କଟକ: ଭାରତୀୟ ମଜଦୁର ସଂଘର ଆହ୍ୱାନ କ୍ରମେ ସାରା ଦେଶରେ ଜୋର ଧରିଛି ସରକାର ଜଗାଓ ସାପ୍ତାହିକ ପାଳନ। ଯେଉଁଥିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ମାଣ ଶ୍ରମିକ ମାନଙ୍କ ପ୍ରତି ହେଉଥିବା ଅଣଦେଖା ସମ୍ପର୍କ ସମ୍ବନ୍ଧୀୟ ଦାବି ଜଣାଉଛି ସଂଘ ।
ତେବେ ଆଜି(ଗୁରୁବାର) କଟକରେ ମଧ୍ୟ ସମାନ ଢଙ୍ଗରେ ପାଳନ ହୋଇଛି ଏହି ସରକାର ଜଗାଓ ଆନ୍ଦୋଳନ। ବିଶେଷକରି ଯେଉଁ ନିର୍ମାଣ ଶ୍ରମିକ ମାନେ ରହିଛନ୍ତି ସେମାନଙ୍କୁ ବାରମ୍ବାର ଉପେକ୍ଷିତ କରିବା । ଏହା ବ୍ୟତୀତ ସଠିକ ସମୟରେ ଯେତିକି ପାରିଶ୍ରମିକ ରହିଛି ତାକୁ ପ୍ରଦାନ ନ କରିବା ଇତ୍ୟାଦି ଦାବି ରହିଛି।
ତେବେ ଏହି ଆନ୍ଦୋଳନ ଏତିକିରେ ସିମିତ ନ ହୋଇ ସେତେଦିନ ପର୍ଯ୍ୟନ୍ତ ଚାଲିବ ଯେପେଯ୍ୟନ୍ତ ସରକାର ଏହି ଦିଗ ପ୍ରତି ଦୃଷ୍ଟି ଦେଇନାହାନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ