ETV Bharat / state

15ରେ ଦରଦାମ ବୃଦ୍ଧି ନେଇ ରାଜ୍ୟସ୍ତରୀୟ ବିକ୍ଷୋଭ କରିବ SUCI (C)

author img

By

Published : Jul 12, 2021, 8:44 PM IST

ଆସନ୍ତା ୧୫ ଜୁଲାଇ ଦିନ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ତଥା ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ହ୍ରାସ କରିବା ଦାବିରେ SUCI (C) ରାଜ୍ୟସ୍ତରୀୟ ପ୍ରତିବାଦ କରିବ । କଟକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ ଦଳ । ଦଳୀୟ କର୍ମୀଙ୍କୁ ସାମିଲ ହେବା ନେଇ ଆହ୍ବାନ ଦେଲେ ଦଳର ଜିଲ୍ଲା ସମ୍ପାଦକ । ଅଧିକ ପଢନ୍ତୁ...

15 ରେ ଦରଦାମ ବୃଦ୍ଧି ନେଇ ରାଜ୍ୟ ସ୍ତରୀୟ ବିକ୍ଷୋଭ କରିବ SUCI (C)

କଟକ: ଆସନ୍ତା ୧୫ ଜୁଲାଇ ଦିନ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ତଥା ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ହ୍ରାସ କରିବା ଦାବିରେ SUCI (C) ରାଜ୍ୟ ସ୍ତରୀୟ ପ୍ରତିବାଦ କରିବ । ସଂଗଠନ ପକ୍ଷରୁ ଦିଆଯାଇଥିବା ରାଜ୍ୟସ୍ତରୀୟ ପ୍ରତିବାଦ ଦିବସରେ କଟକ କଟକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ହେବାକୁ ଥିବା ବିକ୍ଷୋଭରେ ବହୁ ସଂଖ୍ୟାରେ ସାମିଲ ହେବା ପାଇଁ ଦଳର ଜିଲ୍ଲା ସମ୍ପାଦକ ବିଶ୍ବାବସୁ ଦାସ ଆହ୍ବାନ ଦେଇଛନ୍ତି ।

ଦଳ କରିଥିବା ଅଭିଯୋଗ ଅନୁସାରେ, କୋଭିଡ ସମୟରେ ଆକାଶଛୁଆଁ ମୂଲ୍ୟ ବୃଦ୍ଧି ବେଡି ଉପରେ କୋରଡା ମାଡ ସଦୃଶ୍ୟ, ଅତ୍ୟନ୍ତ ବେଦନାଦାୟକ ଓ ଏହା ସରକାରଙ୍କ ଜନବିରୋଧୀ ଆଭିମୁଖ୍ୟକୁ ପ୍ରଦର୍ଶିତ କରୁଛି । ପ୍ରତିଦିନ ପେଟ୍ରୋଲ, ଡିଜେଲ୍ ମୂଲ୍ୟ ବୃଦ୍ଧି ଘଟୁଛି । ଗତ ଦୁଇ ମାସ ମଧ୍ୟରେ ପେଟ୍ରୋଲର ୩୮ ଥର ଓ ଡିଜେଲର ୩୬ ଥର ମୂଲ୍ୟ ବୃଦ୍ଧି ଘଟିଛି ବୋଲି ଅଭିଯୋଗ କରିଛି ଦଳ ।

ସେହିପରି ତେଲ ଦର ବଢି ବଢି ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ଆମ ରାଜ୍ୟରେ ୧୦୧ ଟଙ୍କା ଅତିକ୍ରମ କରିଥିବାବେଳେ ଡିଜେଲ ୯୮ ଟଙ୍କାରେ ଓ ରନ୍ଧନ ଗ୍ୟାସର ମୂଲ୍ୟ ୯୦୦ ଟଙ୍କାରେ ପହଞ୍ଚିଛି । ଏହି ମୂଲ୍ୟ ବୃଦ୍ଧି ସମ୍ପର୍କରେ କେନ୍ଦ୍ର ସରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ମିଥ୍ୟା ସଫେଇ ଦେଉଛନ୍ତି । ଅନ୍ୟ ଦିଗରେ ତେଲ, ଡାଲି ଠାରୁ ଆରମ୍ଭ କରି ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି ଜନ ଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିସାରିଲାଣି । ସାରା ଦେଶର ଲୋକଙ୍କୁ ସଙ୍ଗଠିତ ଓ ଶକ୍ତିଶାଳୀ ଗଣ ଆନ୍ଦୋଳନ ହିଁ କର୍ପୋରେଟ ସ୍ବାର୍ଥ ରକ୍ଷାକାରୀଙ୍କ ଏଭଳି ଚରମ ଜନବିରୋଧୀ ମୂଲ୍ୟ ବୃଦ୍ଧିକୁ ପ୍ରତିହତ କରିପାରିବ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ କହିଛି ଏସୟୁସିଆଇ(ସି) ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.