ETV Bharat / state

ନେତାଜୀ ବସ ଟର୍ମିନାଲ ବିବାଦ, ଧାରଣାରେ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ବ୍ୟବସାୟୀ ସଂଘ

କଟକ ନେତାଜୀ ବସ ଟର୍ମିନାଲର ପିଛା ଛାଡ଼ୁନି ବିବାଦ। ଜୀବିକା ହରାଇବା ଭୟରେ ବାଦାମବାଡି ବସଷ୍ଟାଣ୍ଡ ବ୍ୟବସାୟୀଙ୍କ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 13, 2023, 3:58 PM IST

trade association protest
trade association protest
trade association protest

କଟକ : କଟକର ନୂଆ ବସଷ୍ଟାଣ୍ଡ ଉଦଘାଟନ ପୂର୍ବରୁ ବ୍ୟବସାୟୀଙ୍କ ପ୍ରତିବାଦ । ଜୀବିକା ହରାଇବା ଭୟରେ ବାଦାମବାଡି ବସଷ୍ଟାଣ୍ଡର ବ୍ୟବସାୟୀଙ୍କ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା । ବାଦାମବାଡ଼ି ବ୍ୟବସାୟୀ ମହାସଙ୍ଘ ନିଜର ହକ ଓ ଅଧିକାରକୁ ମହାନଗର ନିଗମ ଓ ସିଡିଏ ଅଣଦେଖା କରିବା ଅଭିଯୋଗରେ ଏପରି ଆନ୍ଦୋଳନ ପନ୍ଥା ଆପଣେଇଛନ୍ତି ।

ତେବେ କଟକ ନେତାଜୀ ବସ ଟର୍ମିନାଲର ପିଛା ଛାଡ଼ୁନି ବିବାଦ। ରାଜ୍ୟ ସରକାରଙ୍କ ଏହି ବଡ଼ ପ୍ରକଳ୍ପର ଲୋକାର୍ପିତ ତାରିଖ ପାଖେଇ ଆସୁଥିବା ବେଳେ ଗୋଟିଏ ପରେ ଗୋଟିଏ କେଂ ସାମ୍ନାକୁ ଆସୁଛି। ପୂର୍ବରୁ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇଁ ବିବାଦ ମୁଣ୍ଡ ଟେକିଥିଲା । ଆଉ ବର୍ତ୍ତମାନ ସରକାରୀ ବସଷ୍ଟାଣ୍ଡରେ ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ। ବର୍ତ୍ତମାନ ସମୟରେ ବାଦାମବାଡ଼ି ବସଷ୍ଟାଣ୍ଡରେ 147 ସ୍ୱୀକୃତି ପ୍ରାପ୍ତ ବ୍ୟବସାୟୀ ଓ 500 ରୁ ଉର୍ଦ୍ଧ୍ବ ଵ୍ୟଵସାୟୀ ବର୍ଷ ବର୍ଷ ଧରି ଏଠାରେ ବ୍ୟବସାୟ କରି ଆସୁଛନ୍ତି।

ହେଲେ ଆସନ୍ତା 16 ତାରିଖରେ ଏହି ବସ ଟର୍ମିନାଲ ଉଦଘାଟନ ହେବାକୁ ଥିବା ବେଳେ ଏହି ତମାମ ଵ୍ୟଵସାୟୀଙ୍କ କଥା ଏଯାବତ କର୍ଣ୍ଣପାତ କରି ନାହାନ୍ତି ସିଡିଏ କି ମହାନଗର ନିଗମ ।ଏନେଇ ଆଜିଠୁ ସରକାରୀ ବସଷ୍ଟାଣ୍ଡରେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ସମସ୍ତ ବ୍ୟବସାୟୀ । ସେହିପରି ଉଦ୍ଘାଟନ ଦିବସରେ ହଜାର ହଜାର ବ୍ୟବସାୟୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲକ୍ଷ୍ୟ ରଖାଯାଇଥିବା ସ୍ପଷ୍ଟ କରିଛି ବାଦାମବାଡ଼ି ବ୍ୟବସାୟୀ ମହାସଂଘ ।

ଅନ୍ୟପଟେ ହାତରେ ଆଉ କମ ସମୟ ରହିଥିବାରୁ ଟର୍ମିନାଲ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ନିର୍ଦେଶ ଦେଇଛନ୍ତି କମିଶନର। ତେବେ ବସ ଟର୍ମିନାଲରେ 52ଟି ଦୂରଗାମୀ ରାତ୍ରିକାଳୀନ ବସ ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିସହ 20ଟି ମୋ ବସ ସହ ମୋଟ 191ଟି ବସ ମଧ୍ୟ ରହଣୀର ସୁବିଧା ରହିଛି ।

ଏହା ମଧ୍ୟ ପଢନ୍ତୁ- ପିଛା ଛାଡ଼ୁନି ନେତାଜୀ ବସ ଟର୍ମିନାଲ ବିବାଦ, ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଲା ବ୍ୟବସାୟୀ ସଙ୍ଘ

ଖୁବଶୀଘ୍ର ଖାନନଗର ରିଂରୋଡ଼ ରାସ୍ତାକୁ 6 ଲେନ ରାସ୍ତାରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହେବ । ତେବେ ଏହି କାର୍ଯ୍ୟକୁ ଚଳିତ ବର୍ଷ ଡିସେମ୍ବର ମାସ ମଧ୍ୟରେ ଶେଷ କରାଯିବ ବୋଲି ଯୋଜନା ରଖିଛି କଟକ ମହାନଗର ନିଗମ । ତେବେ କଟକର ଗୌରବ ଭିତ୍ତିଭୂମି ମଧ୍ୟରେ ଏହି ଟର୍ମିନାଲ ମଧ୍ୟ କଟକୁ ଆଉ ଏକ ସ୍ୱତନ୍ତ୍ର ପରିଚୟ ଦେବ। ତେବେ ଟର୍ମିନାଲ ଛଡା ଅନ୍ୟ ମେଗା ପ୍ରକଳ୍ପର ମଧ୍ୟ ସେ ଦିନ ଉଦଘାଟନ କାର୍ଯ୍ୟକ୍ରମ ରହିଛି। ତେଣୁ ମୁଖ୍ୟମନ୍ତ୍ରୀ ଆସିବାର ଯୋଜନା ରହିଥିବାରୁ ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବରେ ଗତ ସପ୍ତାହରେ ସମୀକ୍ଷା କରାଯାଇଛି। ଟର୍ମିନାଲର ସବୁ କାମ ଏକପ୍ରକାର ଶେଷ ହୋଇ ଆସିଥିବା ବେଳେ ଅଳ୍ପ କାମ ବାକି ରହିଛି ଯାହା ସମୟ ଥାଇ ଶେଷ କରି ଦିଆଜିବ ବୋଲି ସିଏମସି ପକ୍ଷରୁ ସୂଚନା ରହିଥିଲା।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.