ETV Bharat / state

ଶତବାର୍ଷିକୀରେ ଶପଥ, ଶ୍ରମିକଙ୍କ ଅଧିକାରକୁ ନେଇ ବିକ୍ଷୋଭ କରିବ ସଂଗଠନ - AITUC protest on 26th nov

କେନ୍ଦ୍ର ସରକାର ଶ୍ରମିକଙ୍କ ଅଧିକାରକୁ ଧୀରେ ଧୀରେ ଧୂଳିସାତ କରିବାରେ ଲାଗିଛନ୍ତି । ଏପରିକି ଶ୍ରମ ଆଇନ ସଂଶୋଧନ କରି ଶ୍ରମିକଙ୍କ ଅଧିକାରକୁ ଛିନ୍ନ କରିଛନ୍ତି । ଏହାକୁ କେନ୍ଦ୍ର କରି ଶତବାର୍ଷିକୀ ଅବସରରେ ଦେଶବ୍ୟାପୀ ଆନ୍ଦୋଳନ କରିବ ବୋଲି କେନ୍ଦୀୟ ଶ୍ରମିକ ସଂଗଠନ ବା ଏଆଇଟିୟୁସି ଶୁକ୍ରବାର ଚେତାବନୀ ଦେଇଛି । ଅଧିକ ପଢନ୍ତୁ...

Sworn on centenary, organization will protest on 26th nov for worker rights
ଶତବାର୍ଷିକୀରେ ଶପଥ, ଶ୍ରମିକଙ୍କ ଅଧିକାରକୁ ନେଇ ବିକ୍ଷୋଭ କରିବ ସଂଗଠନ
author img

By

Published : Oct 30, 2020, 5:37 PM IST

କଟକ: କେନ୍ଦୀୟ ଶ୍ରମିକ ସଂଗଠନ ବା ଏଆଇଟିୟୁସିକୁ ଶୁକ୍ରବାର 100 ବର୍ଷ ପୂରଣ ହୋଇଛି । ତେବେ ଶ୍ରମିକଙ୍କୁ କେନ୍ଦ୍ର ସରକାର ଅଣଦେଖା କରି ଆସୁଛନ୍ତି । ଏ ନେଇ ସଂଗଠନର ଶତବାର୍ଷିକୀରେ ଶ୍ରମିକଙ୍କ ଅଧିକାରକୁ କେନ୍ଦ୍ର କରି ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଙ୍ଗଠନ ପକ୍ଷରୁ ସୂଚନା ମିଳିଛି ।

ଶତବାର୍ଷିକୀରେ ଶପଥ, ଶ୍ରମିକଙ୍କ ଅଧିକାରକୁ ନେଇ ବିକ୍ଷୋଭ କରିବ ସଂଗଠନ

ଏଆଇଟିୟୁସି ବା କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ 1920 ମସିହାରେ ମୁମ୍ବାଇରେ ଆରମ୍ଭ ହୋଇଥିଲା । ଵର୍ତ୍ତମାନ ଦେଶବ୍ୟାପୀ ଏହାର ପରିଧି ବହୁ ମାତ୍ରାରେ ବୃଦ୍ଧି ପାଇଛି । ତେବେ ଶୁକ୍ରବାର ଏହି ସଙ୍ଗଠନକୁ 100ବର୍ଷ ପୂରିଛି । ଏହି ଶତବାର୍ଷିକୀ ଅବସରରେ ଏକ କଡା ଶପଥ ନେଇଛି ସଙ୍ଗଠନ । କେନ୍ଦ୍ର ସରକାରଙ୍କୁ ଦାୟୀ କରି ଆସନ୍ତା 26 ତାରିଖରେ ଦେଶବ୍ୟାପୀ ଏକ ବଡ଼ ଆନ୍ଦୋଳନ ଗଢି ତୋଳିବାକୁ ସଙ୍ଗଠନ ଚେତାବନୀ ଦେଇଛି ।

କେନ୍ଦ୍ର ସରକାର ଅନେକ ଦିନ ହେବ ଶ୍ରମିକଙ୍କୁ ଅଣଦେଖା କରି ଆସୁଛନ୍ତି । ବାରମ୍ବାର ନିବେଦନ ସତ୍ତ୍ବେ ସ୍ଥାୟୀ ନିଯୁକ୍ତି କିମ୍ବା ବେତନ ହାରରେ ବୃଦ୍ଧି ଘଟୁନାହିଁ । ଏପରିକି ଶ୍ରମ ଆଇନ ସଂଶୋଧନ କରି ଶ୍ରମିକଙ୍କ ଅଧିକାରକୁ ଧୂଳିସାତ କରି ଦିଆଯାଉଛି । ଏହି ଅଭିଯୋଗରେ ଆସନ୍ତା 26 ତାରିଖରେ ଦେଶବ୍ୟାପୀ ବଡ଼ ବିକ୍ଷୋଭ କରିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.