ETV Bharat / state

Tirtol MLA Marriage Controversy; ସୋମାଲିକା ଆପତ୍ତି କଲେ ଫସିିଯିବେ କି ବିଜୟ ଶଙ୍କର ? ଜାଣନ୍ତୁ କ'ଣ କହୁଛନ୍ତି ଆଇନଜୀବୀ

author img

By ETV Bharat Odisha Team

Published : Oct 6, 2023, 8:25 AM IST

ସୋମାଲିକା ନୁହଁନ୍ତି, ଅନ୍ୟ ଜଣଙ୍କୁ ବିବାହ କରିବାକୁ ଯାଉଛନ୍ତି ବିଧାୟକ ବିଜୟ ଶଙ୍କର । ତେବେ ଏହି ବିବାହକୁ ନେଇ ସୋମାଲିକା ଆପତ୍ତି କଲେ ଫସିିଯିବେ କି ବିଧାୟକ ? ଜାଣନ୍ତୁ କ'ଣ ରହିଛି ଆଇନଗତ ପ୍ରକ୍ରିୟା

ବିଧାୟକ ବିଜୟ ଶଙ୍କର ବିବାହ ବିବାଦ
ବିଧାୟକ ବିଜୟ ଶଙ୍କର ବିବାହ ବିବାଦ

ସୋମାଲିକା ଆପତ୍ତି କଲେ ଫସିିଯିବେ କି ବିଜୟ ଶଙ୍କର ?

କଟକ: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ପ୍ରକ୍ରିୟାରେ କଣ୍ଟା ସାଜିବେ କି ପୂର୍ବତନ ବାନ୍ଧବୀ ସୋମାଲିକା ? ଏନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାର ଆଇନଗତ ପ୍ରକ୍ରିୟା ଉପରେ ପ୍ରତିକ୍ରିୟା ଦେଇଛନ୍ତି ଆଇନଜୀବୀ ବନଜା ପଣ୍ଡା । ବିଜୟ ଶଙ୍କର ଯଦିଓ କଟକ ସବ ରେଜିଷ୍ଟ୍ରାରଙ୍କ ଅଫିସରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ଆବେଦନ କରିଛନ୍ତି, ଏହାର ମାସକ ମଧ୍ୟରେ ଜଣେ ଚାହିଁଲେ ବିବାହ ଉପରେ ଆପତ୍ତି କରିପାରିବେ । ସୋମାଲିକା ଯଦି ଆପତ୍ତି କରନ୍ତି, ତେବେ ସତରେ କ'ଣ ଫସିଯିବେ ବିଧାୟକ ?

ଆଇନଜୀବୀଙ୍କ କହିବା ମୁତାବକ ଜଣେ ଆପତ୍ତି ଆବେଦନ କଲେ ୪ଟି ପ୍ରସଙ୍ଗକୁ ବିଚାରକୁ ନିଆଯିବ । ପ୍ରଥମଟି ହେଉଛି ବୟସ । ଯଦି ଉଭୟଙ୍କ ବୟସ (ଯିଏ ବିବାହ ପାଇଁ ଆବେଦନ କରିଥିବ) ଆଇନ ସମ୍ମତ ହୋଇନଥିବ ଅର୍ଥାତ ଉଭୟ ପୁଅ ଏବଂ ଝିଅ ଯଦି ନାବାଳକ ଓ ନାବାଳିକା ହୋଇଥିବେ । ଦ୍ବିତୀୟଟି ହେଉଛି, ଉଭୟ ଯଦି ରକ୍ତ ସମ୍ପର୍କ ହୋଇଥିବେ । ଯାହାକୁ ସମାଜ କେବେବି ଗ୍ରହଣ କରୁନଥିବ । ତୃତୀୟଟି ହେଉଛି, ଉଭୟଙ୍କର(ଯିଏ ବିବାହ ପାଇଁ ଆବେଦନ କରିଥିବେ) ଯଦି ସହମତି ନଥିବ । ଚତୁର୍ଥଟି ହେଉଛି, ଯଦି ଜଣେ କିମ୍ବା ଉଭୟଙ୍କର ପୂର୍ବରୁ ଆଇନ ସମ୍ମତରେ ଅନ୍ୟ ଜଣକଙ୍କ ସହ ବିବାହ ହୋଇଥିବ । ଏହି କ୍ଷେତ୍ରରେ ଜଣେ ଚାହିଁଲେ ସବରେଜିଷ୍ଟ୍ରାରଙ୍କ ନିକଟରେ ଆପତ୍ତି କରିପାରିବେ ।

ଏହାମଧ୍ୟ ପଢନ୍ତୁ: ଥମିନି ପ୍ରେମ ବିବାଦ: ଆଉ ଜଣଙ୍କୁ ବିବାହ ପାଇଁ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କଲେ ତିର୍ତ୍ତୋଲ ବିଧାୟକ

ତେବେ ସୋମାଲିକା ଯଦି ଏହିପରି କିଛି ତଥ୍ୟ ରଖିଥିବେ ଏବଂ ଏହି ମାପଦଣ୍ଡ ଗୁଡିକ ପୂରଣ କରୁଥିବ ତେବେ ସୋମାଲିକା ଆବେଦନ କରିପାରିବେ । ସବରେଜିଷ୍ଟ୍ରାର ଏହାର ବିଚାର କରି ଏହି ମାମଲାର ଶୁଣାଣି କରିପାରିବେ । ଯଦି ସୋମାଲିକାଙ୍କ ଆବେଦନ ଖାରଜ ହୁଏ, ତେବେ ସେ କଟକ ଜିଲ୍ଲା ଜଜଙ୍କ ଅଦାଲତର ଦ୍ବାରସ୍ତ ମଧ୍ୟ ହୋଇପାରିବେ ବୋଲି ଆଇନଜୀବୀ ବନଜା ପଣ୍ଡା କହିଛନ୍ତି ।

ବିବାହ କରିବେ ତିର୍ତ୍ତୋଲ ବିଧାୟକ:

ପ୍ରେମ ବିବାଦରୁ ସମ୍ପୂର୍ଣ୍ଣ ମୁକୁଳି ପାରିନଥିବା ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ କଟକ ସବ ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଛନ୍ତି । ପ୍ରତୁଷା ନନ୍ଦ ନାମକ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ଗତ ମାସ ୨୧ ତାରିଖରେ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି ବିଜୟ । ଯେଉଁ ଯୁବତୀଙ୍କ ସହ ତାଙ୍କ ନୂଆ ପ୍ରେମ ଗଢି ଉଠିଥିବା ନେଇ ଚର୍ଚ୍ଚା ହେଉଥିଲା ସେହି ଯୁବତୀଙ୍କ ସହିତ ବିବାହ ପାଇଁ ଆବେଦନ କରିଥିବା ଚର୍ଚ୍ଚା ହେଉଛି । ଏନେଇ କଟକ ସବ-ରେଜିଷ୍ଟ୍ରାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.