ETV Bharat / state

ଏଣିକି ଚୌଦ୍ବାର କଏଦୀ ପଢ଼ିବେ ପାଠ: ଖୋଲିବ ଷ୍ଟଡି ସେଣ୍ଟର, ଦେବେ ପରୀକ୍ଷା - କଟକ ଚୌଦ୍ବାର କଏଦୀଙ୍କ ପାଠପଢା

ଏଣିକି କଟକ ଚୌଦ୍ବାର ଜେଲରେ ଥିବା କଏଦୀଙ୍କୁ ମିଳିବ ଉଚ୍ଚଶିକ୍ଷାର ସୁଯୋଗ । ଯୁକ୍ତଦୁଇ ଠାରୁ ଆରମ୍ଭ କରି ସବୁ ପ୍ରକାର ପାଠ ପଢିପାରିବେ କଏଦୀ । ଅଧିକ ପଢନ୍ତୁ...

ଏଣିକି ଚୌଦ୍ବାର କଏଦୀ ପଢ଼ିବେ ପାଠ: ଖୋଲିବ ଷ୍ଟଡି ସେଣ୍ଟର, ଦେବେ ପରୀକ୍ଷା

author img

By

Published : Dec 10, 2020, 9:28 PM IST

ଭୁବନେଶ୍ବର: ଏଣିକି କଟକ ଚୌଦ୍ବାର ଜେଲରେ ଥିବା କଏଦୀ ଉଚ୍ଚଶିକ୍ଷା ଅଧ୍ୟୟନ କରିପାରିବେ । ଏନେଇ ଚୌଦ୍ବାର ଜେଲ ବିଭାଗ ସମ୍ବଲପୁର ମୁକ୍ତ ବିଶ୍ବ ବିଦ୍ୟାଳୟ ସହ ଚୁକ୍ତି ସ୍ବାକ୍ଷର କରିଛି । ବିଚାରଧିନ କଏଦୀଙ୍କ ସଂସ୍କାରମୂଳକ ସୁବିଧା ସୁଯୋଗ ପାଇଁ ଏଭଳି ବ୍ୟବସ୍ଥା କରିଛି ଜେଲ ବିଭାଗ ।

ଏଣିକି ଚୌଦ୍ବାର କଏଦୀ ପଢ଼ିବେ ପାଠ: ଖୋଲିବ ଷ୍ଟଡି ସେଣ୍ଟର, ଦେବେ ପରୀକ୍ଷା

ସୂଚନା ଅନୁଯାୟୀ କଟକ ଚୌଦ୍ବାର କଏଦୀଙ୍କୁ ମିଳିପାରିବ ଉଚ୍ଚଶିକ୍ଷା ପଢ଼ିବାର ସୁଯୋଗ । ଜେଲରେ ଥାଇବି ପାଇପାରିବେ ପାଠ ପଢ଼ିବାର ସୁଯୋଗ । ଏନେଇ କଏଦୀ ବା ବିଚାରଧିନ କଏଦୀଙ୍କ ସଂସ୍କାରମୂଳକ ସୁବିଧା ସୁଯୋଗ ପାଇଁ ଏଭଳି ବ୍ୟବସ୍ଥା କରିଛି ଜେଲ ବିଭାଗ । ତେବେ କଏଦୀ ଯୁକ୍ତଦୁଇ ଠାରୁ ଆରମ୍ଭ କରି ପିଜି ଓ ଡାକ୍ତରୀ ପର୍ଯ୍ୟନ୍ତ ପଢ଼ିବାର ସୁଯୋଗ ପାଇପାରିବେ ବୋଲି ଜଣାପଡିଛି ।

କଏଦୀଙ୍କ ପାଠପଢା ନେଇ ମୁକ୍ତ ବିଶ୍ୱବିଦ୍ୟାଳୟ ସମ୍ବଲପୁର ସହ ରାଜିନାମା ସ୍ବାକ୍ଷର କରିଛି କଟକ ଚୌଦ୍ୱାର ଜେଲ ବିଭାଗ । ରାଜିନାମା ଅନୁସାରେ ଜଣେ କୋଡ଼ିନେଟର ସେଠାରେ ନିୟୋଜିତ ରହିବେ । ମ୍ୟାନେଜମେଣ୍ଟ କରିବା ଠାରୁ ଆରମ୍ଭ କରି ପାଠ ପଢାଇବା ପରୀକ୍ଷା କରିବା ସମସ୍ତ କାମ କରିବେ । ଏଥିସହ ଏ ସମ୍ପର୍କରେ ଆଗୁଆ ଅବଗତ କରାଇବା ସହ ଜେଲ ର ନୋଟିଫିକେସନ ଦେବେ । ଫର୍ମ ଫିଲପ୍ ଠାରୁ ଆରମ୍ଭ କରି ପରୀକ୍ଷା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ନେଇ ବୁଝାବୁଝି କରିବେ ଏବଂ ଅପରାଧିକ ମାନସିକତା ଥିବା କଏଦୀଙ୍କୁ ସମାଜର ମୁଖ୍ୟସ୍ରୋତ୍ରରେ ସାମିଲ କରିବାକୁ ପ୍ରୟାସ ଜାରି ରଖିବେ । ତେବେ ଏପରି ବ୍ୟବସ୍ଥା ପୂର୍ବରୁ ସମ୍ବଲପୁର ଜେଲରେ ଥିବାବେଳେ ଏବେ କଟକ ଜେଲରେ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.