ETV Bharat / state

ଗାଁ ସାଥି ପାଳିଲା ସ୍ବାଭିମାନ ଦିବସ, ବଖାଣିଲା ଅବହେଳା କଥା - ନିଆଳି ସ୍ବାଭିମାନ ଦିବସ

ରାଜ୍ୟ ସରକାର ମନରେଗା କାର୍ଯ୍ୟକ୍ରମ ତଦାରଖ କରିବା ପାଇଁ ଗାଁ ସାଥି ଗଠନ କରିଥିଲେ ୨୦୦୮ ମସିହାରେ । ହେଲେ ୧୨ ବର୍ଷ ବିତିଯାଇଥିଲେ ସୁଦ୍ଧା ଗାଁ ସାଥୀ ମାନଙ୍କର ପରିଚୟପତ୍ର, ମାସିକ ପ୍ରୋତ୍ସାହନ ରାଶି, ମନରେଗା ଯୋଜନାରେ ଗାଁ ସାଥିଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଗାଁ ସାଥି ପାଳନ କଲା ସ୍ବାଭିମାନ ଦିବସ, ପାରିଶ୍ରମିକ ମିଳୁନଥିବା ଅଭିଯୋଗ

author img

By

Published : Nov 20, 2021, 6:01 PM IST

ନିଆଳି: ରାଜ୍ୟ ସରକାର ଗାଁ ଗଣ୍ତାରେ ବିକାଶ ତଥା ମନରେଗା କାର୍ଯ୍ୟକ୍ରମ ତଦାରଖ କରିବା ପାଇଁ ଗାଁ ସାଥି ଗଠନ କରିଥିଲେ ୨୦୦୮ ମସିହାରେ । ଉଦ୍ଦେଶ୍ୟ ଥିଲା ଶ୍ରମିକ ମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନଯାଇ ନିଜ ଗାଁରେ କାର୍ଯ୍ୟ କରିବେ ଗାଁ ସାଥିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ । ୧୨ ବର୍ଷ ବିତିଯାଇଥିଲେ ସୁଦ୍ଧା ଗାଁ ସାଥୀ ମାନଙ୍କର ପରିଚୟପତ୍ର, ମାସିକ ପ୍ରୋତ୍ସାହନ ରାଶି, ମନରେଗା ଯୋଜନାରେ ଗାଁ ସାଥି ମାନଙ୍କୁ ଅଣଦେଖା କରାଯାଉଛି । ଗାଁ ସାଥି ମାନଙ୍କ ସ୍ଥାନରେ ଲୋକପ୍ରତିନିଧିଙ୍କର ସମ୍ପର୍କିୟ ମାନେ କାର୍ଯ୍ୟ କରୁଥିବା ନେଇ ଗାଁ ସାଥି ଅଭିଯୋଗ କରିଛନ୍ତି ।

ଗାଁ ସାଥି ପାଳନ କଲା ସ୍ବାଭିମାନ ଦିବସ, ପାରିଶ୍ରମିକ ମିଳୁନଥିବା ଅଭିଯୋଗ

ବାର୍ଷିକ ସର୍ବନିମ୍ନ ୧୦୦ ଦିନ କାର୍ଯ୍ଯ ଯୋଗାଇବା କଥା ମାତ୍ର, ଏହା ପୂରଣ ହୋଇପାରୁ ନାହିଁ । ଜୟଦେବ ଗାଁ ସାଥି ସଙ୍ଘ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଗିରିଙ୍ଗେଶ୍ବର ମନ୍ଦିର ପରିସରରେ ପ୍ରତିବର୍ଷ ପରି ଏଥର ମଧ୍ୟ ସ୍ବାଭିମାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହାସହ କବି ଜୟଦେବଙ୍କ ଗବେଷକ, ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ୮୧ତମ ଜନ୍ମତିଥି ପାଳନ କରିଛି ଗାଁ ସାଥି । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଅନେକ ବ୍ୟକ୍ତିଙ୍କୁ ସମ୍ବନ୍ଧିତ କରାଯାଇଛି । ଏହି ସ୍ବାଭିମାନ ଦିବସରେ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି, ବାଲିପାଟଣା ବିଡ଼ିଓ ଆଦିକନ୍ଦ ବେହେରା, ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ସହ ବହୁ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.