ETV Bharat / state

କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗକୁ ସଫଳତା, 11 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

author img

By

Published : Sep 11, 2020, 2:11 PM IST

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ମିଳିଛି ବଡ଼ ସଫଳତା । ଗିରଫ ହେଲା ବଡ଼ ଗଞ୍ଜେଇ ବେପାରି ବିଜୟ କୁମାର ମାଣିଆ । ବାଲିପାଟଣା ଥାନା ଅନ୍ତର୍ଗତ ପଦ୍ମପୁର ଛକ ନିକଟରୁ ଶୁକ୍ରବାର ଏହି ବଡ଼ ଧରଣର ଗଞ୍ଜେଇ ଚାଲାଣକୁ ଚଢାଉ କରିଛି ଗୁଇନ୍ଦା ବିଭାଗ ।

cuttack latest news, ganja seized from cuttack, ganja seized, central excise department, କଟକ ଲାଟେଷ୍ଟ ନ୍ୟୁଜ୍‌, କଟକରେ ଗଞ୍ଜେଇ ଜବତ, ଗଞ୍ଜେଇ ଚାଲାଣ, ଗଞ୍ଜେଇ ଜବତ, କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ
କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗକୁ ସଫଳତା, 11 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କଟକ: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ମିଳିଛି ବଡ଼ ସଫଳତା । ଗିରଫ ହେଲା ବଡ଼ ଗଞ୍ଜେଇ ବେପାରି ବିଜୟ କୁମାର ମାଣିଆ । ବାଲିପାଟଣା ଥାନା ଅନ୍ତର୍ଗତ ପଦ୍ମପୁର ଛକ ନିକଟରୁ ଶୁକ୍ରବାର ଏହି ବଡ଼ ଧରଣର ଗଞ୍ଜେଇ ଚାଲାଣକୁ ଚଢାଉ କରିଛି ଗୁଇନ୍ଦା ବିଭାଗ । ବର୍ତ୍ତମାନ ଲକଡାଉନ ସମୟରେ ବିଜୟ ଉପରେ ବିଭାଗର ଦୀର୍ଘ ଦିନ ହେବ ନଜର ରହିଥିଲା ।

ସେପଟେ ବିଜୟ କଟକ ଭୁବନେଶ୍ବର ଏମିତି କି ଅନ୍ୟ ଜିଲ୍ଲାମାନଙ୍କୁ ମଧ୍ୟ ଗଞ୍ଜେଇ ଚାଲାଣ କରୁଥିବା ବିଭାଗ ପାଖରେ ସୂଚନା ହସ୍ତଗତ ହୋଇଛି । ତେବେ ଏହାକୁ ଆଖି ଆଗରେ ରଖି ଶୁକ୍ରବାର ସକାଳେ ବିଜୟକୁ ଗିରଫ କରିଛି ବିଭାଗ । ଏହାସହ 105 କିଲୋଗ୍ରାମ ଗଞ୍ଜେଇ ମଧ୍ୟ ଜବତ ହୋଇଛି । ଯାହାର ମୂଲ୍ୟ 11 ଲକ୍ଷ ହେବା ନେଇ ଆକଳନ କରିଛି ବିଭାଗ । ଏହାସହ 42 ହଜାର ନଗଦ ଟଙ୍କା ମଧ୍ୟ ଜବତ ହୋଇଥିବା ଜଣା ପଡିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.