ETV Bharat / state

ରାଜ୍ୟ ସରକାରଙ୍କ ପ୍ରବେଶ କର ବକେୟା 140 କୋଟି, ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ! - ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ

ଓଡିଶା ବିଧାନସଭା ଦ୍ବାରା ପାରିତ ଓଡିଶା ପ୍ରବେଶ କର ରେ ଭୁଷଣ ପାୱାର ଷ୍ଟିଲ ନାମରେ ଥିବା ବକେୟା ଟଙ୍କା ଫେରସ୍ତ ମାମଲା । ପ୍ରଶାସନର ଅବହେଳା ପାଇଁ ରାଜ୍ୟ ସରକାର ପାଖାପାଖି ୧୪୦ କୋଟି ଟଙ୍କା ରାଜସ୍ବ ହରାଇଛନ୍ତି । ପ୍ରବେଶ କର ବାବଦରେ ଏହି ଅର୍ଥ ହରାଇଥିବା ଅଭିଯୋଗ କରି ଘଟଣାର ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।

High Court
ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ
author img

By

Published : Aug 14, 2020, 7:47 PM IST

କଟକ: ଓଡିଶା ବିଧାନସଭା ଦ୍ବାରା ପାରିତ ଓଡିଶା ପ୍ରବେଶ କର ରେ ଭୁଷଣ ପାୱାର ଷ୍ଟିଲ ନାମରେ ଥିବା ବକେୟା ଟଙ୍କା ଫେରସ୍ତ ମାମଲା । ପ୍ରଶାସନର ଅବହେଳା ପାଇଁ ରାଜ୍ୟ ସରକାର ପାଖାପାଖି ୧୪୦ କୋଟି ଟଙ୍କା ରାଜସ୍ବ ହରାଇଛନ୍ତି । ପ୍ରବେଶ କର ବାବଦରେ ଏହି ଅର୍ଥ ହରାଇଥିବା ଅଭିଯୋଗ କରି ଘଟଣାର ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଓଡିଶା ସିଭିଲ ଲିବର୍ଟ ଫୋରମ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି ।

ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ

ତେବେ ପ୍ରଶାସନର ନିଷ୍କ୍ରିୟତା କାରଣରୁ ରାଜ୍ୟ ସରକାର ଭୁଷଣ ପାୱାର ଷ୍ଟିଲ କମ୍ପାନୀ ଠାରୁ ବକେୟା ୧୩୯ କୋଟି ୧୫ ଲକ୍ଷ ୮୦ ହଜାର ଟଙ୍କା ୫୦୪ ଟଙ୍କାର ପ୍ରବେଶ କର ଅର୍ଥ ହରାଇଛନ୍ତି । ଆଇନ ଅନୁସାରେ, ଏହି ଅର୍ଥ ସୁଧ ଓ ଜୋରିମାନା ସହିତ ରାଜ୍ୟ ସରକାର ପାଇବାକୁ ହକଦାର ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଏହି ପ୍ରସଙ୍ଗରେ ନିଷ୍କ୍ରିୟତା ଯୋଗୁଁ ବକେୟା ଆଦାୟରେ ବାଧକ ହୋଇଛି ।

ତେବେ ଏହାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନ ପ୍ରାର୍ଥନା କରାଯାଇଛି । ଏହି ମାମଲାରେ ରାଜ୍ୟ ସରକାର, ଭିଜିଲାନ୍ସ, ଅର୍ଥବିଭାଗ ସଚିବ ସମେତ ୬ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.