କଟକ: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ଦ୍ବିତୀୟ ରାଜ୍ଯ ଆନ୍ତଃଜିଲ୍ଲା ଫେନସିଂ(ଅଶୀଚାଳନା) ଚମ୍ପିୟନସିପ୍ । ତିନି ଦିନ ଧରି ଚାଲିବାକୁ ଥିବା ଏହି ଚମ୍ପିୟନସିପରେ 13ଟି ଜିଲ୍ଲାରୁ 200ରୁ ଊର୍ଦ୍ଧ୍ଵ ଖେଳାଳୀ ଭାଗ ନେଇଛନ୍ତି । ଏଥିରୁ ଜାତୀୟ ଫେନସିଂ ଚମ୍ପିୟନସିପ୍ ପାଇଁ ଓଡ଼ିଶା ଟିମ୍ ଚୟନ କରାଯିବ ବୋଲି କହିଛନ୍ତି ରାଜ୍ୟ ଫେନସିଂ କ୍ରୀଡା ସମ୍ପାଦକ । କଟକରେ ଆରମ୍ଭ ହୋଇଥିବା ଚମ୍ପିଆନ୍ସିପରେ ବାଳକ, ବାଳିକା, ପୁରୁଷ ଓ ମହିଳା ଖେଳାଳି ଅଂଶଗ୍ରହଣ କରିଛନ୍ତି । ଏହି ଚମ୍ପିଆନ୍ସିପ ତିନି ଦିନ ଧରି ଆୟୋଜିତ ହେବ ।
ପୂର୍ବରୁ ରାଜ୍ୟର 6ଟି ଜିଲ୍ଲାରେ ଏହି ଫେନସିଂ ବା ଅଶୀଚାଳନା ଖେଳ ହେଉଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ପାଇଁ ଏହି ଖେଳ 13ଟି ଜିଲ୍ଲାକୁ ପ୍ରସାରିତ ହୋଇ ସାରିଲାଣି । ଏହି ଚମ୍ପିଆନ୍ସିପରୁ ସବ୍-ଜୁନିୟର, ଜୁନିୟର ଓ ସିନିୟର ବର୍ଗର ଶ୍ରେଷ୍ଠ ଖେଳାଳିଙ୍କୁ ଚୟନ କରାଯିବ । ପରେ ଅଲଗା ଅଲଗା ଭାବେ ସବ୍ଜୁନିୟର, ଜୁନିୟର ଓ ସିନିୟର ଟିମର ପ୍ରସ୍ତୁତି ଶିବିର ଅନୁଷ୍ଠିତ ହେବ । ପରେ ଓଡ଼ିଶାର ଖେଳାଳିମାନେ ଡିସେମ୍ବର ଓ ଜାନୁଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଫେନସିଂ ଚମ୍ପିଆନ୍ସିପରେ ଓଡ଼ିଶାର ପ୍ରତିନିଧିତ୍ବ କରିବେ ।
ଏହାମଧ୍ୟ ପଢନ୍ତୁ: World Cup 2023: ଆଜି ଇଂଲଣ୍ଡ-ଆଫଗାନିସ୍ତାନ ଭେଟ, ଦ୍ବିତୀୟ ବିଜୟ ଲକ୍ଷ୍ୟରେ ବଟଲର ବାହିନୀ
ତେବେ କହିବାକୁ ଗଲେ ରାଜ୍ୟରେ ବର୍ତ୍ତମାନ ଏହି କ୍ରୀଡ଼ାର ବିକାଶ ଦିଗରେ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନାହିଁ । ସରକାର ରାଜ୍ୟରେ ହକି, କ୍ରିକେଟ୍ ଇତ୍ୟାତି କ୍ରୀଡ଼ାକୁ ବେଶୀ ଫୋକସ କରୁଥିଲା ବେଳେ ଫେନସିଂ କ୍ରୀଡ଼ାରେ ଓଡ଼ିଶା ପଛରେ ରହୁଛି । କାହିଁକି ନାଁ ଏହି କ୍ରୀଡ଼ାର ଗୋଟିଏ ଗୋଟିଏ କୀଟସ୍ କିଣିବା ରାଜ୍ୟ ସଂଘ ପାଇଁ କଷ୍ଟକର ସାବ୍ୟସ୍ତ ହେଉଛି । ତେଣୁ ତୃଣମୂଳ ସ୍ତରରୁ ଯେଉଁ ଖେଳାଳି ଆସୁଛନ୍ତି ସେମାନଙ୍କ ପାଇଁ ଯଦି ସରକାରୀ ସ୍ତରରେ ଯଦି ସାହାଯ୍ୟ ସୁବିଧା ମିଳନ୍ତା ତେବେ ଆଗାମୀ ଦିନରେ ଓଡ଼ିଶା ଜାତୀୟ ସ୍ତରରେ ଅନେକ ମେଡାଲ ଆଣିବ ବୋଲି ଫେନସିଂ କ୍ରୀଡା ରାଜ୍ୟ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ।
ଏହାମଧ୍ୟ ପଢନ୍ତୁ : କଟକରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ବାସ୍କେଟ୍ବଲ୍ ପ୍ରତିଯୋଗିତା
ଇଟିଭି ଭାରତ, କଟକ