ETV Bharat / state

ଧୋକା ଦେଇଥିବା ପ୍ରେମିକକୁ ଚୌଦ୍ୱାର ଜେଲରେ ବିବାହ କଲା ପ୍ରେମିକା

ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ ରଖି ଧୋକା ଦେଇଥିଲା ପ୍ରେମିକ । ଜେଲରେ ଥିବା ପ୍ରେମିକ ଏବେ ବନ୍ଦି ଜୀବନ କାଟୁଥିବାବେଳେ ପୁଣି ଦୁଇ ପ୍ରେମୀ ଯୁଗଳଙ୍କ ମଧ୍ୟରେ ହୋଇଛି ବିବାହ । ଅଧିକ ପଢନ୍ତୁ...

ଧୋକା ଦେଇଥିବା ପ୍ରେମିକକୁ ଚୌଦ୍ୱାର ଜେଲରେ ବିବାହ କଲା ପ୍ରେମିକା
ଧୋକା ଦେଇଥିବା ପ୍ରେମିକକୁ ଚୌଦ୍ୱାର ଜେଲରେ ବିବାହ କଲା ପ୍ରେମିକା
author img

By

Published : Aug 12, 2021, 10:46 PM IST

କଟକ: ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ ରଖି ଧୋକା ଦେଇଥିଲା ପ୍ରେମିକ । ଜେଲରେ ଥିବା ପ୍ରେମିକ ଏବେ ବନ୍ଦି ଜୀବନ କାଟୁଥିବା ବେଳେ ପୁଣି ଦୁଇ ପ୍ରେମୀ ଯୁଗଳଙ୍କ ମଧ୍ୟରେ ହୋଇଛି ବିବାହ । କଟକ ଜିଲ୍ଲା ଚୌଦ୍ୱାର ସର୍କଲ ଜେଲରେ ତୃତୀୟ ଥର ପାଇଁ ଜଣେ ଅଭିଯୁକ୍ତ ବନ୍ଦୀଙ୍କ ସହ ଅଭିଯୋଗକାରିଣୀଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି ।

ଧୋକା ଦେଇଥିବା ପ୍ରେମିକକୁ ଚୌଦ୍ୱାର ଜେଲରେ ବିବାହ କଲା ପ୍ରେମିକା

ବିବାହ ପାଇଁ ଜେଲ୍ ଭିତରେ ହୋଇଥିଲା ସମସ୍ତ ପ୍ରସ୍ତୁତି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପିଠାପଡ଼ା ଅଞ୍ଚଳର ଅଂଶୁମାନ ମଲ୍ଲିକ ଓ ସେହି ଅଞ୍ଚଳର ଚିନ୍ମୟୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପୀଡିତାଙ୍କ ପରିବାର ଲୋକ ଗାଁ ମୁରବିଙ୍କ ସହ ଆଲୋଚନା କରି ଚିନ୍ମୟୀକୁ ବାହା ହେବାକୁ ଅଂଶୁମାନକୁ କହିଥିଲେ । କିନ୍ତୁ, ଅଂଶୁମାନ ଏଥିରେ ରାଜି ନହେବାରୁ ଚିନ୍ମୟୀ ଘର ଲୋକେ ନିଶ୍ଚିନ୍ତକୋଇଲି ଥାନାରେ ଅଂଶୁମାନଙ୍କ ନାଁରେ ଏତଲା କରିବା ପରେ, ପୋଲିସ ଅଭିଯୁକ୍ତ ଅଂଶୁମାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେବେଠାରୁ ଅଂଶୁମାନ ଚୌଦ୍ୱାର ଜେଲରେ ବନ୍ଦୀ ଭାବରେ ଜୀବନ ବିତାଉଥିଲା ।

ସ୍ପେଶାଲ ପୋକ୍ସୋ କୋର୍ଟରେ ମାମଲା ବିଚାର ଚାଲିଥିବା ବେଳେ ଅଭିଯୁକ୍ତ ଅଂଶୁମାନ ଦୀର୍ଘ ୯ ମାସ ପରେ ଜେଲରେ ରହିବା ପରେ ପୀଡିତାଙ୍କୁ ବିବାହ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲା, ଆଉ ଦୁଇ ପରିବାରଙ୍କ ମଧ୍ୟ ସମ୍ମତି ହୋଇଥିଲା। ତା’ ସହ ବିବାହ କରିବା ପାଇଁ ଅଂଶୁମାନ କୋର୍ଟକୁ ଅବଗତ କରାଇଥିଲା । କୋର୍ଟ ଅଂଶୁମାନର ଅନୁରୋଧକୁ ବିଚାର କରିବା ପରେ ଜେଲ୍ ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ। ଏହାପରେ ଜେଲ୍ ଅଧ୍ୟୀକ୍ଷକ ଏସଂକ୍ରାନ୍ତରେ ଟାଙ୍ଗୀ-ଚୌଦ୍ୱାରର ଏନଜିଓ ଉଦ୍ଧାର ଫାଉଣ୍ଡେସନକୁ ଜଣାଇଥିଲେ।

ସଂଗଠନର ମୁଖ୍ୟ ନରୋତ୍ତମ ଦାସଙ୍କ ପକ୍ଷରୁ ଉଭୟ ପରିବାରଙ୍କ ଆଲୋଚନା କରି ଦୁଇ ପରିବାରର ସହମତି କ୍ରମେ ବିବାହ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଥିଲେ ଏବଂ ଚୌଦ୍ୱାର ମଣ୍ଡଳ କାରାଗାର ମଧ୍ୟରେ ସମସ୍ତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବା ସହିତ ଉଦ୍ଧାର ଫାଉଣ୍ଡେସନର କର୍ମକର୍ତ୍ତା ମାନେ ବିବାହ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଥିଲେ । ଏହି ବିବାହ ସରିବା ପରେ ଚିନ୍ମୟୀ ବହୁତ ଖୁସି ଅନୁଭବ କରିବା ସହିତ ପରିବାର ଲୋକମାନେ ମଧ୍ୟ ନିଜର ଆନନ୍ଦ ପ୍ରକାଶ କରିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.