କଟକ: ଯଥା ଶୀଘ୍ର ନୂତନ ପେନସନ ଯୋଜନାକୁ ବାତିଲ କରି ପୁରୁଣା ପେନସନ ଯୋଜନା ଲାଗୁ କର । ନଚେତ ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନ କରାଯିବ । କେବଳ ସେତିକି ନୁହେଁ ଆସନ୍ତା ୨୬ ତାରିଖରେ ଭୁବନେଶ୍ୱରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶକ୍ଷକ ମହାସଙ୍ଘ କର୍ମଚାରୀଙ୍କ ମହାସମାବେଶ କରାଯିବ ବୋଲି ଏଭଳି ଚେତାବନୀ ଦେଇଛି ରାଜ୍ୟ ଶିକ୍ଷକ ମହାସଂଘ । ନୂତନ ପେନସନ ଯୋଜନାକୁ ବାତିଲ କରି ପୁରୁଣା ପେନସନ ଯୋଜନା ଲାଗୁ କରିବା ପାଇଁ ଦାବି ମହା ସମାବେଶ କରାଯିବ ।
ଏଥିପାଇଁ ଏହି ମହାସମାବେଶର ଆୟୋଜନ କରାଯିବ ବୋଲି ସଂଘ ନିଷ୍ପତ୍ତି ନେଇଛି । ଏହି ସମାବେଶରେ କେନ୍ଦ୍ର, ରାଜ୍ୟ କର୍ମଚାରୀ, ଶିକ୍ଷକମାନେ ଯୋଗ ଦେବା ପାଇଁ ସଂଘ ଆହ୍ୱାନ କରିଛି । ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ମଧ୍ୟ ଏହି ସମାବେଶରେ ସାମିଲ ହେବେ । ରାଜ୍ୟରୁ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ସରକାରୀ କର୍ମଚାରୀ ଓ ଶିକ୍ଷକମାନେ ଏହି ମହାସମାବେଶରେ ସାମିଲ ହୋଇ ନିଜର ଦାବି ଉପସ୍ଥାପନ କରିବେ ।
ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ କହିଛି, ‘‘୨୦୦୪ ମସିହାରୁ ପୁରୁଣା ପେନସନ ଲାଗୁ କରିବା ପାଇଁ ଦାବି କରାଯାଉ ଥିଲେ ସୁଦ୍ଧା ତାହା ଏ ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । କାରଣ ଦେଶର ଅନ୍ୟ ୪ଟି ରାଜ୍ୟରେ ଏଭଳି ଆନ୍ଦୋଳନ ଯୋଗୁଁ ସେଠାରେ ପୁରୁଣା ପେନସନ ଯୋଜନାକୁ ସରକାର ଲାଗୁ କରିଛନ୍ତି । ମାତ୍ର ଏନେଇ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ବି ସରକାର କୌଣସି ପ୍ରକାର ପଦକ୍ଷେପ ନେଉନଥିବା ସଂଘ ଅଭିଯୋଗ କରିଛି । ନାଁ ରାଜ୍ୟ ସରକାର ନାଁ କେନ୍ଦ୍ର ସରକାର କୌଣସି ସରକାର ଏଥିପାଇଁ ଚିନ୍ତା ମଧ୍ୟ କରୁ ନାହାନ୍ତି । ’’
ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, ‘‘ଗୋଟିଏ ଦିନ ପାଇଁ ଏହି ମହାସମାବେଶ ଆୟୋଜନ କରାଯିବ । ଯାହା ଦ୍ୱାରା ଉଭୟ ସରକାରଙ୍କ ଉପରେ ଚାପ ପକାଯିବ । ଏହା ସହ ଦୀର୍ଘ ବର୍ଷ ଧରି ଶିକ୍ଷାଦାନ କରୁଥିବା ମାଧ୍ୟମିକ ଶିକ୍ଷଙ୍କ ପାଇଁ ସପ୍ତମ ବେତନ ଲାଗୁ କରିବା ନେଇ ଦାବି କରାଯିବ । ୨୦୧୬ରୁ ଏହା ଲାଗୁ କରାଯାଇଥିବା ବେଳେ ଆମ ରାଜ୍ୟରେ କାହିଁକି ଏନେଇ ପଦକ୍ଷେପ ନିଆଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛି । ତେବେ ଏହି ଦାବି ଗୁଡିକ ସମେତ ଅନେକ ସମସ୍ୟା ସମ୍ପର୍କରେ ମଧ୍ୟ ଏହି ମହାସମାବେଶରେ ଦାବି କରି ସରକାରଙ୍କୁ ଘେରିବ ସଂଘ ।
ଇଟିଭି ଭାରତ, କଟକ