କଟକ: ପୁଣି ଅଜଣା ଜନ୍ତୁର ଆତଙ୍କ । କଟକ ଜିଲ୍ଲା ତିହୁଡି ପଞ୍ଚାୟତ ବାଘମରା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ମଙ୍ଗଳବାର ବିଳମ୍ବିତ ରାତି ବଘମରା ଗ୍ରାମର ଶରତ ଚନ୍ଦ୍ର କାଟୁଆଙ୍କ ଗୁହାଳରେ ଅଜଣା ଜନ୍ତୁ ପଶି ମେଣ୍ଢାଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି। ଆକ୍ରମଣରେ 6 ମେଣ୍ଢା ମରିଥିବା ବେଳେ ୪ ଗୁରୁତର ହୋଇଛନ୍ତି।
ସୂଚନା ଥାଉକି ଚଳିତ ମାସ 1 ତାରିଖରୁ ଆଜି ସୁଦ୍ଧା ଅଜଣା ଜନ୍ତୁ ଆକ୍ରମଣରେ ୩୦ ମେଣ୍ଢାର ମୃତ୍ୟୁ ହେବା ସହ ୩୦ ରୁ ଅଧିକ ମେଣ୍ଢା ଗୁରୁତର ହୋଇଛନ୍ତି। ବନ ବିଭାଗ ପକ୍ଷରୁ ସେଠାରେ ଏକ ଯନ୍ତା ବସା ଯାଇଥିଲେ ସୁଦ୍ଧା ବନ ବିଭାଗ କୌଣସି ଜନ୍ତୁର ସନ୍ଧାନ ପାଇନାହିଁ। ଅନ୍ୟପଟେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ମିଳିନାହିଁ। ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟିଦେଇ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ