ETV Bharat / state

ରୋଗୀଙ୍କ ଜୀବନକୁ ନେଇ ଖେଳ, SCBରେ ଅସ୍ତ୍ରୋପଚାରର 4ଦିନ ପରେ ଫିଟିଗଲା ସିଲେଇ - ଅସ୍ତ୍ରପଚାର ପରେ ଫିଟିଲା ସିଲେଇ

ଏସସିବି ମେଡିକାଲ ଚିକିତ୍ସାରେ ଅବହେଳା ନେଇ ଅଭିଯୋଗ ହୋଇଛି । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଯାହାର 4ଦିନ ପରେ ପେଟରେ ହୋଇଥିବା ସିଲେଇ ଖୋଲିଯାଇଛି ।

ଅସ୍ତ୍ରପଚାରର ୪ ଦିନ ପରେ ଫିଟିଲା ସିଲେଇ
author img

By

Published : Oct 31, 2019, 10:31 AM IST

କଟକ: ପୁଣି ରୋଗୀଙ୍କ ଜୀବନ ସହ ଖେଳ । ଏସସିବି ମେଡିକାଲ ଚିକିତ୍ସାରେ ଅବହେଳା ନେଇ ଅଭିଯୋଗ ହୋଇଛି । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଯାହାର 4ଦିନ ପରେ ପେଟରେ ହୋଇଥିବା ସିଲେଇ ଖୋଲିଯାଇଛି । ଯାହାକୁ ନେଇ ରୋଗୀ ସମ୍ପର୍କୀୟଙ୍କ ମଧ୍ୟ ଅସନ୍ତୋଶ ଦେଖାଦେଇଛି ।

ସୂଚନା ଅନୁସାରେ, ଏସସିବିର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ମହିଳାଙ୍କର ଅସ୍ତ୍ରୋପଚାରରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ମାତ୍ର ୪ ଦିନ ପରେ ଉକ୍ତ ମହିଳାଙ୍କ ପେଟରେ ପଡିଥିବା ସିଲେଇ ଖୋଲି ଯାଇଥିଲା । ଏନେଇ ପ୍ରଥମେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଡାକ୍ତର ପହଞ୍ଚି ନଥିଲେ ।

ମେଡିକାଲରେ ଥିବା ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ଅବଗତ କରାଯାଇଥିଲେ ବି ରୋଗୀଙ୍କ ରକ୍ତ ପରୀକ୍ଷା କରିବାକୁ ପରାମର୍ଶ ଦେଇ କେଉଁ ଆଡେ ଚାଲି ଯାଇଥିଲେ । ଏହାକୁ ନେଇ ରୋଗୀ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିବା ସହ ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ମହିଳା ଜଣକ ସେମିତି ଯନ୍ତ୍ରଣାରେ ଛଟପଟ ହୋଇଥିଲେ ।

ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଜଣେ ପାରା ଲିଗାଲ ସ୍ବେଚ୍ଛାସେବୀ ଏହି ସମ୍ପର୍କରେ ଏସସିବି କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଶେଷରେ ଜଣେ ଷ୍ଟାଫ୍ ନର୍ସ ପହଞ୍ଚି ମହିଳାଙ୍କ ସିଲେଇ ଖୋଲି ଯାଇଥିବା ସ୍ଥାନରେ ଡ୍ରେସିଂ କରିବା ସହ ଗଜ କପଡାରେ ଫିଟି ଯାଇଥିବା ସ୍ଥାନକୁ ବାନ୍ଧିଥିଲେ । ଅପରାହ୍ନ ୪ଟା ସମୟରେ ଜଣେ ଡାକ୍ତରୀ ଟିମ ୱାର୍ଡରେ ପହଞ୍ଚି ମହିଳାଙ୍କ ଚିକିତ୍ସା ଆରମ୍ଭ କରିବା ସହ ଔଷଧ ଦେଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଏସସିବି ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଜଣେ ମହିଳାଙ୍କର ୪ ଦିନ ତଳେ ଅସ୍ତ୍ର ପ୍ରଚାର କରାଯାଇଥିଲା। ଅସ୍ତ୍ର ପ୍ରଚାର ପରେ ମହିଳା ଜଣକ କନ୍ୟା ସନ୍ତାନ ଜନ୍ମ କରିଥିଲେ।ତେବେ ୪ ଦିନ ପରେ ଉକ୍ତ ମହିଳାଙ୍କ ପେଟରେ ସିଲେଇ ଖୋଲାଯିବା ସମୟରେ ପେଟ ଆଁ ହୋଇଯାଇଥିଲା।ଏଭଳି ଘଟଣା ପରେ, ରୋଗୀ ଡରି ଯାଇଥିବା ବେଳେ ସମ୍ପର୍କୀୟ ମାନେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ଏନେଇ ସମ୍ପର୍କୀୟ ଡାକ୍ତରଙ୍କ ସହ ଯୋଗା ଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଡାକ୍ତର ପହଞ୍ଚି ନଥିଲେ।
ତେବେ ଚିକିତ୍ସା କର୍ମଚାରୀଙ୍କୁ ଏନେଇ ଅବଗତ କରାଯାଇଥିଲେ ବି ପ୍ରଥମେ ମହିଳା ଜଣଙ୍କର ରକ୍ତ ପରୀକ୍ଷା କରିବା ପାଈଁ ପରାମର୍ଶ ଦେଇ କେଉଁଆଡେ ଚାଲି ଯାଇଥିଲେ।
ଏହାକୁ ନେଇ ରୋଗୀ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିଥିଲେ।ଦୀର୍ଘ ୬ ଘନ୍ଟାରୁ ଅଧିକ ସମୟ ମହିଳା ଜଣକ ଛଟ ପଟ ହେଉଥିବା ଖବର ଚାରିଆଡେ ପ୍ରଚାର ହେବାରୁ ଜଣେ ପାରାଲିଗାଲ ସ୍ୱେଚ୍ଛାସେବୀ ଏହି ସମ୍ପର୍କରେ ଏସସିବି କର୍ତ୍ତୃପକ୍ଷ ଙ୍କୁ ଜଣାଇବା କୁ ଚେଷ୍ଟା କରି ବିଫଳ ହୋଇଥିଲେ।
ଶେଷରେ ସ୍ଟାଫ୍ ନର୍ସ ପହଞ୍ଚି ମହିଳା ଙ୍କ ସିଲେଇ ଖୋଲିଯାଇଥିବା ସ୍ଥାନର ଡ୍ରେସିଂ କରିବା ସହ ଗଜ କପଡା ଦେଇ ବନ୍ଦ କରିଥିଲେ।
ସୂଚନା ଅନୁଯାୟୀ ଅପରାହ୍ନ ୪ ଟା ସମୟରେ ଡାକ୍ତର ଟିମ ୱାର୍ଡ ରେ ପହଞ୍ଚି ମହିଳାଙ୍କ ଚିକିତ୍ସା ଆରମ୍ଭ କରିବା ସହ ଔଷଧ ଦେଇଥିଲେ।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.