ETV Bharat / state

କିନ୍ନର ଦୀପା ସାହୁ ପାଇବେ ରାଷ୍ଟ୍ରପତି ପୁରସ୍କାର - ଦେଶର ପ୍ରଥମ ପିଏଚଡି କିନ୍ନର

କଟକ ବାସିନ୍ଦା ଦୀପା ସାହୁ ଓଡ଼ିଶା ତଥା ସମଗ୍ର ଭାରତ ବର୍ଷରେ କିନ୍ନର ସମାଜ ପାଇଁ ଆଣିଛନ୍ତି ଗର୍ବ ଏବଂ ଗୌରବ । କାରଣ ଆଜିର ସମାଜରେ କିନ୍ନରମାନେ ଚଳିବା ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ବେଳେ ଦୀପା କିନ୍ତୁ ନିଜର ପରିଶ୍ରମ ଏବଂ ଦୃଢ ଇଚ୍ଛାଶକ୍ତି ବଳରେ ବର୍ତ୍ତମାନ ରାଷ୍ଟ୍ରପତି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅଧିକ ପଢନ୍ତୁ

କିନ୍ନର ଦୀପା ସାହୁ ପାଇବେ ରାଷ୍ଟ୍ରପତି ପୁରସ୍କାର

author img

By ETV Bharat Odisha Team

Published : Nov 23, 2023, 7:54 PM IST

କିନ୍ନର ଦୀପା ସାହୁ ପାଇବେ ରାଷ୍ଟ୍ରପତି ପୁରସ୍କାର

କଟକ: ରାଷ୍ଟ୍ରପତି ପୁରସ୍କାର ପାଇବେ କଟକ କିନ୍ନର ଦୀପା ସାହୁ । ଆସନ୍ତା ଡିସେମ୍ବର 30 ତାରିଖରେ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରୁ ଗ୍ରହଣ କରିବେ ସମ୍ମାନ ଜନକ ପୁରସ୍କାର । ଏନେଇ ତାଙ୍କୁ ରାଷ୍ଟ୍ରପତି ଭବନରୁ ଚିଠି ଯୋଗେ ଅବଗତ କରାଯାଇଛି । ଖବର ପାଇବା ପରେ ଖୁସିରେ ଆତ୍ମବିଭୋର ହୋଇପଡିଛନ୍ତି ଦୀପା । ଦେଶର ପ୍ରଥମ କିନ୍ନର ଭାବେ ପିଏଚଡି କରି ଏକ ନୂଆ ଇତିହାସ ଲେଖିଛନ୍ତି ଦୀପା। ଉତ୍କଳ ବିଶ୍ଵବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ବର୍ତ୍ତମାନ ପିଏଚଡି କରୁଛନ୍ତି ଦୀପା । ଯେଉଁଥି ପାଇଁ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ କରିବେ ।

କିନ୍ତୁ ବିଡ଼ମ୍ବନାର ବିଷୟ ଆଜିକୁ ଠିକ ଆଠବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ଦୀପା ନିଜର କହିବା ଶକ୍ତି ହରାଇ ବସିଲେ । ସେବେ ଠୁ ସେ କଥା କହି ପାରନ୍ତି ନାହିଁ । ତେଣୁ ଗଳାରେ ଅସ୍ତ୍ରୋପଚାର ପରେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ଏହା ସତ୍ତ୍ବେ ନିଜର କଠୋର ପରିଶ୍ରମବଳରେ ଆଜି ନିଜକୁ ପ୍ରତିଷ୍ଠିତ କରିବା ସହିତ ଦୀପା ନିଜ ଲକ୍ଷ୍ୟ ସ୍ଥଳରେ ଆଗେଇ ଚାଲିଛନ୍ତି । ରାଷ୍ଟ୍ରପତି ପୁରସ୍କାର ଦୀପାଙ୍କ ମନୋବଳକୁ ଆହୁରି ମଜଭୁତ କରିବା ସହ ଆଗାମୀ ଦିନରେ ଥିବା ଲକ୍ଷ୍ୟକୁ ପୂର୍ଣ୍ଣ କରିବାରେ ହେବ ସହାୟକ ।

ଅଧିକ ପଢନ୍ତୁ- ବିଶ୍ବବିଦ୍ୟାଳୟରେ ଚମକିବେ ଦୀପା, ପ୍ରଫେସର ହେବା ପାଇଁ ପଢିବେ ପିଏଚଡି

କଟକ ବାସିନ୍ଦା ଦୀପା ସାହୁ ଓଡ଼ିଶା ତଥା ସମଗ୍ର ଭାରତ ବର୍ଷରେ କିନ୍ନର ସମାଜ ପାଇଁ ଆଣିଛନ୍ତି ଗର୍ବ ଏବଂ ଗୌରବ । କାରଣ ଆଜିର ସମାଜରେ କିନ୍ନରମାନେ ଚଳିବା ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ବେଳେ ଦୀପା କିନ୍ତୁ ନିଜର ପରିଶ୍ରମ ଏବଂ ଦୃଢ ଇଚ୍ଛାଶକ୍ତି ବଳରେ ବର୍ତ୍ତମାନ ରାଷ୍ଟ୍ରପତି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଦୀପାଙ୍କ ଏହି ଯାତ୍ରା ଏତେ ସହଜ କି ସରଳ ନଥିଲା । କାରଣ ବାପା ମା'ଙ୍କ ନଜରରେ ଦିନେ ଦୀପା ପୁଅ ଥିଲେ । ଆଉ ସେଥିପାଇଁ ପରିବାର ଲୋକେ ବେଶ ଖୁସି ଥିଲେ । କିନ୍ତୁ ଭଗବାନଙ୍କ ସୃଷ୍ଟି କିଛି ଥିଲା ଅଲଗା । ପୁଅ ହେଲେ ମଧ୍ୟ ଦୀପାଙ୍କୁ ପୁଅଙ୍କ ପୋଷାକ ଭଲ ଲାଗୁନଥିଲା । ସେଥିପାଇଁ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଅର୍ଥାତ ୧୨ବର୍ଷ ବୟସରୁ ପାଲଟିଗଲେ ଝିଅ । ପରେ ପରିବାର ଲୋକଙ୍କ ନିନ୍ଦା ଅପବାଦ ସାଙ୍ଗକୁ ସମାଜ ଆଖିରେ ସେ ଘୃଣା ଏବଂ ତାତ୍ସଲ୍ୟର ପାତ୍ର ହୋଇଥିଲେ । ସଂକୀର୍ଣ୍ଣ ମାନସିକତାର ଲୋକେ ବିଭିନ୍ନ ଅପଶବ୍ଦ କହି ଉପହାସ ମଧ୍ୟ କରୁଥିଲେ ତାଙ୍କୁ । ଏହାସତ୍ତ୍ବେ ଜୀବନ ଯୁଦ୍ଧରେ ହାରି ନଥିଲେ ଦୀପା । ନିଜ ଲକ୍ଷ୍ୟକୁ ମଜଭୁତ କରି ଆଜି ସେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ପିଏଚଡି କରୁଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.