ETV Bharat / state

ଦଳିତ ଜମି ହଡପ ପ୍ରସଙ୍ଗ: ହାଇକୋର୍ଟରେ ଅନ୍ୟତମ ନିର୍ଦ୍ଦେଶକଙ୍କ ଆବେଦନର ଶୁଣାଣି

ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗରେ ହାଇକୋର୍ଟରେ ଓଡ଼ିଶା ଇନଫ୍ରା ଟେକ ପ୍ରାଇଭେଟ ଲିମିଟେଡ଼ର ଅନ୍ୟତମ ନିର୍ଦ୍ଦେଶକ ନିହାର ରଞ୍ଜନ ଭୂୟାଁଙ୍କ ଆବେଦନର ଶୁଣାଣି ହୋଇଛି । ଅଧିକ ପଢନ୍ତୁ...

ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗରେ ହାଇକୋର୍ଟରେ ଅନ୍ୟତମ ନିର୍ଦ୍ଦେଶକଙ୍କ ଆବେଦନର ଶୁଣାଣି

author img

By

Published : Nov 19, 2020, 10:06 PM IST

କଟକ: ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗରେ ଆଜି (ଗୁରୁବାର) ହାଇକୋର୍ଟରେ ଓଡ଼ିଶା ଇନଫ୍ରା ଟେକ ପ୍ରାଇଭେଟ ଲିମିଟେଡ଼ର ଅନ୍ୟତମ ନିର୍ଦ୍ଦେଶକ ନିହାର ରଞ୍ଜନ ଭୂୟାଁଙ୍କ ଆବେଦନର ଶୁଣାଣି ହୋଇଥିଲା । ତେବେ ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ ହୋଇଛି।

୨୨ ଜଣ କ୍ଷତିଗ୍ରସ୍ତ ଏହି ଜମି ହଡ଼ପ ଘଟଣାରେ କ୍ଷତି ସହିଥିବା ବେଳେ ଆଜି ୭ ଜଣ କ୍ଷତିଗ୍ରସ୍ତ ଅଦାଲତରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି । ପୂର୍ବରୁ ନିର୍ଦ୍ଦେଶକ ନିହାର ରଞ୍ଜନ ଭୂୟାଁଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ତାଙ୍କୁ ଆଜି ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିବା ବେଳେ ଏହି ଅନ୍ତରୀଣ ସୁରକ୍ଷାକୁ ସୋମବାର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ହାଇକୋର୍ଟ । କମ୍ପାନୀର ଜଣେ ଡ୍ରାଇଭର ରବିନ୍ଦ୍ର ସେଠୀଙ୍କୁ ମୋହରା କରି ଏହି ଜମି ହଡ଼ପ କରିଥିବା ବେଳେ ରବିନ୍ଦ୍ର ଏହି ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି ।

ସେହିଭଳି ପୂର୍ବରୁ ଅନ୍ୟ ଏକ ମକଦ୍ଦମାରେ ପ୍ରମୋଟର ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ମାମଲାର ଶୁଣାଣି ହାଇକୋର୍ଟରେ ଶେଷ ହୋଇ ରାୟ ସଂରଖିତ ରହିଛି । ହାଇକୋର୍ଟରେ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ଉଭୟଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଥିବା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଏହି ମାମଲାରେ ସମସ୍ତ ପକ୍ଷ ଲିଖିତ ବିବୃତି ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଇତିମଧ୍ୟରେ ପକ୍ଷମାନେ ଲିଖିତ ବିବୃତି ହାଇକୋର୍ଟରେ ଉପସ୍ଥାପନ କରି ସାରିଛନ୍ତି ।

ଓଡ଼ିଶା ଇନଫ୍ରା ଟେକ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ପୁର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଏହି ମୂଳ ମାମଲା ଦାୟର କରିଥିବା ବେଳେ ମାମଲାକୁ ପ୍ରତ୍ୟାହାର କରି ନେବାକୁ ହାଇକୋର୍ଟରେ ସେ ଆବେଦନ କରିଛନ୍ତି । ଓଡ଼ିଶା ଇନଫ୍ରା ଟେକ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ମୂଳ ମାମଲା ହୋଇଥିବା ବେଳେ କମ୍ପାନୀର ପ୍ରମୋଟର ଭାବେ ଜାଗି ପଣ୍ଡା ଓ ବୈଜୟନ୍ତ ପଣ୍ଡା ପକ୍ଷ ହେବା ପାଇଁ ଆବେଦନ କରିଥିଲେ । କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଏହି ମାମଲାର ତଦନ୍ତ କରୁଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.