ETV Bharat / state

ବସ୍ତି ଉଚ୍ଛେଦ ସମୟରେ ଉତ୍ତେଜନା - ସିଏମସି

କଟକ ସିଡ଼ିଏ ସେକ୍ଟର 6 ଦିବନ୍ଧ ବସ୍ତି ଉଚ୍ଛେଦ ସମୟରେ ଉତ୍ତେଜନା । ବସ୍ତି ବାସିନ୍ଦାଙ୍କୁ ଥଇଥାନ ପାଇଁ କଂଗ୍ରେସର ଦାବି । ଅବକାରୀ କାର୍ଯ୍ୟାଳୟ ପାଇଁ ରାସ୍ତା ଦରକାର ଥିବାରୁ ବସ୍ତି ଉଚ୍ଛେଦ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 3, 2019, 11:34 PM IST

କଟକ: ସିଡ଼ିଏ ସେକ୍ଟର 6 ନିକଟରେ ଥିବା ଦିବନ୍ଧ ବସ୍ତିରେ ଉଚ୍ଛେଦ ସମୟରେ ପୋଲିସ ଓ ବସ୍ତିବାସିନ୍ଦା ମୁହାଁମୁହିଁ । ଜିଲ୍ଲାପାଳଙ୍କ ଉପସ୍ଥିତିରେ ବସ୍ତି ଉଚ୍ଛେଦ କରାଯାଇଥିବା ବେଳେ ବିନା ନୋଟିସରେ ବସ୍ତି ଉଚ୍ଛେଦ ହୋଇଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା । ତେବେ ବର୍ଷା ଦିନେ ପ୍ରଥମେ ଥଇଥାନ କରି ବସ୍ତି ଉଚ୍ଛେଦକୁ ଅନେକ ନା ପସନ୍ଦ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
ଆଖି ଆଗରେ ଭାଙ୍ଗି ଗଲା ବର୍ଷ ବର୍ଷ ଧରି ରହୁଥିବା ଘର । ବର୍ଷା ଦିନ.... କୋଉଠି ରହିବୁ...କଣ ଖାଇବୁ ...ଆମକୁ କିଛି ସମୟ ଦିଅ...ଏଭଳି କୋହଭରା କଣ୍ଠରେ ଆକୁଳ ନିବେଦନ କରିଥିଲେ ବସ୍ତି ବାସିନ୍ଦା । ହେଲେ ଶୁଣିଲେନି ଜିଲ୍ଲା ପ୍ରଶାସନ । ହଠାତ ତିନୋଟି ବୁଲ ଡୋଜର ସାହିର ପଛ ପଟୁ ଆସି କିଛି ବୁଝିବା ଆଗରୁ ଶହ ଶହ ପୋଲିସ ଘରୁ ଉଠାଇ ନେଲେ । ଘରେ ଯାହା ସାମଗ୍ରୀ ଥିଲା ତାହାକୁ ବି ଆଣିବାକୁ ସମୟ ମିଳିଲା ନାହିଁ । ଚାହୁଁ ଚାହୁଁ ଦୀର୍ଘ ବର୍ଷର ଘର ମାଟିରେ ମିଶିଗଲା । ବିନା ନୋଟିସରେ ଜିଲ୍ଲା ପ୍ରଶାସନ ବସ୍ତି ଉଚ୍ଛେଦ କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏଭଳି କାର୍ଯ୍ୟକୁ ନାପସନ୍ଦ କରିଛି ବିରୋଧୀ କଂଗ୍ରେସ । ସେମାନଙ୍କୁ ଥଇଥାନ କରିବାକୁ କଂଗ୍ରେସ ଦାବି କରିଛି ।

ଉଚ୍ଛେଦ ପ୍ରକ୍ରିୟାରେ 10 ପ୍ଲାଟୁନ ପୋଲିସ, ସିଏମସି କର୍ମଚାରୀ, ତହସିଲଦାର ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଅବକାରୀ କାର୍ଯ୍ୟାଳୟ ପାଇଁ ରାସ୍ତା ଦରକାର ଥିବାରୁ ବସ୍ତି ଉଚ୍ଛେଦ ହେଉଥିବା କଟକ ଜିଲ୍ଲାପାଳ କହିଛନ୍ତି । ତେବେ ଡାକବାଜି ଯନ୍ତ୍ର ମାଧ୍ୟମରେ ବସ୍ତି ଖାଲି କରିବା ପାଇଁ ପୂର୍ବରୁ ପ୍ରଚାର କରାଯାଇଥିଲା । କିଛି ମୁଷ୍ଟିମେୟ ଲୋକ ଜାଣିଶୁଣି ବସ୍ତିରେ ଉତ୍ତେଜନା ସୃଷ୍ଟି କରାଇଛନ୍ତି । ତେବେ ରାସ୍ତା ହେଲେ ଅନେକ ସୁବିଧା ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକରେ ବସ୍ତି ଉଚ୍ଛେଦ ସମୟରେ ଉତେଜନା।ସିଡ଼ିଏ ସେକ୍ଟର 6 ନିକଟରେ ଥିବା ଦିବନ୍ଧ ବସ୍ତିରେ ଉଛେଦ ସମୟରେ ପୋଲିସ ଓ ବସ୍ତିବାସିନ୍ଦା ମୁହାଁ ମୁହିଁ।ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ବସ୍ତି ଉଛେଦ କରାଯାଇଥିବାବେଳେ ,ବିନା ନୋଟିସ ରେ ବସ୍ତି ଉଛେଦ ହୋଇଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା।ତେବେ ବର୍ଷା ଦିନେ ପ୍ରଥମେ ଥଇଥାନ ନ କରି ବସ୍ତି ଉଛେଦକୁ ଅନେକ ନା ପସନ୍ଦ କରିଛନ୍ତି।

Body:(ଭିଓ ୧) ଆଖି ଆଗରେ ଭାଙ୍ଗି ଯାଉଛି ଦୀର୍ଘ ବର୍ଷ ବର୍ଷ ଧରି ରହୁଥିବା ଘର।ବର୍ଷା ଦିନ.... କୋଉଠି ରହିବୁ...କଣ ଖାଇବୁ ...ଆମକୁ କିଛି ସମୟ ଦିଅ...ଏଭଳି କୋହ ଭରା କଣ୍ଠରେ ଆକୁଳ ନିବେଦନ କରୁଛନ୍ତି ବସ୍ତି ବାସିନ୍ଦା ।ଏ ହେଉଛି କଟକ ସିଡ଼ିଏ ସେକ୍ଟର 6 ଅନ୍ତର୍ଗତ ଦିବନ୍ଧ ବସ୍ତିର ଦୃଶ୍ୟ।ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍ତି ଉଛେଦ କରିବା ସମୟର ଦୃଶ୍ୟ।ହଠାତ ତିନୋଟି ବୁଲ ଡୋଜର ,ସାହିର ପଛ ପଟୁ ଆସିଲା।କିଛି ବୁଝିବା ଆଗରୁ ଶହ ଶହ ପୋଲିସ ଘରୁ ଉଠାଇ ନେଲେ।ଘରେ ଯାହା ସାମଗ୍ରୀ ଥିଲା ତାହାକୁ ବି ଆଣିବାକୁ ସମୟ ମିଳିଲା ନାହିଁ।ଚାହୁଁ ଚାହୁଁ ଦୀର୍ଘ ବର୍ଷର ଘର ମାଟିରେ ମିଶି ଗଲା। ବିନା ନୋଟିସ ରେ ଜିଲ୍ଲାପ୍ରସାସନ ବସ୍ତି ଉଛେଦ କରିଥିବା ଅଭିଯୋଗ ହୋଇଛି।ଅନ୍ୟପଟେ ଏଭଳି କାର୍ଯ୍ୟକୁ ନା ପସନ୍ଦ କରିଛି ବିରୋଧୀ କଂଗ୍ରେସ।ସେମାନଙ୍କୁ ଥଇଥାନ କରିବାକୁ କଂଗ୍ରେସ ଦାବି କରିଛି।

ବାଇଟ - ବସ୍ତି ବାସିନ୍ଦା।
ବାଇଟ - ବସ୍ତି ବାସିନ୍ଦା।
ବାଇଟ - ଗିରିବାଳା ବେହେରା,କଂଗ୍ରେସ ନେତ୍ରୀ।

(ଭିଓ - ୨)ଅନ୍ୟପଟେ କଟକ ଜିଲ୍ଲାପାଳ କହିଛନ୍ତି ଅବକାରୀ କାର୍ଯ୍ୟାଳୟ ପାଇଁ ରାସ୍ଥା ଦରକାର ଥିଲା।ତେବେ ଡାକବାଜି ଯନ୍ତ୍ର ମାଧ୍ୟମରେ ବସ୍ତି ଖାଲି କରିବା ପାଇଁ ପୂର୍ବରୁ ପ୍ରଚାର କରାଯାଇଥିଲା।କିଛି ମୁଷ୍ଟିମେୟ ଲୋକ ଜାଣି ଶୁଣି ବସ୍ତିରେ ଉତେଜନା କରାଇଛନ୍ତି।ତେବେ ରାସ୍ଥା ହେଲେ ଅନେକ ସୁବିଧା ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି।

ବାଇଟ- ଭବାନୀଶଙ୍କର ଚୟିନି, କଟକ ଜିଲ୍ଲାପାଳ।

ବା

Conclusion:ଉଛେଦ ପ୍ରକ୍ରିୟାରେ 10 ପ୍ଲାଟୁନ ପୋଲିସ,ସିଏମସି କର୍ମଚାରୀ,ତହସିଲଦାର ଉପସ୍ଥିତ ଥିଲେ।କଟକରୁ ନାରାୟଣ ସାହୁ ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.