ETV Bharat / state

ସିଲଭରସିଟିର ସ୍ମାର୍ଟ କଲୋନୀ; ଚକାଚକ୍ ରାସ୍ତା, କାନ୍ଥବାଡରେ ଅଙ୍କା ହୋଇଛି ଚିତ୍ର

author img

By

Published : Jul 9, 2023, 11:51 AM IST

ସ୍ମାର୍ଟ କଲୋନୀ ସୂର୍ଯ୍ୟବିହାର । ରାସ୍ତାଘାଟ, ଅଲୋକୀକରଣ କ୍ଷେତ୍ରରେ ଅନେକ ପାଦ ଆଗରେ ସୂର୍ଯ୍ୟବିହାର । ଅଧିକ ପଢନ୍ତୁ

cuttack suriya bihar
cuttack suriya bihar
cuttack suriya bihar

କଟକ: ଚର୍ଚ୍ଚାରେ କଟକ ମହାନଗର ନିଗମର ୪୫ ନମ୍ବର ୱାର୍ଡର ସୂର୍ଯ୍ୟବିହାର କଲୋନୀ । ପରିମଳ ଠାରୁ ଆରମ୍ଭ କରି ରାସ୍ତାଘାଟ, ଅଲୋକୀକରଣ କ୍ଷେତ୍ରରେ ଅନ୍ୟାନ୍ୟ ସାହି ଠାରୁ ଅନେକ ପାଦ ଆଗରେ ସୂର୍ଯ୍ୟବିହାର । ୫୪ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନୂତନ ରୂପ ନେଇଛି ଏହି କଲୋନୀ । କିଛି ଟଙ୍କା ଆସିଛି ବିଧାୟକ ପାଣ୍ଠିରୁ ଓ କିଛି ଆସିଛି ମୁକ୍ତା ଯୋଜନାରୁ । ସ୍ଥାନୀୟ ଲୋକଙ୍କ ସକାରାତ୍ମକ ଚିନ୍ତା ଧାରା ଓ ସଚେତନତା ଯୋଗୁଁ ସ୍ବଚ୍ଛ ଦିଶୁଛି ସୂର୍ଯ୍ୟବିହାର । ଏହାକୁ ଏବେ ସୂର୍ଯ୍ୟବିହାର ସ୍ମାର୍ଟ କଲୋନୀ ବୋଲି କହିଲେଣି ସହରବାସୀ । ଚକାଚକ୍ ରାସ୍ତାଘାଟ, ଏଲ.ଇ.ଡି ଲାଇଟ ସାଙ୍ଗକୁ କଲୋନୀର କାନ୍ଥବାଡରେ ବିଭିନ୍ନ ଚିତ୍ର ଅଙ୍କା ହୋଇଛି ।

କଲୋନୀ ପ୍ରବେଶ ପଥରେ କରାଯାଇଛି ଏକ ସ୍ବାଗତ ଗେଟ । କଂକ୍ରିଟ ବ୍ଲକ ବିଛାଯାଇ ତିଆରି ହୋଇଛି ରାସ୍ତା । ହାଇ ମାସ୍କ ଲାଇଟ ସାଙ୍ଗକୁ ଏଲ.ଇ.ଡି ଲାଇଟ ଲଗାଯାଇଛି କଲୋନୀର ବିଭିନ୍ନ ସ୍ଥାନରେ । ନା କେହି ଏଠି ସେଠି ଅଳିଆ ପକାଉଛନ୍ତି ନା ଏଣେତେଣେ ଫିଙ୍ଗୁଛନ୍ତି ଖାଦ୍ୟ ପଦାର୍ଥ । ଯେଉଁ କାରଣରୁ ବୁଲା କୁକୁର ଦିଶୁ ନାହାନ୍ତି ଏହି ଅଞ୍ଚଳରେ । କେବଳ ପରିଷ୍କାର ପରିଚ୍ଛନ୍ନତା ନୁହେଁ, ସୁରକ୍ଷା ପ୍ରତି ମଧ୍ୟ ବେଶ ସଚେତନ ଅଛନ୍ତି ଅଞ୍ଚଳବାସୀ । ନିଜ ନିଜ ଘର ସାମ୍ନାରେ ଲଗାଇଛନ୍ତି ସିସିଟିଭି କ୍ୟାମେରା । ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ମୋଟ ୫୪ଲକ୍ଷ ଟଙ୍କା ବ୍ୟୟ ବରାଦରେ ନୂତନ ରୂପ ନେଇଛି ଏହି କଲୋନୀ । ଯାହାକୁ ଦେଖିବା ଓ ସେଲ୍ଫି ନେବା ପାଇଁ ଅନେକ ଲୋକେ ଏବେ ଏଠାକୁ ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-ସାଢେ 3 ଫୁଟ ଉପରୁ ଉଠିଲା ୪୫ ବର୍ଷର ଶିବ ମନ୍ଦିର, ବୁଡ଼େଇ ପାରିବନି ଡ୍ରେନ ଜଳ

୨୦୨୨ ନଭେମ୍ବର ୧ ତାରିଖରେ ଏହାର ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କଲୋନୀରେ ମୋଟ ୧୦୦ରୁ ଊର୍ଦ୍ଧ୍ବ ପରିବାର ବାସ କରୁଛନ୍ତି । ସମସ୍ତଙ୍କ ପ୍ରଚେଷ୍ଟା ଓ ସରକାରୀ ସହଯୋଗ ପାଇଁ ଆଜି ଏହି କଲୋନୀ ଏବେ ସ୍ବଚ୍ଛତା ଓ ସଚେତନତାକୁ ନେଇ ଉଦାହରଣ ସୃଷ୍ଟି କରିଛି । ଏକ ବର୍ଷ ପୂର୍ବେ ଏହି କଲୋନୀର ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିବା । କଲୋନୀର ଉଭୟ ପାର୍ଶ୍ଵ ରାସ୍ତାରେ ଫେବର୍ ବ୍ଲକ କରାଯିବ ସହ ରାସ୍ତାର ଦୁଇ ପାର୍ଶ୍ଵରେ ପାଚେରୀ ଗୁଡିକରେ ଓଡ଼ିଶାର ବିଭିନ୍ନ କଳାକୃତି ଚିତ୍ର ସହ ପଟଚିତ୍ର କରାଯାଇଥିବା ଦେଖିବାକୁ ମିଳିଛି । ବର୍ଷା ହେଲେ ପାଣି ନିଷ୍କାସନର ବ୍ୟବସ୍ଥା, ଆଲୋକୀକରଣ, ପାନୀୟ ଜଳ ବ୍ୟବସ୍ଥା କରାଯାଇଛି । ଏଥିସହ କଲୋନୀକୁ ଦିନକୁ ଦୁଇ ଥର ସଫା କରାଯାଉଥିବା ବେଳେ ରାସ୍ତାରେ କେହି ଖାଦ୍ୟ ପଦାର୍ଥ ଓ ଅଳିଆ ପକାଉ ନାହାନ୍ତି । ଫଳରେ ବୁଲା କୁକୁର ଓ ଗାଈ ମଧ୍ୟ କଲୋନୀ ଭିତରକୁ ପ୍ରବେଶ କରିନାହାନ୍ତି ।

କଟକ ମହାନଗର ନିଗମର 59 ଗୋଟି ୱାଡ଼ ମଧ୍ୟରୁ ପ୍ରଥମ କରି 45 ନମ୍ବର ୱାର୍ଡକୁ ସ୍ମାର୍ଟ ରୂପ ଦିଆଯାଇଛି । ଏହି ୱାର୍ଡରେ ପରିମଳ ବ୍ୟବସ୍ଥା ଠାରୁ ଆରମ୍ଭ କରି ରାସ୍ତାଘାଟ ସବୁ ନବୀକରଣ କରାଯାଇଛି । ସବୁଠାରୁ ବଡ କଥା ଏହି ୱାର୍ଡର ଲୋକେ ବହୁତ ସଚେତନ । କଟକ ମହାନଗର ନିଗମ ଓ ବିଧାୟକଙ୍କ ପାଣ୍ଠିରୁ ଏହି କଲୋନୀର ନବୀକରଣ କରାଯାଇଛି, ଆଗକୁ କଟକର ଅନେକ ୱାର୍ଡ ସ୍ମାର୍ଟ କରାଯିବ ବୋଲି କହିଛନ୍ତି ସ୍ଥାନୀୟ କର୍ପୋରେଟର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.