ETV Bharat / state

ରାଜ୍ୟ ଆଇନ ବିଭାଗ ସଚିବ ଓ ଅର୍ଥ ବିଭାଗ ସଚିବଙ୍କ ଦରମା ବନ୍ଦ ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ - କଟକ ନ୍ୟୁଜ

ରାଜ୍ୟ ଆଇନ ବିଭାଗ ସଚିବ ଏବଂ ଅର୍ଥ ବିଭାଗ ସଚିବଙ୍କ ଦରମା ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଦାଲତଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ତାଙ୍କ ବକେୟା ପ୍ରାପ୍ୟ ସହ ପେନ୍‌ସନ୍‌ ନମିଳିବାରୁ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଆଇନ ବିଭାଗ ସଚିବ  ଓ ଅର୍ଥ ବିଭାଗ ସଚିବଙ୍କ  ଦରମା ବନ୍ଦ  ଲାଗି  ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Dec 13, 2020, 11:50 AM IST

କଟକ: ରାଜ୍ୟ ଆଇନ ବିଭାଗ ସଚିବ ଏବଂ ଅର୍ଥ ବିଭାଗ ସଚିବଙ୍କ ଦରମା ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଦାଲତଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ତାଙ୍କ ବକେୟା ପ୍ରାପ୍ୟ ସହ ପେନ୍‌ସନ୍‌ ନମିଳିବାରୁ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ୨୦୧୯ ଡିସେମ୍ବର ୧୨ରେ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହା ଯଦି ପରବର୍ତ୍ତୀ ଶୁଣାଣି ସୁଦ୍ଧା କାର୍ଯ୍ୟକାରୀ ନହୁଏ ତେବେ ଉଭୟ ସଚିବଙ୍କର ଚଳିତ ମାସର ଦରମା ବନ୍ଦ କରାଯିବ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ବୁର୍ଲା ହୀରାକୁଦ ଡ୍ୟାମ୍‌ ପ୍ରୋଜେକ୍ଟରେ କାର୍ଯ୍ୟ କରି ୨୨ ବର୍ଷ ତଳେ ଅବସର ଗ୍ରହଣ କରି ପେନ୍‌ସନ୍‌ ପାଇବାରୁ ବଞ୍ଚିତ ହୋଇଥିବା ୮୦ବର୍ଷର ବୃଦ୍ଧ ମିଠୁରାମ ଭୋଇଙ୍କ ପକ୍ଷରୁ ଆଗତ ଅଦାଲତ ଅବମାନନା ମାମଲାର ଶୁଣାଣି ହୋଇଛି । ହାଇକୋର୍ଟର ବିଚାରପତି କୁମାରୀ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୧ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ମାମଲାରୁ ଜଣାଯାଇଛି ଯେ, ମିଠୁରାମ ଭୋଇ ବୁର୍ଲା ହୀରାକୁଦ୍‌ ପ୍ରୋଜେକ୍ଟରୁ ୧୯୯୮ ଜୁନ୍‌ ୩୦ରେ ଅବସର ଗ୍ରହଣ କରିଥିଲେ । କିନ୍ତୁ ତାଙ୍କୁ ଅବସର ପରେ ପେନ୍‌ସନ୍‌ ମିଳିନଥିଲା । ଫଳରେ ଏ ନେଇ ସେ ପ୍ରଥମେ ସ୍ୟାଟ୍‌ରେ ମାମଲା ରୁଜୁ କରିଥିଲେ ।

ସ୍ୟାଟ୍‌ ୨୦୧୫ରେ ତାଙ୍କୁ ନିୟମିତ କରି ସର୍ବନିମ୍ନ ପେନ୍‌ସନ୍‌ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ବିରୋଧରେ ଜଳସମ୍ପଦ ବିଭାଗ ହାଇକୋର୍ଟକୁ ଆସିଥିଲା । ହାଇକୋର୍ଟ ୨୦୧୯ ଡିସେମ୍ବର ୧୨ରେ ରାୟ ପ୍ରକାଶ କରି ସ୍ୟାଟ୍‌ଙ୍କ ଆଦେଶକୁ କାଏମ୍‌ ରଖିଥିଲେ । ଏଥିସହ ଚଳିତବର୍ଷ ଫେବୃଆରୀ ପହିଲାରୁ ତାଙ୍କୁ ନିୟମିତ ପେନ୍‌ସନ୍‌ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଗତ ଏପ୍ରିଲ ପହିଲା ଭିତରେ ତାଙ୍କର ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ ଲାଗି ହାଇକୋର୍ଟ କହିଥିଲେ । ଯଦି ଧାର୍ଯ୍ୟ ସମୟ ମଧ୍ୟରେ ତାଙ୍କର ବକେୟା ପ୍ରଦାନ ନକରାଯାଏ ତାହେଲେ ରାଜ୍ୟ ସରକାର ୯% ସୁଧ ହାରରେ ବକେୟା ଅର୍ଥ ପ୍ରଦାନ କରିବେ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଥିଲେ ।

ଏହି ଆଦେଶକୁ କାର୍ଯ୍ୟକାରୀ ନକରିବାରୁ ଆବେଦନକାରୀ ହାଇକୋର୍ଟରେ ଏକ ଅଦାଲତ ଅବମାନନା ରୁଜୁ କରିଥିଲେ । ଗତ ସେପ୍ଟେମ୍ବର ୨୮ରେ ଏହି ମାମଲା ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିଲା । ସେହିଦିନ ହାଇକୋର୍ଟ କ’ଣ ପାଇଁ ଆବେଦନକାରୀଙ୍କ ପ୍ରାପ୍ୟ ପ୍ରଦାନ କରାଯାଇ ନାହିଁ ସେ ସଂକ୍ରାନ୍ତରେ ଜଣାଇବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଥିଲେ । ଗତ ୮ ତାରିଖକୁ ମାମଲାର ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ସେଦିନ ରାଜ୍ୟ ସରକାର ଟାଇମ୍‌ ପିଟିସନ୍‌ ଦାଖଲ କରି ସମୟ ମାଗିଛନ୍ତି ବୋଲି ଅଦାଲତଙ୍କୁ ଅବଗତ କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.