ETV Bharat / state

ଟ୍ରେନ ଦୁର୍ଘଟଣା: ମାସେ ଭିତରେ ଡିସଚାର୍ଜ ହେବେ ସବୁ ଆହତ !

author img

By

Published : Jul 1, 2023, 12:53 PM IST

ବାହାନଗା ଟ୍ରେନ ଦୁର୍ଘଟଣା । ମାସେ ଭିତରେ ଡିସଚାର୍ଜ ହେବେ ଏସସିବିରେ ଚିକିତ୍ସିତ ହେଉଥିବା ସମସ୍ତ ଆହତ । ଅଧିକ ପଢନ୍ତୁ

SCB Superintendent on Train accident injured

ସବୁ ଆହତ ହେବେ ଡିସଚାର୍ଜ

କଟକ: ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ମଧ୍ୟରୁ ବର୍ତ୍ତମାନ କଟକ ବଡ ମେଡିକାଲରେ ୨୧ ଜଣ ଚିକିତ୍ସାଧୀନ ଅଛନ୍ତି । ସେଥିମଧ୍ୟରୁ ନ୍ୟୁରୋ ସର୍ଜରୀ ଆଇସିୟୁରେ ୨ ଜଣ ରହିଛନ୍ତି । ସେମାନଙ୍କ ଭିତରୁ ବର୍ତ୍ତମାନ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅନ୍ୟ ଜଣେ ଆଉ ଅଳ୍ପ ଦିନ ମଧ୍ୟରେ ଡିସଚାର୍ଜ ହୋଇଯିବେ । ଆଜି ସୁଦ୍ଧା ଅନେକ ରୋଗୀ ମେଡିକାଲରୁ ଡିସଚାର୍ଜ ହେବେ । ତେବେ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଯେଉଁ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି, ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଥିଲା । ଏହି ସୂଚନା ଦେଇଛନ୍ତି ଏସସିବି ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର ।

ପଞ୍ଚମ ମୃତକଙ୍କ ପିିଠିର ସବୁ ଚର୍ମ ଉଠି ଯାଇଥିଲା । ଯେଉଁ କାରଣରୁ ତାଙ୍କର ରକ୍ତସ୍ରାବ ବନ୍ଦ ହୋଇନଥିଲା ଏବଂ ମୃତ୍ୟୁ ହୋଇଯାଇଥିଲା । ତେବେ ମାସକ ଭିତରେ ସମସ୍ତ ୨୧ ଜଣ ରୋଗୀ ଡିସଚାର୍ଜ ହେବା ନେଇ ଆଶା ରହିଥିବା କହିଛନ୍ତି ଏସସିବି ଅଧିକ୍ଷକ । ବାହାନଗା ରେଳ ଦୁର୍ଘଟଣାରେ ଆହତମାନଙ୍କର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଚିକିତ୍ସା ଚାଲିଛି । ଦୁର୍ଘଟଣା ପରେ ଏସସିବିରେ ୨୦୧ ଜଣଙ୍କ ଚିକିତ୍ସା କରାଯାଇଥିବା ବେଳେ ଏବେ ମାତ୍ର ୨୧ ଜଣ ଆହତ ଚିକିତ୍ସିତ ହେଉଛନ୍ତି । ଦୁଇ ଜଣଙ୍କ ବ୍ୟତୀତ ବାକି ୧୯ ଜଣଙ୍କ ଅବସ୍ଥା ଭଲ ରହିଛି । ତାଙ୍କର ସ୍ବାସ୍ଥ୍ୟବସ୍ଥା ଦେଖି ପର୍ଯ୍ୟାୟ କ୍ରମେ ଡିସଚାର୍ଜ କରାଯିବ ।

ଏହାମଧ୍ୟ ପଢନ୍ତୁ: ସରୁନି ବାହାନଗା ଦୁଃଖ: ପୁଅକୁ ଧରି ସ୍ବାମୀଙ୍କୁ ଖୋଜୁଛନ୍ତି ପଶ୍ଚିମବଙ୍ଗ ମହିଳା

ଜୁନ ୨ରେ ବାଲେଶ୍ଵର ବାହାନଗାର ସେହି କାଳରାତ୍ରି ଘଟଣା ଓଡିଶା ଇତିହାସରେ ପ୍ରଥମ । ଯେଉଁଥିରେ ହଜାର ହଜାର ଲୋକେ ଆହତ ହୋଇଥିଲେ । ୨୯୦ରୁ ଅଧିକ ଯାତ୍ରୀଙ୍କ ଜୀବନ ଯାଇଥିଲା । ସେହି ରାତି କଥା ଭାବିବା ବେଳକୁ ମନରେ ଏବେ ବି ଭୟ ସଞ୍ଚାର ହେଉଛି । ଦୁର୍ଘଟଣାର କିଛି ସମୟର ପରେ ଏସସିବିକୁ ଛୁଟିଥିଲା ମାଳ ମାଳ ଆମ୍ବୁଲାନ୍ସ । ଗୋଟିଏ ପରେ ଗୋଟିଏ ଆମ୍ବୁଲାନ୍ସ ବାହାନଗାରୁ କଟକ ଆସିଥିଲା । ପ୍ରଥମେ ସମସ୍ତ ଆହତଙ୍କୁ କାଜୁଆଲଟିରେ ଭର୍ତ୍ତି କରାଯିବା ପରେ ସମସ୍ତ ଚିକିତ୍ସା ଆରମ୍ଭ ହୋଇଥିଲା । ରାତି ପାହିଥିଲା । ହେଲେ ଆହତଙ୍କ ସଂଖ୍ୟା କମିନଥିଲା । ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ହିଁ ଅନେକ ରୋଗୀଙ୍କ ମୁହଁରେ ହସ ଫୁଟାଇ ପାରିଛି । ବର୍ତ୍ତମାନ ସମୟରେ ଯେତିକି ଆହତ ଏସସିବିରେ ଅଛନ୍ତି ସମସ୍ତଙ୍କୁ ସୁସ୍ଥ କରିବା ଆମର ଗୁରୁଦାୟିତ୍ୱ ବୋଲି କହିଛନ୍ତି ଏସସିବି ଅଧିକ୍ଷକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.