ETV Bharat / state

ସ୍କୁଲରେ ନାହାଁନ୍ତି ଶିକ୍ଷକ, ଧାରଣାରେ ଛାତ୍ରଛାତ୍ରୀ ଓ ଅଭିଭାବକ - ଶିକ୍ଷକ ଅଭାବରୁ ଧାରଣାରେ ଛାତ୍ରଛାତ୍ରୀ

ଅଲଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ମରୁଡି । ପାଠ ପଢାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ଏନେଇ ଆଜି ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।‌ ଅଧିକ ପଢନ୍ତୁ

ସ୍କୁଲରେ ନାହାଁନ୍ତି ଶିକ୍ଷକ
ସ୍କୁଲରେ ନାହାଁନ୍ତି ଶିକ୍ଷକ
author img

By ETV Bharat Odisha Team

Published : Sep 4, 2023, 1:38 PM IST

ସ୍କୁଲରେ ନାହାଁନ୍ତି ଶିକ୍ଷକ

ନିଆଳି: ଶିକ୍ଷାର ଉନ୍ନତି ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଶିକ୍ଷାକୁ ସବୁଠାରୁ ବେଶି ଅନୁଦାନ ମିଳୁଥିବା ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ଏହାର ପ୍ରକୃତ ଚିତ୍ର ଅତ୍ୟନ୍ତ ବିକଳ । ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ସ୍କୁଲ ତାଲା ପକାଇବା ସହ ଧାରଣାରେ ବସିଛନ୍ତି ଛାତ୍ରଛାତ୍ର ଓ ଅଭିଭାବକ । କଟକ ଜିଲ୍ଲା ନିଆଳି ବ୍ଳକର ଅଲଣା ପଞ୍ଚାୟତସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଅଲଣା ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଠଟି ଶ୍ରେଣୀ ପାଇଁ ଅଛନ୍ତି ମାତ୍ର ୩ଟି ଶିକ୍ଷକ । ଦୁଇମାସ ହେଲାଣି ଏହି ବିଦ୍ୟାଳୟରେ ଶିକ୍ଷକ ନ ଥିବା ଯୋଗୁଁ ପାଠ ପଢା ବ୍ୟାହତ ସୃଷ୍ଟି ହୋଇଛି । ପାଠ ପଢା ବଦଳରେ ଛାତ୍ରଛାତ୍ରୀମାନେ ଦିନ ସାରା ହୋହଲ୍ଲା ହୋଇ ଘରକୁ ଫେରୁଛନ୍ତି । ଏନେଇ ଅଭିଭାବକ ମାନେ ନିଆଳି ବିଇଓଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ସମାଧାନ ନ ହେବାରୁ ଆଜି ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।

ଏହା ମଧ୍ୟ ପଢନ୍ତୁ- ମାସ ମାସ ଧରି ଖାଲି ପଡିଛି ପଦବୀ, ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାରୋକ ସହ ସ୍କୁଲ୍‌ରେ ପଡ଼ିଲା ତାଲା

ଏହା ମଧ୍ୟ ପଢନ୍ତୁ- ସ୍ତୁଲରେ ନାହାଁନ୍ତି ଶିକ୍ଷକ, ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ

ପ୍ରକାଶ ଥାଉକି, ଗତ ଅଗଷ୍ଟ ମାସ ୧୦ ତାରିଖରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର ପଞ୍ଚାୟତ ଗୋପାଳ ପାଟଣା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଉତ୍ତେଜନା ଦେଖାଦେଇଥିଲା l ସ୍କୁଲର କୁନିକୁନି ଛାତ୍ରଛାତ୍ରୀ ମାନେ ରାସ୍ତାରେ ବସି ଜୋକଡ଼ିଆ କୁଆଖିଆ ରାସ୍ତା ଅବରୋଧ କରିଥିଲେ l ଏନେଇ ରସୁଲପୁର ବ୍ଲକର ଏବିଓ ଅରୁଣ କୁମାର ସେଠି ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ୮ଦିନ ମଧ୍ୟରେ ଦାବି ପୂରଣ ପାଇଁ ପ୍ରତିଶୃତି ଦେବାରୁ ରାସ୍ତାରୋକ ହଟିଥିଲା l କିନ୍ତୁ ଘଟଣାକୁ 15 ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିଲେ । ଯାହାକୁ ନେଇ ପୁନର୍ବାର ଗତ ୨୮ ତାରିଖରେ ରାସ୍ତାକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ l ରାସ୍ତା ଉପରେ ବସି ପ୍ରାର୍ଥନା ବୋଲିବା ସହିତ ପାଠପଢ଼ା ଆରମ୍ଭ କରିଥିଲେ l ଯାହାଫଳରେ ଏହି ରାସ୍ତାରେ ଯିବା ଆସିବା ସମ୍ପୂର୍ଣ୍ଣ ଠପ ହେଇଯାଇଥିଲା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.