ETV Bharat / state

ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ ସ୍ଥାନାନ୍ତରକୁ ବିରୋଧ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ଛାତ୍ରଛାତ୍ରୀ

author img

By

Published : Jul 7, 2023, 10:51 PM IST

ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । ଆସନ୍ତା 19 ତାରିଖରେ ସେମିଷ୍ଟାର ଆରମ୍ଭ ହେବାକୁ ଥିବାବେଳେ ଦ୍ୱିତୀୟ କ୍ୟାମ୍ପସକୁ ହଠାତ୍ ଯିବା କ୍ୟାରିୟର ଉପରେ ମଧ୍ୟ ଆଞ୍ଚ ଆଣିବ ବୋଲି ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ।

ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ ସ୍ଥାନାନ୍ତରକୁ ବିରୋଧ

କଟକ: ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଲେ ଛାତ୍ରଛାତ୍ରୀ । ITM, IST, DSM, BBA, MBA ଛାତ୍ରଛାତ୍ରୀଙ୍କ ପକ୍ଷରୁ ରେଭେନ୍ସା କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ଆରମ୍ଭ ହୋଇଛି । ବିନା ପ୍ରସ୍ତୁତିରେ ରେଭେନ୍ସାକୁ ଦ୍ୱିତୀୟ କ୍ୟାମ୍ପସକୁ ସ୍ଥାନାନ୍ତରକୁ ନେଇ ଏହି ଧାରଣା ଦିଆଯାଇଛି। ବିନା କୌଣସି ପୂର୍ବ ପ୍ରସ୍ତୁତିରେ ତରବରିଆ ଭାବରେ ରେଭେନ୍ସା କର୍ତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତିକୁ ଘୋର ବିରୋଧ କରିଛନ୍ତି ସେଲ୍ଫ ଫାଇନାନ୍ସ ବିଭାଗୀୟ ଛାତ୍ରଛାତ୍ରୀ । ଏହାସହ ଗମନାଗମନ ଓ ମୌଳିକ ସୁବିଧା ଆଦି ନଥିବା ମଧ୍ୟ ଅଭିଯୋଗ କରିଛନ୍ତି।

ଆସନ୍ତା 19 ତାରିଖରେ ସେମିଷ୍ଟାର ଆରମ୍ଭ ହେବାକୁ ଥିବାବେଳେ ଦ୍ୱିତୀୟ କ୍ୟାମ୍ପସକୁ ହଠାତ୍ ଯିବା କ୍ୟାରିୟର ଉପରେ ମଧ୍ୟ ଆଞ୍ଚ ଆଣିବ ବୋଲି ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ। ସୂଚନା ଅନୁସାରେ, ଜୁଲାଇ ୧୫ରୁ କାର୍ଯ୍ୟ କରିବ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ । ବିଭିନ୍ନ ବିଭାଗରେ ଆରମ୍ଭ ହେବ ପାଠପଢା । ଏ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଥିବାବେଳେ ସ୍ଥାନାନ୍ତର ହେବାକୁ ଥିବା ବିଭିନ୍ନ ସେଲ୍ଫ ଫାଇନାନ୍ସ ବିଭାଗର ଛାତ୍ରଛାତ୍ରୀ ଦ୍ଵିତୀୟ କ୍ୟାମ୍ପସ ଯିବାକୁ ନାରାଜ। ଆବଶ୍ୟକୀୟ ଭିତ୍ତିଭୂମି ସହ ଯାତାୟାତ ସୁବିଧା ନଥିବା ଦର୍ଶାଇ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ସେମାନେ ଆରମ୍ଭ କରିଛନ୍ତି ଆହୋରାତ୍ର ଧାରଣା। ଅନେକ ଦିନ ଧରି କୁଳପତିଙ୍କୁ ଭେଟିବାକୁ ଚେଷ୍ଟା କରିବା ସତ୍ତ୍ୱେ କୁଳପତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ।

ଚଳିତ ମାସ ୧୫ ତାରିଖରୁ ରେଭେନ୍ସା ମହାନଦୀ କ୍ୟାମ୍ପସରେ ପାଠପଢା ଆରମ୍ଭ ହେବା ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ। ହେଲେ ବିଭିନ୍ନ ଆନୁଷଙ୍ଗିକ ସୁବିଧା ସୁଯୋଗ ନଥିବା ଦର୍ଶାଇ ନୂଆ କ୍ୟାମ୍ପସକୁ ଯିବାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ଏନେଇ ରେଭେନ୍ସା କୁଳପତିଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ସେଲ୍ଫ ଫାଇନାନ୍ସସିରେ ଅଧ୍ୟୟନରତ ଛାତ୍ରଛାତ୍ରୀ। ସେମାନଙ୍କ କହିବା କଥା, "ଆମେ ଦ୍ୱିତୀୟ କ୍ୟାମ୍ପସକୁ ସ୍ୱାଗତ କରୁଛୁ କିନ୍ତୁ କଲେଜଛକ, ତେବେ ରେଭେନ୍ସା କ୍ୟାମ୍ପସରୁ ସେକେଣ୍ଡ କ୍ୟାମ୍ପସ 16 ରୁ 17 କିଲୋମିଟର ଦୂର ହୋଇଥିବାବେଳେ ଗମନାଗମନର କୌଣସି ସୁବିଧା ନାହିଁ।"

ଏହା ମଧ୍ୟ ପଢନ୍ତୁ...ରାଉରକେଲା ଏୟାରପୋର୍ଟରେ ବ୍ୟାପକ ଅବ୍ୟବସ୍ଥା, ILS ମେସିନ ବିନା ଚାଲିଛି ଉଡାଣ

ଛାତ୍ରାବାସ, କ୍ୟାଣ୍ଟିନ, ଖେଳ ପଡିଆ, ଡ଼ିସ୍ପେନସରି ଓ ବ୍ୟାଙ୍କ ସେବା ସହ ନିକଟରେ ମାର୍କେଟର କୌଣସି ସୁବିଧା ମଧ୍ୟ ନଥିବା ଅଭିଯୋଗ ହୋଇଛି। ସମସ୍ତ ପ୍ରକାର ଭିତ୍ତିଭୂମିର ବିକାଶ ହେବା ପରେ ସ୍ଥାନାନ୍ତର କରାଯାଉ ବୋଲି ଦାବି କରିଛନ୍ତି ଛାତ୍ର ଛାତ୍ରୀ। ଅନ୍ୟପକ୍ଷରେ ଆସନ୍ତା ୧୫ ତାରିଖରୁ ପାଠପଢା ହେବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି ବିଶ୍ୱବିଦ୍ୟାଳୟ। ସେଲ୍ଫ ଫାଇନାନ୍ସସିଂର ଦ୍ଵିତୀୟ ଓ ତୃତୀୟ ବର୍ଷର ପାଖାପାଖି 1000ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ସ୍ମାର୍ଟ କ୍ଲାସ ରୁମ ସହ ଲାଇବ୍ରେରୀ,ଲ୍ୟାବ୍ ଓ 200ରୁ ଅଧିକ ଛାତ୍ରୀଙ୍କ ପାଇଁ ହଷ୍ଟେଲର ବ୍ୟବସ୍ଥା କରାଯାଇଛି ବୋଲି ପୂର୍ବରୁ ସୂଚନା ଦେଇଥିଲେ କର୍ତ୍ତୃପକ୍ଷ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.