ETV Bharat / state

ଏସିବିରେ 3 କେନ୍ଦ୍ରମନ୍ତ୍ରୀ, ଆହତଙ୍କୁ ଭେଟି ବୁଝିଲେ ସ୍ବାସ୍ଥ୍ୟବସ୍ଥା

author img

By

Published : Jun 4, 2023, 6:56 PM IST

Updated : Jun 4, 2023, 7:14 PM IST

ଏସସିବି ବଡ଼ ମେଡ଼ିକାଲରେ ୩ କେନ୍ଦ୍ରମନ୍ତ୍ରୀ । ଆତଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି । ଅଧିକ ପଢ଼ନ୍ତୁ

odisha train tragedy
ବାଲେଶ୍ୱର ଟ୍ରେନ ଦୁର୍ଘଟଣା
ବାଲେଶ୍ୱର ଟ୍ରେନ ଦୁର୍ଘଟଣା

କଟକ: ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ଆହତଙ୍କୁ ଭେଟିଛନ୍ତି ତିନି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ, କେନ୍ଦ୍ର ଶିକ୍ଷା, ଦକ୍ଷତା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ତଥା ଆଇଟି ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଏସସିବିରେ ଆହତ ମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଚିକିତ୍ସା ସମ୍ପର୍କରେ ଆଲୋଚନା କରିଛନ୍ତି । ସମସ୍ତ ବ୍ୟବସ୍ଥାର ତଦାରଖ କରିବା ସହ ଏସସିବି ଅଧିକ୍ଷକ, ଡିନ, ପ୍ରଫେସର ଏବଂ ପିଜି ଛାତ୍ରଙ୍କ ସହ ଆଲୋଚନା କରିଛନ୍ତି ।

ହସ୍ପିଟାଲରେ ଆହତଙ୍କୁ ଭେଟି ସାରିବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି ଯେ, "ଦେଶରେ ଏସସିବି ମେଡ଼ିକାଲର ନାମ ଯଥେଷ୍ଟ ରହିଛି । ଟ୍ରେନ ଦୁର୍ଘଟଣାରେ ଗୁରୁତର ଆହତଙ୍କ ଚିକିତ୍ସାରେ ଡାକ୍ତରଖାନା କର୍ତ୍ତୃପକ୍ଷ ଯେଉଁ ତତ୍ପରତା ଦେଖାଇଛନ୍ତି ସେଥିପାଇଁ ଏସସିବିର ଗୁରୁତ୍ୱ ଆହୁରି ବଢି ଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସମନ୍ବୟ ଯୋଗୁଁ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିଛି ।" ଓଡ଼ିଶାରେ ଡାକ୍ତରୀ ପେଶା ଏକ ସେବା, ଯାହାକୁ ରାଜ୍ୟବାସୀ ପ୍ରମାଣିତ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମସ୍ତ ଆହତଙ୍କୁ ସୁସ୍ଥ କରାଇ ସେମାନଙ୍କ ପରିବାର ବର୍ଗଙ୍କ ପାଖରେ ପହଞ୍ଚାଇବା ଆମର ପ୍ରଥମ ଲକ୍ଷ୍ୟ । ଏ ଦିଗରେ ସମସ୍ତେ ଅଧିକ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ଓ ରାଜ୍ୟ ପ୍ରଶାସନିକ ଅଧିକାରୀ ଏହି ଉଦ୍ଧାର କାର୍ଯ୍ୟକୁ ବେଶ ଆନ୍ତରିକତ ସହ କରିଛନ୍ତି । ସବୁ ବିଭାଗ ମଧ୍ୟରେ ସମନ୍ଵୟ ଯୋଗୁଁ ଲୋକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପାରିଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ସୂଚନା ଯୋଗ୍ୟ, ଏସସିବି ମେଡ଼ିକାଲରେ ରବିବାର ମଧ୍ୟାହ୍ନ ସୁଦ୍ଧା 203 ଜଣ ଟ୍ରେନ ଦୁର୍ଘଟଣାରେ ଗୁରୁତର ହୋଇଥିବା ରୋଗୀଙ୍କୁ ଭର୍ତ୍ତି କରାଯାଇଛି । ସେମାନଙ୍କୁ ସର୍ଜରୀ, ଅର୍ଥୋପେଡିକ ଓ ନିୟୁରୋସର୍ଜରି ବିଭାଗରେ ରଖାଯାଇ ଚିକିତ୍ସା କରାଯାଉଛି । ସେହିପରି ଆହତ ମାନଙ୍କ ମଧ୍ୟରୁ 13 ଜଣଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଛି । 7 ଜଣ ଗୁରତରଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ଶୁକ୍ରବାର ଠାରୁ ଏ ପର୍ଯ୍ୟନ୍ତ ପ୍ରାୟ 7 ଜଣଙ୍କ ଠାରେ ଅସ୍ତ୍ରପ୍ରଚାର କରାଯାଇ ସାରିଲାଣି ବୋଲି ଜରୁରୀ କାଳୀନ ଅଧିକାରୀ ଡକ୍ଟର ଭୂବନା ନନ୍ଦ ମହାରଣା ସୂଚନା ଦେଇଛନ୍ତି । ସମସ୍ତ ଆହତଙ୍କୁ ଆବଶ୍ୟକତା ଅନୁଯାୟୀ ଚିକିତ୍ସା ସେବା ମାଗଣାରେ ଯୋଗାଇ ଦିଆଯାଉଛି । 10ଜଣଙ୍କୁ ଛାଡିଦେଲେ ପ୍ରାୟ ସବୁ ଗୁରୁତରଙ୍କ ପରିଚୟ ମିଳିଛି । ଅନ୍ୟପଟେ ଜିଲ୍ଲା ପ୍ରଶାସନ, ଏସସିବି ପକ୍ଷରୁ ସେମାନଙ୍କ ପରିବାରକୁ ଦୁର୍ଘଟଣା ଏବଂ ତାଙ୍କ ସମ୍ପର୍କୀୟ ଚିକିତ୍ସିତ ହେଉଥିବା ସୂଚନା ପ୍ରଦାନ କରାଯାଇଛି ।

ଇଟିଭି ଭାରତ, କଟକ

Last Updated : Jun 4, 2023, 7:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.