ETV Bharat / state

କଟକରେ ଖୋଲିଲା ତିବ୍ଦତୀୟ ଶୀତବସ୍ତ୍ର ବଜାର, ସ୍ଥାନ ପରିବର୍ତ୍ତନ ପରେ ବେପାର ମାନ୍ଦା ! - winter session

କଟକ ମଙ୍ଗଳାବାଗରେ ଖୋଲିଲା ତିବ୍ଦତୀୟ ଶୀତବସ୍ତ୍ର ବଜାର । ଜ୍ୟାକେଟ୍‌, ସ୍ବେଟରଠୁ ନେଇ ଶାଲ, କମ୍ବଳ ପର୍ଯ୍ୟନ୍ତ ଭଳିକି ଭଳି ଶୀତ ପୋଷାକ ବିକ୍ରି ହେଉଥିବା ବେଳେ ଜମୁଛି ଲୋକଙ୍କ ଭିଡ଼ । ସେପଟେ ସ୍ଥାନ ପରିବର୍ତ୍ତନ ପାଇଁ ବ୍ୟବସାୟ ମାନ୍ଦା ହୋଇଥିବା ବ୍ୟବସାୟୀଙ୍କ ସୂଚନା । ଦେଖନ୍ତୁ ଏହି ରିପୋର୍ଟ

କଟକରେ ଖୋଲିଲା ତିବ୍ଦତୀୟ ଶୀତବସ୍ତ୍ର ବଜାର, ସ୍ଥାନପରିବର୍ତ୍ତନ ପାଇଁ ବେପାର ମାନ୍ଦା !

author img

By ETV Bharat Odisha Team

Published : Nov 14, 2023, 7:37 PM IST

କଟକରେ ଖୋଲିଲା ତିବ୍ଦତୀୟ ଶୀତବସ୍ତ୍ର ବଜାର, ସ୍ଥାନପରିବର୍ତ୍ତନ ପାଇଁ ବେପାର ମାନ୍ଦା !

କଟକ: ରାଜ୍ୟରେ ଶୀତର ଆରମ୍ଭ ହେଉଣୁ କଟକରେ ଜମେ ତିବ୍ଦତୀୟ ଶୀତବସ୍ତ୍ର ବଜାର । ଭଳିକି ଭଳି ଶୀତବସ୍ତ୍ର କିଣିବାକୁ କଟକିଆ ତଥା ଆଖପାଖ ଜିଲ୍ଲାର ଲୋକଙ୍କ ଭିଡ ଦେଖିବାକୁ ମିଳେ । ତେବେ ଚଳିତ ବର୍ଷ କଟକର ଖାନନଗର ବଦଳରେ ମଙ୍ଗଳାବାଗରେ ଲଗାଯାଇଛି ତିବ୍ବତୀୟାନ ଷ୍ଟଲ୍ । ତିବ୍ବତୀୟ ଶରଣାର୍ଥୀ ମାନେ ବର୍ଷ ବର୍ଷ ଧରି କଟକରେ ଶୀତବସ୍ତ୍ର ବ୍ୟବସାୟ କରି ଆସୁଥିବା ବେଳେ ଚଳିତବର୍ଷ ଭଲ ବ୍ୟବସାୟ ନେଇ ଆଶା ରଖିଛନ୍ତି ଏମାନେ। ସେହିଭଳି ନିଜର ମନ ପସନ୍ଦର ଶୀତବସ୍ତ୍ର କିଣି ବେଶ୍ ଖୁସି ହୋଇଥାନ୍ତି କଟକିଆ ।

ଶୀତ ଋତୁ ଆସିଲେ କଟକିଆଙ୍କୁ ଅପେକ୍ଷା ଥାଏ ତିବ୍ଦତୀୟ ବ୍ୟବସାୟୀଙ୍କ ଓ ତିବ୍ଦତୀୟମାନେ ବି ଅପେକ୍ଷା କରି ରହିଥାନ୍ତି କଟକରେ ଶୀତବସ୍ତ୍ର ବଜାର ଲଗାଇବା ପାଇଁ । ତେବେ ଚଳିତ ବର୍ଷ କଟକ ମଙ୍ଗଳାବାଗ କଠାଗୋଲା ରୋଡ ସ୍ଥିତ ମହାନଦୀ କୂଳରେ ତିବ୍ଦତୀୟମାନଙ୍କ ଶୀତ ବଜାର ଆରମ୍ଭ ହୋଇଯାଇଛି । ନଭେମ୍ବର ମାସ ୧ ତାରିଖରୁ ତିବ୍ଦତୀୟ ଶରଣାର୍ଥୀ ମଙ୍ଗଳକାରି ସଂଘ ପକ୍ଷରୁ ଖୋଲା ଯାଇଛି ଏହି ମାର୍କେଟ ।

ତେବେ ୧୯୫୯ ମସିହାରେ ତିବ୍ବତ ଉପରେ ଚୀନ କବ୍‌ଜା କରିବା ପରେ ଅନେକ ଶରଣାର୍ଥୀମାନେ ଭାରତ ଭିତରକୁ ଚାଲି ଆସିଥିଲେ । ସେହି ଶରଣାର୍ଥୀମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଗଜପତି ଜିଲ୍ଲା ଚନ୍ଦ୍ରଗିରିଠାରେ ସ୍ଥାପିତ କରାଯାଇଥିଲା । ସେବେଠାରୁ ନିଜର ପେଟ ପୋଷିବା ପାଇଁ ଏହି ଶରଣାର୍ଥୀମାନେ ଶୀତବସ୍ତ୍ର ବ୍ୟବସାୟ ଆରମ୍ଭ କରିଥିଲେ । ବିଶେଷ କରି କଟକ ସହରରେ ଦୁଇ ପୀଢ଼ି ଧରି ବ୍ୟବସାୟ କରି ଆସୁଛନ୍ତି ଏମାନେ ।

ଏହାମଧ୍ୟ ପଢନ୍ତୁ..First Touch Of Winter: ଶୀତୁଆ ସକାଳରେ କୁହୁଡି ପ୍ରବେଶ, ଆନମନା କବିପ୍ରାଣ

ପୂର୍ବ ବର୍ଷ ମାନଙ୍କରେ କଟକ ଖାନ୍‌ ନଗରଠାରେ ଏହି ମାର୍କେଟ ଲଗାଯାଉଥିବା ବେଳେ ଚଳିତବର୍ଷ ବସ୍ ଟର୍ମିନାଲ ନିର୍ମାଣ ପରେ ମଙ୍ଗଳାବାଗକୁ ସ୍ଥାନାନ୍ତରିତ କରାଯାଇଛି । ପୂର୍ବରୁ ହାତ ତିଆରି ସ୍ୱେଟର, ସାଲ୍ ଆଦି ବ୍ୟବସାୟ କରାଯାଉଥିବା ବେଳେ ବର୍ତ୍ତମାନ ସମୟରେ ଆଧୁନିକ ଢାଞ୍ଚାର ଜ୍ୟାକେଟ୍‌, କମ୍ବଳ, ମୋଜା, ମଫ୍ଲର୍, ଗ୍ଲୋବସ ଆଦି ଭଳିକି ଭଳି ଶୀତ ବସ୍ତ୍ର ବ୍ୟବସାୟ କରାଯାଉଛି । ବିଶେଷ କରି ଏଗୁଡ଼ିକୁ ଦିଲ୍ଲୀ, ହରିଆଣା ଆଦି ଅଞ୍ଚଳରୁ ଅଣାଯାଇଥାଏ ବୋଲି ସୂଚନା ରହିଛି । ତେବେ ଶିଶୁଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଶୀତବସ୍ତ୍ର ଏଠାରେ ମିଳିଥାଏ । ପାଖାପାଖି ତିନିମାସ ଧରି ଚାଲିଥାଏ ଏହି ମାର୍କେଟ ।

ଅନ୍ୟପଟେ ବ୍ୟବସାୟୀଙ୍କ କହିବାନୁଯାୟୀ,"ଗ୍ରାହକମାନଙ୍କର ଚାହିଦାକୁ ନେଇ ସମସ୍ତ ବସ୍ତ୍ରକୁ ଅଣାଯାଏ ଓ କଟକରେ ପ୍ରତିବର୍ଷ ଭଲ ବ୍ୟବସାୟ ହୁଏ । ହେଲେ ଚଳିତବର୍ଷ ସ୍ଥାନ ପରିବର୍ତ୍ତନ ହୋଇଥିବା କାରଣରୁ ବ୍ୟବସାୟ ଧୀର ରହିଛି । ଏଥିସହ ଚଳିତ ବର୍ଷ ଶୀତ ଅପେକ୍ଷାକୃତ କମ ପଡ଼ିଥିବାରୁ ବ୍ୟବସାୟ ଫିକା ପଡିଛି ।

ଅନ୍ୟପଟେ ଶୀତବସ୍ତ୍ର ବଜାର ଖୋଲିବା ପରେ ଧୀରେଧୀରେ କଟକିଆଙ୍କ ଭିଡ଼ ଜମିବାରେ ଲାଗୁଛି । ନିଜର ପରିବାର ସହ ଓ ସାଙ୍ଗସାଥୀ ମାନଙ୍କର ସହ କଟକିଆମାନେ ବସ୍ତ୍ର କିଣିବା ପାଇଁ ଆସି ପହଞ୍ଚୁଛନ୍ତି । ଫିକ୍ସ ରେଟ୍ ଥିବା ବେଳେ ଚଳିତବର୍ଷ ସବୁ ଜିନିଷ ଗୁଡ଼ିକର ଦର ଠିକଠାକ ରହିଥିବା କଥା କହିଛନ୍ତି ଗ୍ରାହକମାନେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.