ETV Bharat / state

ଏସସିବିରେ ପୁଣି ସଫଳ ଅସ୍ତ୍ରୋପଚାର

ଏସସିବି ବଡ଼ ମେଡିକାଲରେ ପୁଣି ଏକ ସଫଳ ଅସ୍ତ୍ରୋପଚାର । ହେମାଟୋଲୋଜି ବିଭାଗରେ ସଫଳତାର ଶେଷ ହୋଇଛି ରାଜ୍ୟର ପ୍ରଥମ ଆଲୋଯେନିକ ଅସ୍ତି ମଜା ପ୍ରତିରୋପଣ । ଅଧିକ ପଢନ୍ତୁ...

author img

By

Published : Mar 28, 2021, 2:03 PM IST

ଏସସିବିରେ ପୁଣି ସଫଳ ଅସ୍ତ୍ରୋପଚାର
ଏସସିବିରେ ପୁଣି ସଫଳ ଅସ୍ତ୍ରୋପଚାର

କଟକ: ଏସସିବି ବଡ଼ ମେଡିକାଲରେ ପୁଣି ଏକ ସଫଳ ଅସ୍ତ୍ରୋପଚାର । ହେମାଟୋଲୋଜି ବିଭାଗରେ ସଫଳତାର ଶେଷ ହୋଇଛି ରାଜ୍ୟର ପ୍ରଥମ ଆଲୋଯେନିକ ଅସ୍ତି ମଜ୍ଜା ପ୍ରତିରୋପଣ । ଏହି ଅସ୍ତ୍ରୋପଚାର ପାଇଁ ଅନ୍ୟ ରାଜ୍ୟରେ 30 ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା । କିନ୍ତୁ ଓଡିଶା ସରକାରଙ୍କ ସହାୟତାରେ ଏହି ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ମାଗଣାରେ ସମ୍ପର୍ଣ୍ଣ ହୋଇଛି । ଏହି ବଡ଼ ଅସ୍ତ୍ରୋପଚାର ପାଇଁ ବିଭାଗ ପକ୍ଷରୁ ଅନେକ ବରିଷ୍ଠ ଡାକ୍ଟର ଉପସ୍ଥିତ ଥିଲେ ।

ଏସସିବିରେ ପୁଣି ସଫଳ ଅସ୍ତ୍ରୋପଚାର

ତେବେ ଗତକାଲି(ଶନିବାର) ଏହି ଅପରେସନ ସଫଳ ଭାବରେ ଶେଷ ହୋଇଛି । ରୋଗୀ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ଅଭିରାମ ଜେନା । ଅସ୍ତ୍ରୋପଚାର ପରେ ଅଭିରାମଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ମେଡ଼ିକାଲ ସୂତ୍ରରୁ ସୂଚନା ମିଳିଛି । ତେବେ ହେମାଟୋଲୋଜି ବିଭାଗରେ ଅନୁଷ୍ଠିତ ଏହି ଅସ୍ତ୍ରୋପଚାର ଏସସିବି ପାଇଁ ଆଉ ଏକ ଇତିହାସ ରଚିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.