କଟକ : ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ । ନିଷ୍ପତ୍ତିକୁ ପ୍ରତିବାଦ କରି ନିଜ ବାସଭବନରେ ମୌନବ୍ରତ କରିଛନ୍ତି ବିଧାୟକ । କୋରୋନା ସ୍ଥିତି ଏବେ ଜଟିଳ ଥିଲାବେଳେ ମଦ ଦୋକାନ ଖୋଲା ରହିଲେ ପାରିବାରିକ ହିଂସା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।
ଏଥିସହ କେଉଁ ଉଦ୍ଧେଶ୍ୟରେ ଏପରି ନିଷ୍ପତି ନିଆଯାଇଛି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେହିପରି ଏଭଳି ନିଷ୍ପତ୍ତିକୁ ଘରେ ରହି ସମସ୍ତେ ପ୍ରତିବାଦ କରିବାକୁ ବିଧାୟକ ଆହ୍ବାନ ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ