ETV Bharat / state

'ଆତ୍ମସମର୍ପଣ ଛଡ଼ା ସୌରୀନଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ'

author img

By ETV Bharat Odisha Team

Published : Jan 8, 2024, 5:40 PM IST

Harassment Case: ଗିରଫଦାରୀ ଏଡ଼ାଇବା ପାଇଁ ପୋଲିସକୁ ଧରାଛୁଆଁ ଦେଉନାହାନ୍ତି କଣ୍ଠଶିଳ୍ପୀ ସୌରୀନ ଭଟ୍ଟ । ଜାଣନ୍ତୁ, ସୌରୀନଙ୍କ ଗିରଫଦାରୀ ପ୍ରସଙ୍ଗରେ କ'ଣ ପ୍ରତିକ୍ରିୟା ରଖିଛନ୍ତି ଆଇନଜୀବୀ ।

sourin bhatt case
ସୌରୀନ ଭଟ୍ଟ ମାମଲା
ସୌରୀନ ଭଟ୍ଟ ମାମଲା

କଟକ: କୁଆଡେ ଗଲେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ । ଆଇନ ଜାଲରେ ଫସିଥିବା ସୌରୀନଙ୍କ ମିଳୁନି ପତ୍ତା । ଗିରଫଦାରୀ ଏଡ଼ାଇବା ପାଇଁ ଯେଉଁଠି ବି ଲୁଚିଲେ ମଧ୍ୟ ଆଇନର ଜାଲରେ ସେ ପଡିବା ସୁନିଶ୍ଚିତ ବୋଲି ମତ ରଖିଛନ୍ତି ଆଇନଜୀବୀ । ସୌରୀନ ଭଟ୍ଟଙ୍କ ବିରୋଧରେ ଶୋଷଣ ଅଭିଯୋଗ ଆଣିଥିଲେ ଜଣେ ଯୁବତୀ । କଟକ ମହିଳା ଥାନାରେ ଏନେଇ ସୌରୀନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ହେଲେ ଗିରଫଦାରୀ ଭୟରେ ସେ କେଉଁଆଡେ ଫେରାର ହୋଇଯାଇଛନ୍ତି ।

ଏନେଇ ଆଇନଜୀବୀ ଆଲୋକ ମହାପାତ୍ର କହିଛନ୍ତି, "କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପୋଲିସକୁ ତଦନ୍ତରେ ସହଯୋଗ ନକରି କେଉଁ ଆଡ଼େ ଫେରାର ହୋଇ ଯାଇଛନ୍ତି ସୌରୀନ । ଯାହାକି ତାଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ । ତାଙ୍କ ପାଖରେ ଆତ୍ମ ସମର୍ପଣ ବ୍ୟତୀତ ଆଉ କୌଣସି ବିକଳ୍ପ ନାହିଁ।କେବଳ ସୁପ୍ରିମକୋର୍ଟରୁ ବେଲ ଆଣିଲେ ହିଁ ଗିରଫରୁ ବର୍ତ୍ତି ପାରିବେ ସୌରୀନ । ଯେତେ ବିଳମ୍ବ ହେବ ତାଙ୍କ ପାଇଁ ସମସ୍ୟା ସେତେ ବଢିବ । କାରଣ ଗୋଟିଏପଟେ ପୋଲିସକୁ ସେ ତଦନ୍ତରେ ସାହାଯ୍ୟ କରୁନାହାନ୍ତି ଏବଂ ଅନ୍ୟପଟେ ତାଙ୍କ ବିରୋଧରେ କୋର୍ଟ NBW ଜାରି କରିଛନ୍ତି । ଏସବୁକୁ ଦେଖିଲେ ସୌରୀନ ଭଟ୍ଟ ଗିରଫ ହେବା ନିଶ୍ଚିତ ।"

ଜାମିନ ବିହୀନ ଗିରଫ ପରୱାନା ପାଇଁ ପୋଲିସ ପକ୍ଷରୁ କୋର୍ଟରେ କରାଯାଇଥିବା ଆବେଦନକୁ ଅନୁମତି ଦେଇଥିଲେ କଟକ ଏସଡିଜେଏମ କୋର୍ଟ । ସୌରୀନ ଦୀର୍ଘଦିନ ଧରି ତଦନ୍ତରେ ସହଯୋଗ ନ କରିବାରୁ NBW ପାଇଁ ଆବେଦନ କରିଥିଲା ପୋଲିସ । ଜଣେ ଯୁବତୀ ସୌରୀନଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ ଆଣି ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ । ପୂର୍ବରୁ ସୌରୀନଙ୍କ ବିରୁଦ୍ଧରେ ଲୁକ ଆଉଟ ସରକୁଲାର ଜାରି କରିବା ସହ ଏକାଧିକ ବ୍ୟାଙ୍କ ଅକାଉଣ୍ଟ ଫ୍ରିଜ୍ କରିଥିଲା କମିଶନରେଟ ପୋଲିସ । ସୌରୀନଙ୍କର ଆଗୁଆ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଥିଲେ ହାଇକୋର୍ଟ ।
ଏହା ମଧ୍ୟ ପଢନ୍ତୁ...ସୌରୀନଙ୍କ ବିରୋଧରେ କାହିଁକି NBW ଇସ୍ୟୁ ପାଇଁ କୋର୍ଟଙ୍କ ଦ୍ୱାରସ୍ତ ହେଲା ପୋଲିସ ?

ଏହା ମଧ୍ୟ ପଢନ୍ତୁ...ଅଭିନେତ୍ରୀ ମୌସୁମୀ ନାୟକ ଗିରଫ, ଲେଖିକା ଆଣିଥିଲେ ଟଙ୍କା ମାଗିବା ଅଭିଯୋଗ

ପ୍ରତିଷ୍ଠିତ ଗାୟକ ସୌରୀନ ଭଟ୍ଟଙ୍କ ବିରୋଧରେ ଶୋଷଣ ଅଭିଯୋଗ ରହିଛି । ସୌରୀନ, ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି । କଟକ ମହିଳା ଥାନାରେ ଯୁବତୀ ଜଣକ ଅଭିଯୋଗ କରିଥିଲେ । ଏପରିକି ଶାରିରୀକ ନିର୍ଯାତନା ଦେବା ସହ ସୌରୀନ ତାଙ୍କଠାରୁ ୯ ଲକ୍ଷଟଙ୍କା ଠକେଇ କରିଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ କରିଛନ୍ତି ଯୁବତୀ। ହେଲେ ଅଭିଯୋଗ ପରଠୁ ପୋଲିସକୁ ତଦନ୍ତରେ ସହଯୋଗ କରୁନାହାନ୍ତି ସୌରୀନ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.