ETV Bharat / state

ପଟ୍ଟାମୁଣ୍ଡାଇ କେନାଲରେ 100 ଫୁଟର ଘାଇ, ଭାସିଗଲା ଅନେକ ଦୋକାନ - ପଟ୍ଟାମୁଣ୍ଡାଇ କେନାଲରେ ୧୦୦ ଫୁଟରୁ ଊର୍ଦ୍ଧ୍ବ ଘାଇ ସୃଷ୍ଟି

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ତ୍ରିବେଣୀଶ୍ୱର ଠାରେ 100 ଫୁଟ ଊର୍ଦ୍ଧ୍ବର ଘାଇ ସୃଷ୍ଟି । ପ୍ରଖର ପାଣି ସ୍ରୋତରେ ଅନେକ ଦୋକାନ ବିରୂପା ନଦୀକୁ ଭାସି ଯାଇଛି । ଅଧିକ ପଢ଼ନ୍ତୁ

trench create in pattamundai canal
କେନାଲରେ 100 ଫୁଟର ଘାଇ, ଲୋକେ ଆତଙ୍କିତ
author img

By

Published : Oct 29, 2022, 10:31 AM IST

Updated : Oct 29, 2022, 10:49 AM IST

କଟକ: ପଟ୍ଟାମୁଣ୍ଡାଇ କେନାଲରେ ୧୦୦ ଫୁଟରୁ ଊର୍ଦ୍ଧ୍ବ ଘାଇ ସୃଷ୍ଟି ହୋଇଛି । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ତ୍ରିବେଣୀଶ୍ୱର ଠାରେ ବିଳମ୍ବିତ ରାତିରେ ୧୦୦ ଫୁଟରୁ ଊର୍ଦ୍ଧ୍ବ ଘାଇ ସୃଷ୍ଟି ହୋଇଛି । ଫଳରେ ନିକଟରେ ଥିବା ଅନେକ ଦୋକାନ ବିରୂପା ନଦୀକୁ ଭାସିଯାଇଛି ।

ପଟ୍ଟାମୁଣ୍ଡାଇ କେନାଲରେ 100 ଫୁଟର ଘାଇ

ପଟ୍ଟାମୁଣ୍ଡାଇ କେନାଲ ବାମ ପାର୍ଶ୍ୱ ବନ୍ଧ କୁଆଁପାଳ ଗୋପିନାଥପୁର ପୂର୍ତ୍ତ ରାସ୍ତାରେ ଘାଇ ସୃଷ୍ଟି ହୋଇଛି । ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କେନାଲ ବନ୍ଧ କଡ଼ରେ ଥିବା ସହଜ ଜନସେବା କେନ୍ଦ୍ର, ଟେଣ୍ଟ ହାଉସ, ତେଜରାତି, ସାନିଟାରୀ, ଟେଶନାରୀ ଆଦି ୬ଟି ଦୋକାନ ଗୃହରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ବିରୂପା ନଦୀକୁ ଭସାଇ ନେଇଛି । ପାଣିର ସୁଅ ପ୍ରଖର ରହିଥିବାରୁ ଲୋକମାନେ ଭୟଭୀତ ରହିଛନ୍ତି । ତେବେ ଏହି କାମ କେହି ଷଡ଼ଯନ୍ତ୍ର କରି କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, କଟକ

Last Updated : Oct 29, 2022, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.