ETV Bharat / state

ଲୋୟର ପିଏମଜିରେ ଆହତ ଦୁଇ ପୋଲିସ ଅଧିକାରୀ SCBରେ ଭର୍ତ୍ତି

author img

By

Published : Feb 28, 2023, 10:27 PM IST

ଲୋୟର ପିଏମଜିରେ ପୋଲିସ ଓ ବିଜେପି ଯୁବ ମୋର୍ଚ୍ଚା ଧସ୍ତାଧସ୍ତି ପରେ ଦୁଇ ପୋଲିସ ଅଧିକାରୀଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

SCB Medical
SCB Medical
ଲୋୟର ପିଏମଜିରେ ଆହତ ଦୁଇ ପୋଲିସ ଅଧିକାରୀ SCBରେ ଭର୍ତ୍ତି, ସ୍ବାସ୍ଥ୍ୟବସ୍ଥା ସ୍ଥିର

କଟକ: ଭୁବନେଶ୍ବର ଲୋୟର ପିଏମଜିରେ ପୋଲିସ ଉପରକୁ ଆକ୍ରମଣ ଘଟଣା । କ୍ୟାପିଟାଲ ହସ୍ପିଟାଲରୁ ଏସିବି ମେଡିକାଲରୁ ସ୍ଥାନାନ୍ତରିତ ହେଲେ ଦୁଇ ପୋଲିସ ଅଫିସର । ଉଭୟଙ୍କୁ ଏସିବି ଅଣାଯିବା ପରେ ପ୍ରଥମେ କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚକିତ୍ସା ଦେବା ପରେ ଉଭୟ ପୋଲିସ ଅଫିସରଙ୍କୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଥିବା ଜଣାପଡ଼ିଛି । ଏହି ୨ ଆହତ ଅଫିସରଙ୍କ ମୁଣ୍ଡରେ ଆଘାତ ଲାଗିଛି ।

ଏହି ୨ ଅଫିସରଙ୍କ ମଧ୍ୟରେ ଜଣେ କଟକ ଯୋନ 2 ଏସିପି ଅମିତାଭ ମହାପାତ୍ର ରହିଥିଲା ବେଳେ ଅନ୍ୟଜଣେ ହେଉଛନ୍ତି ଏସଆଇ ଦେଵବ୍ରତ ମହାନ୍ତି । ପ୍ରାରମ୍ଭିକ ଚିକିତ୍ସା ପରେ ସମସ୍ତ ପରୀକ୍ଷା ନିରୀକ୍ଷା ପାଇଁ ଉଭୟଙ୍କୁ ନିଆଯାଇଛି। ପ୍ରାଥମିକ ସ୍ତରରେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏସିବିର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଏହି ୨ଜଣଙ୍କ ଚିକିତ୍ସା ଜାରି ରଖିଛନ୍ତି । ତେବେ ଏହି ଘଟଣାର ମୋଟ ୮ଜଣ ପୋଲିସ ଅଧିକାରୀ ଆହତ ହୋଇଥିଲା ବେଳେ ବାକି ୬ଜଣ ପୋଲସ ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲରେ ରହିଥିବା ସୂଚନା ରହିଛି ।

ଏହା ବି ପଢନ୍ତୁ- କଟକରେ ନକଲି ଝାଡାବାନ୍ତି ଔଷଧ ଜବତ, ଜଣେ ଅଟକ

ତେବେ ଆଜି ଭୁବନେଶ୍ବର ଲୋୟର ପିଏମଜିରେ ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମଧ୍ୟରେ ହୋଇଥିଲା ଧସ୍ତାଧସ୍ତି । ଫଳରେ ରଣକ୍ଷେତ୍ର ପାଲଟିଥିଲା ରାଜଧାନୀର ଲୋୟର ପିଏମଜି । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ଓ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ବିଜେପି ଯୁବ ମୋର୍ଚ୍ଚା ରାଜଧାନୀରେ ବିଶାଳ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ଏହି ଅଘଟଣ ଘଟିଥିଲା । ବିକ୍ଷୋଭକାରୀମାନେ ଭିଡ଼ ଭିତରୁ ପୋଲିସ ଉପରକୁ ପାଣି ପାଉଚ, ଚପଲ ଓ ଅଣ୍ଡାମାଡ଼ କରିବା ପରେ ପୋଲିସ ଲାଠିଚାର୍ଜ କରିଥିଲା । ଏହାପରେ ବାରିକେଡ ଭାଙ୍ଗି ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଅଭିମୁଖେ ବାହାରିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା ।

ଏହି ସମୟରେ ପୋଲିସ ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ସେହି ସମୟରେ ପୋଲିସ ବିଜେପି କର୍ମୀଙ୍କ ଉପରକୁ ଲାଠିଚାର୍ଜ ମଧ୍ୟ କରିଥିଲା । ଏହି ଧସ୍ତାଧସ୍ତି ବେଳେ କିଛି ବିଜେପି ଓ ପୋଲିସ କର୍ମୀ ଆହତ ହୋଇଛନ୍ତି । ପୋଲିସ ଏସିପି ଅମିତାଭ ମହାପାତ୍ରଙ୍କ ପଛ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେ ରକ୍ତାକ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ଅନ୍ୟ ପୋଲିସ ଅଧିକାରୀ ମଧ୍ୟ ଘଟଣାରେ ଆହତ ହୋଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.