷ୍ଟିଲ୍ କାରଖାନାର ଅକ୍ସିଜେନ୍ ପ୍ଲାଣ୍ଟ ଦିନକୁ ହାରାହାରି 300 ରୁ 400 ଟନ୍ ଏଲଏମଓ ଅକ୍ସିଜେନ୍ ଉତ୍ପାଦନ କରିବାକୁ ସକ୍ଷମ ହୋଇଛି । ଫଳରେ ଏହି ପ୍ଲାଣ୍ଟ ଶୁକ୍ରବାର ବାହାର ରାଜ୍ୟକୁ ଅକ୍ସିଜେନ୍ ଯୋଗାଇ ଦେବାକୁ ସକ୍ଷମ ହୋଇପାରିଛି ।

କଟକରୁ ନାରାୟଣ ସାହୁ ଓ ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Apr 23, 2021, 5:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.