ETV Bharat / state

ରଣକ୍ଷେତ୍ର ପାଲଟିଲା ନରସିଂହପୁର ଥାନା, ୩ ପୋଲିସକର୍ମୀ ଆହତ - ରଣକ୍ଷେତ୍ର ନରସିଂହପୁର ଥାନା

ରଣକ୍ଷେତ୍ର ପାଲଟିଲା ନରସିଂହପୁର ଥାନା । ସ୍ଥିତି ଏମିତି ଯେ, ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା। ତେବେ ଏହି ଘଟଣାରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ଅଧିକ ପଢନ୍ତୁ...

ଥାନା ଭିତରେ ରକ୍ତର ଛିଟା, ପୋଲିସର ଲାଠିଚାର୍ଜ
ଥାନା ଭିତରେ ରକ୍ତର ଛିଟା, ପୋଲିସର ଲାଠିଚାର୍ଜ
author img

By

Published : Oct 22, 2021, 7:21 PM IST

Updated : Oct 22, 2021, 7:30 PM IST

କଟକ: ରଣକ୍ଷେତ୍ର ପାଲଟିଲା ନରସିଂହପୁର ଥାନା। ସ୍ଥିତି ଏମିତି ଯେ, ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା। ତେବେ ଏହି ଘଟଣାରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ନରସିଂହପୁର ଥାନା ପୋଲିସ, ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗ୍ରାମର ୩ ବିଜେପି କର୍ମୀଙ୍କୁ ଉଠାଇ ଆଣିଥିଲା।

ଥାନା ଭିତରେ ରକ୍ତର ଛିଟା, ପୋଲିସର ଲାଠିଚାର୍ଜ

ତେବେ ପୂର୍ବରୁ ହୋଇଥିବା ଏକ ଗଣ୍ଡଗୋଳ ମାମଲାରେ ୩ ବିଜେପି କର୍ମୀଙ୍କୁ ଉଠାଇ ଆଣି ଥାନାରେ ରଖିଥିଲା ପୋଲିସ । ବିନା ଦୋଷରେ ପୋଲିସ ଏମାନଙ୍କୁ ଉଠାଇଥିବା ଅଭିଯୋଗ ହୋଇଛି । ଗତ ୦୫.୧୦.୨୦୨୧ ତାରିଖରେ ନରସିଂହପୁର କୋର୍ଟ ପରିସରରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଯାହାକୁ ନେଇ ପୁଣି ଉଭୟ କର୍ମୀଙ୍କ ମଧ୍ୟରେ ୦୮.୧୦.୨୦୨୧ ତାରିଖରେ ସମାଧାନ କରାଯାଇଥିଲା।

ସମାଧାନ ହେବାପରେ ମଧ୍ୟ ପୂର୍ବରୁ ଜଣଙ୍କୁ ଏବଂ ଗତକାଲି ବିଳମ୍ବିତ ରାତିରେ ଅନ୍ୟ ତିନି ଜଣଙ୍କୁ ପୋଲିସ ଉଠାଇ ଆଣିଥିବାରୁ ବିଜେପି କର୍ମୀ ନରସିଂହପୁର ଥାନା ଘେରାଉ କରିଥିଲେ। ପରିସ୍ଥିତି ଆୟତ୍ତ ନହେବାରୁ ପୋଲିସ ଲାଠି ଚାଳନା କରିଥିଲା। ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଫଳରେ ତିନିଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ ବିଜେପି କର୍ମୀ ଆହତ ହୋଇଛନ୍ତି। ମହିଳା ପୋଲିସ କର୍ମଚାରୀ ରୀନା ମହାଳିକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 22, 2021, 7:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.