କଟକ: SAT ଉଚ୍ଛେଦକୁ ବିରୋଧ କରି ହାଇକୋର୍ଟରେ ରୁଜୁ କରାଯାଇଥିବା ସମସ୍ତ ମାମଲାକୁ ଆଜି (ସୋମବାର) ହାଇକୋର୍ଟ ଖାରଜ କରିଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ କାଏମ ରଖିଛନ୍ତି ହାଇକୋର୍ଟ ।
ସୂଚନାଯୋଗ୍ୟ ଗତ ଅଗଷ୍ଟ ୨, ୨୦୧୯ ମସିହାରେ SAT ଉଚ୍ଛେଦ ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହାକୁ ବିରୋଧ କରି SAT ବାର ସମେତ ବିଭିନ୍ନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ଏନେଇ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଜଷ୍ଟିସ ବିପି ରାଉତରାୟଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଥିଲା। କୋର୍ଟ ଏହାର ଶୁଣାଣି କରି ସମସ୍ତ ଆବେଦନକୁ ଖାରଜ କରିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ