କଟକ: ନରାଜସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ଦାବି ନେଇ ଛାତ୍ରଛାତ୍ରୀଙ୍କ ତୀବ୍ର ଆନ୍ଦୋଳନ । ଆଜି(ଗୁରୁବାର) ଦ୍ବିତୀୟ ଦିନରେ ପହଞ୍ଚିଛି ଏହି ଆନ୍ଦୋଳନ । ତେବେ ଯଦି ଦାବି ପୂରଣ ନହୁଏ, ତେବେ ପରିସ୍ଥିତି ଭୟାବହ ହେବା ନେଇ ସ୍ପଷ୍ଟ କରିଛନ୍ତି ଛାତ୍ରଛାତ୍ରୀ ।
ସୂଚନା ଅନୁସାରେ, ପ୍ରଥମ ବର୍ଷ ପିଲାଙ୍କ ନାମ ଲେଖା ଫି ବୃଦ୍ଧି, ଲାଇବ୍ରେରୀରେ ପୁସ୍ତକ ଅଭାବ ଓ ଲେଡିଜ ହଷ୍ଟେଲ କାମରେ ବିଳମ୍ବ ହେତୁ ଛାତ୍ରଛାତ୍ରୀ ଏହି ଆନ୍ଦୋଳନ ଜାରି ରଖିଛନ୍ତି । କର୍ତ୍ତୃପକ୍ଷଙ୍କ ସହ ଦାବି ସମ୍ପର୍କରେ ଆଲୋଚନା ହୋଇଥିଲେ ସୁଦ୍ଧା ସମାଧାନର ବାଟ ବାହାରି ପାରିନାହିଁ ବୋଲି ଜଣାପଡିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ