ETV Bharat / state

ପିକନିକ ଆସି ପର୍ଯ୍ୟଟକଙ୍କ ମୃତ୍ୟୁ

author img

By

Published : Jan 1, 2022, 10:52 PM IST

ନୂଆବର୍ଷରେ ନରସିଂହପୁର ଅଞ୍ଚଳରେ ଥିବା ଜଳପ୍ରପାତ ଦିଅଁଝରକୁ ବୁଲିବାକୁ ଆସି ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଝାଡଖଣ୍ଡର ସୁରେନ୍ଦ୍ର କୁମାର ବୋଲି ଜଣାପଡିଛି । ଅଧିକ ପଢନ୍ତୁ

ପିକନିକ ଆସି ପର୍ଯ୍ୟଟକଙ୍କ ମୃତ୍ୟ
ପିକନିକ ଆସି ପର୍ଯ୍ୟଟକଙ୍କ ମୃତ୍ୟ

କଟକ: ନୂଆବର୍ଷରେ ନରସିଂହପୁର ଅଞ୍ଚଳରେ ଥିବା ଜଳପ୍ରପାତ ଦିଅଁଝରକୁ ବୁଲିବାକୁ ଆସି ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ନାମ ସୁରେନ୍ଦ୍ର କୁମାର ବୋଲି ଜଣାପଡିଛି । ସୁରେନ୍ଦ୍ରଙ୍କ ବୟସ 41 ବର୍ଷ । ନବବର୍ଷ ପାଳନ କରିବାକୁ ଆସି ନରସିଂହପୁର ଅଞ୍ଚଳରେ ଥିବା ଜଳପ୍ରପାତ ଦିଅଁଝରକୁ ଯିବା ରାସ୍ତାରେ ମୃତ୍ୟୁ ଘଟିଛି । ମୃତ ସୁରେନ୍ଦ୍ର ହେଲେ ଛତିଶଗଡ଼ ଅଞ୍ଚଳର । ସୂଚନା ଅନୁଯାୟୀ ମୃତ ସୁରେନ୍ଦ୍ର ଓ ତାଙ୍କ କମ୍ପାନୀର ଅନ୍ୟ 13 ଜଣ ସାଙ୍ଗ ଏକ ବସ ଯୋଗେ କଟକ ଜିଲ୍ଲା ନରସିଂହପୁରରେ ଥିବା ଦିଅଁଝର ଜଳପ୍ରପାତକୁ ବୁଲିବାକୁ ଆସିଥିଲେ ।

ପିକନିକ ଆସି ପର୍ଯ୍ୟଟକଙ୍କ ମୃତ୍ୟ

ସକାଳୁ ସମସ୍ତେ ଚମ୍ପେଶ୍ୱର ନିକଟରେ ଗାଧୋଇବା ପାଇଁ ବସରୁ ଓହ୍ଲାଇଥିଲେ । ହେଲେ ସୁରେନ୍ଦ୍ର କିନ୍ତୁ ଓହ୍ଲାଇ ନଥିଲେ । ଅନ୍ୟ ସାଙ୍ଗମାନେ ସୁରେନ୍ଦ୍ରକୁ ଡାକିବାରୁ ସେ ଉଠିନଥିଲେ । ପରେ ତାଙ୍କର ସାଙ୍ଗ ମାନେ ସୁରେନ୍ଦ୍ରଙ୍କୁ ସ୍ଥାନୀୟ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ସୁରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ମୃତଦେହ କାନପୁର ମେଡ଼ିକାଲରେ ରହିଥିବା ବେଳେ କାନପୁର ପୋଲିସ ତଦନ୍ତ ଜାରି ରଖିଛି । ତେବେ ସୁରେନ୍ଦ୍ରଙ୍କ ମୃତ୍ୟୁ କେମିତି ହେଲା ତାହାର ପାରିପାର୍ଶ୍ବିକ ତଦନ୍ତ କାନପୁର ପୋଲିସ ଜାରି ରଖିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ କଲାପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବା କଥା ଡାକ୍ତର କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.