ETV Bharat / state

ସୂତାହାଟ ଅଞ୍ଚଳରୁ ଗହଣା ଚୋରି ମାମଲାରେ 2 ଦୁର୍ବୃତ୍ତ ଗିରଫ

author img

By

Published : Jan 13, 2021, 7:26 PM IST

କଟକ ସୂତାହାଟ ଅଞ୍ଚଳରୁ ଗିରଫ ହେଲେ 2 ଦୁର୍ବୃତ୍ତ । 5 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗହଣା ଚୋରି ନେଇ ଥିଲା ଅଭିଯୋଗ । ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ନେଇ ପୋଲିସ ସ୍ପଷ୍ଟ କରିଛି ।

ଧରାପଡିଲେ ଗହଣା ଲୁଟେରା
ଧରାପଡିଲେ ଗହଣା ଲୁଟେରା

କଟକ: ପୋଲିସ ହାତରେ ଧରାପଡିଲେ ଲୁଟେରା । କଟକ ସୂତାହାଟ ଅଞ୍ଚଳରୁ ଗିରଫ ହେଲେ 2 ଦୁର୍ବୃତ୍ତ । 5 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗହଣା ଚୋରି ନେଇ ହୋଇଥିଲା ଅଭିଯୋଗ । ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ନେଇ ପୋଲିସ ସ୍ପଷ୍ଟ କରିଛି ।

ସୂଚନା ଅନୁସାରେ, ସୂତାହାଟ ଅଞ୍ଚଳରେ ରହୁଥିବା ସେଖ ଜାଭେଦ 7 ତାରିଖ ଦିନ ଘରେ ନଥିଲାବେଳେ ସେହିଦିନ ମଧ୍ୟରାତ୍ରିରେ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶି 5 ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ ।

ଏହାବ୍ୟତୀତ 50 ହଜାର ଟଙ୍କା ଲୁଟ ହେବା ନେଇ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ମଧ୍ୟ ହୋଇଥିଲା । ତେବେ ଏହି ମାମଲାରେ ଉଭୟଙ୍କୁ ଗିରଫ କରିଛି ପୋଲିସ । ତେବେ 2 ଜଣଙ୍କ ମଧ୍ୟରୁ ଜଣେ ନାବାଳକ ରହିଛି । ତେବେ ଗିରଫ ସମୟରେ 4 ଲକ୍ଷ 50 ହଜାର ଟଙ୍କାର ସୁନା ଗହଣା ଜବତ କରିଛି ପୋଲିସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.