କଟକ: 2 ଦଫା ଦାବି ନେଇ କେନ୍ଦ୍ରାଞ୍ଚଳ ଆରଡ଼ିସିଙ୍କୁ ଭେଟିଛନ୍ତି ରାଜ୍ୟ ଆଇନଜୀବୀ ସଂଘ । ଆଇନଜୀବୀଙ୍କୁ ୫ ଲକ୍ଷ ଟଙ୍କାର ହେଲଥ କାର୍ଡ ଓ ମୃତ୍ୟୁ କାଳୀନ ବେନିଫିଟ ପାଇଁ ଶହେ କୋଟି ଟଙ୍କା ଫଣ୍ଡରେ ରଖିବାକୁ ସଂଘ ଦାବି କରିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଘ ଏକ ଦାବିପତ୍ର କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ପ୍ରଦାନ କରିଛି ।
ରାଜ୍ୟରେ ୬୦ ହଜାରରୁ ଉର୍ଦ୍ଧ୍ବ ଆଇନଜୀବୀ ଅଛନ୍ତି ହେଲେ ସେମାନଙ୍କ ପାଇଁ ସରକାର କୌଣସି ସୁବିଧା କରାଯାଉନଥିବା ସେମାନେ କହିଛନ୍ତି । ତେବେ ଏହି ଦାବି ନେଇ ରାଜ୍ୟର ସମସ୍ତ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ଆବଶ୍ୟକ ପଡ଼ିଲେ ରାଜ୍ୟର ସମସ୍ତ ବିଧାୟକଙ୍କୁ ମଧ୍ୟ ପ୍ରଦାନ କରାଯିବ ବୋଲି ସଂଘ କହିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ