କଟକ: ତୁଟୁନି ପ୍ରିପେଡ ଅଟୋ ସଂଘ ଓ ପୋଲିସ ମଧ୍ୟରେ ବିବାଦ । ଆଜି (ଶୁକ୍ରବାର) ବସିଥିବା ବୈଠକରେ ଆସି ପାରିଲାନି ଆଶାତୀତ ଫଳାଫଳ । କଲ୍ୟାଣ ପାଣ୍ଠିରୁ ଟଙ୍କା ନଉଠିବା ନେଇ ପୋଲିସ ସିଧାସଳଖ କହିଥିଲାବେଳେ ଅନ୍ୟପଟେ ପ୍ରିପେଡ ଅଟୋ ସଙ୍ଘ ହାଇକୋର୍ଟ ଯିବା ନେଇ ସ୍ଥିର କରିଛି ।
କମିଶନରେଟ ପୋଲିସ ଖାତାରେ ସଞ୍ଚୟ ଆକାଉଣ୍ଟରୁ ଉଠି ପାରୁନି ଅର୍ଥ । ଯେଉଁଥିପାଇଁ ରେଳଷ୍ଟେସନ ପାଖରେ ରହିଥିବା ପ୍ରିପେଡ ଅଟୋ ସଂଘ ଏବେ ଦୁଃଖରେ କାଳାତିପାତ କରୁଛି ।
2011 ମସିହାରୁ ଭଡା ପ୍ରତି 2 ଟଙ୍କା ଲେଖାଏଁ କମିଶନରେଟ ପୋଲିସ ଅଧିକାରୀଙ୍କ ନାଁରେ ବ୍ୟାଙ୍କରେ ପୈଠ କରିଆସୁଛି ସଙ୍ଘ । ଯାହା ବର୍ତ୍ତମାନ ସୁଦ୍ଧା 60 ଲକ୍ଷ ଟଙ୍କା ପାର କରି ସାରିଲାଣି । ହେଲେ ଏହି କୋରୋନା ସମୟରେ ବାରମ୍ବାର ନିବେଦନ କରିବା ପରେ ମଧ୍ୟ କମିଶନରେଟ ପକ୍ଷରୁ ମିଳିପାରୁନି ଗ୍ରୀନ ସିଗନାଲ ।
ତେବେ ଏହା ପୂର୍ବରୁ ଗୋଟଏ ବୈଠକ ଆୟୋଜନ କରିଥିଲା କମିଶନରେଟ ପୋଲିସ । ଯେଉଁଥିରେ ଅନେକ ବରିଷ୍ଠ ଅଧକାରୀ ଉପସ୍ଥିତ ଥିଲେ । ସଙ୍ଘ ପକ୍ଷରୁ ଗୋଟିଏ ଦାବି ରହିଥିଲା ଯେ, ଟିଏମସି ବୈଠକ 15 ଦିନ ମଧ୍ୟରେ ହେଉ । ଯାହାର ଫଳସ୍ବରୂପ ଯେଉଁ 210 ଅଟୋ ଚାଳକଙ୍କ ପରିବାରକୁ 10 ହଜାର ଲେଖାଏଁ ଟଙ୍କା ମିଳିପାରିବ । ହେଲେ ସ୍ଥିତି ଯାହା ହେଲାଣି ଆଗକୁ ଗୋଟେ ବଡ଼ ଧରଣର ବିବାଦ ସମ୍ନାକୁ ଆସିପାରେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ