ETV Bharat / state

‘ଭଲ ଅଛି ଜଗା, ବଳିଆର ଚାଲିଛି ଚିକିତ୍ସା’

author img

By

Published : Sep 18, 2019, 8:25 PM IST

ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ପରଖିଲେ ଜଗା-ବଳିଆଙ୍କ ସ୍ବାସ୍ଥ୍ୟାବସ୍ଥା । ଜଗାର ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସହ ବଳିଆର ଚିକିତ୍ସା ଚାଲିଥିବା କହିଛନ୍ତି ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ଏହା ସହ ଜଗାର ମାନସିକ ବିକାଶ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଏସସିବିରେ ପହଁଞ୍ଚି ଜଗା ବଳିଆର ସ୍ବାସ୍ଥ୍ୟାବସ୍ଥା ପରିଖିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ଏସିବି ଗସ୍ତ ପରେ ସେ କହିଛନ୍ତି ଯେ ଜଗାର ମାନସିକ ବିକାଶର ଆବଶ୍ୟକତା ରହିଛି । ମେଡିକାଲ ପରିବେଶ ସେତେଟା ଭଲ ନୁହେଁ । ଖେଳିବା ସାମଗ୍ରୀ, ଘରୋଇ ପରିବେଶ, ବାପା ମାଙ୍କ ସ୍ନେହ, ପାଠ ପଢ଼ିବା ସହ ତାର ଅନ୍ୟାନ୍ୟ ଆବଶ୍ୟକତା ମଧ୍ୟ ରହିଛି । ବର୍ତ୍ତମାନ ସ୍ଥିତିରେ ଜଗା ସୁସ୍ଥ ଅଛି ଆଉ ବଳିଆର ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ଖରାପ ରହିଛି । ତେବେ ଆଗାମୀ ଦିନରେ ବଳିଆ ସୁସ୍ଥ ହେବାର ଆଭାସ ମିଳୁଛି ବୋଲି କହିଛନ୍ତି ସେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଯେପରି ଉଭୟ ଶୀଘ୍ର ସୁସ୍ଥ ହେବେ ସେନେଇ ମେଡିକାଲ ଟିମ ଓ ସୁପରଟେଣ୍ଡେଣ୍ଟଙ୍କ ସହ ବିଧିବଦ୍ଧ ଭାବେ ଆଲୋଚନା କରିଛନ୍ତି ଅଧକ୍ଷା । ତେବେ ବର୍ତ୍ତମାନ କାଳିଆର ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ । ଏମସ୍‌ର କହିବା ଅନୁସାରେ ମେଡିକାଲ ଟିମ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେଉଛନ୍ତି । ତେବେ ଉଭୟଙ୍କ ମାନସିକ ବିକାଶ ହେବାର ଆଵଶ୍ୟକତା ରହିଛି । ଜଗାକୁ ବର୍ତ୍ତମାନ 4 ବର୍ଷ ହୋଇଥିବା ବେଳେ ଆଉ ଗୋଟେ ବର୍ଷ ପରେ ତାର ପାଠପଢ଼ା କାର୍ଯ୍ୟ ଆରମ୍ଭ କରିବା ଦରକାର ବୋଲି କହିଛନ୍ତି ଅଧ୍ୟକ୍ଷା ।

ଜଗା ପାଇଁ ଆଉ ବେଶୀଦିନ ମେଡିକାଲ ପରିସର ମଧ୍ୟ ଠିକ ନୁହେଁ । ତେବେ ମୋଟାମୋଟି କହିବାକୁ ଗଲେ ଆଗାମୀ ଦିନରେ ଆୟୋଗ ପକ୍ଷରୁ ଉଭୟଙ୍କ ପାଇଁ ନିଶ୍ଚିତ ସକାରାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧକ୍ଷା ସନ୍ଧ୍ୟାବତୀ ପ୍ରଧାନ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:
କଟକ: ଜଗାର ମାନସିକ ବିକାଶ ଆଵଶ୍ୟକତା ରହିଛି । ମେଡିକାଲ ପରିବେଶ ରେ ଏତେଟା ବି ଭଲ ନୁହେଁ । ଖେଳିବା ସାମଗ୍ରୀ , ଦୁଷ୍ଟାମୀ ର ମଧ୍ୟ ଆଵଶ୍ୟକତା ରହିଛି । ବର୍ତ୍ତମାନ ସ୍ଥିତିରେ ଜଗା ସୁସ୍ତ ଅଛି ଆଉ ବଳିଆ ର ସ୍ୱାସ୍ଥ୍ୟ ଅବସ୍ଥା ସାମନ୍ୟ ଖରାପ ରହିଛି । ତେବେ ଆଗାମୀ ଦିନରେ ବଳିଆ ସୁସ୍ଥ ହେବାର ଆଭସ ମିଳୁଛି ବୋଲି କହିଛନ୍ତ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧକ୍ଷା ସନ୍ଧ୍ୟାବତୀ ପ୍ରଧାନ ।

ଆଜି ଏସିବି ମେଡିକାଲ ଗସ୍ତ କରି ଜଗାବଳିଆଙ୍କ ସ୍ୱାସ୍ତ୍ୟ ଅବସ୍ଥା ସମ୍ପର୍କ ରେ ଯାଞ୍ଚ କରିଛନ୍ତି ସେ । ଯେପରି ଉଭୟ ଶୀଘ୍ର ସୁସ୍ତ ହେବେ ସେନେଇ ମେଡିକାଲ ଟିମ ଓ ସୁପରଟେଣ୍ଡ ଙ୍କ ସହ ବିଧିବଦ୍ଧ ଭାବେ ଆଲୋଚନା କରିଛନ୍ତି ଅଧକ୍ଷା ।

ତେବେ ଵର୍ତମାନ ସ୍ଥିତି ବଳିଆ ର ସ୍ୱାସ୍ତ୍ୟ ଅବସ୍ଥା ଭଲ ନାହିଁ । ମେଡିକଲ ଟିମ ଉର୍ଣ୍ଣତ ମାନର ଚିକିତ୍ସା ଯୋଗାଇ ଦେଉଛନ୍ତି । ତେବେ ଉଭୟ ଙ୍କ ର ମାନସିକ ବିକାଶ ହେବା ଆଵଶ୍ୟକତା ରହିଛି । ଜଗା ବର୍ତ୍ତମାନ 4 ବର୍ଷ ହୋଇଥିବା ବେଳେ ଆଉ ଗୋଟେବର୍ଷ ପରେ ତାର ଅଧ୍ୟୟନ କାର୍ଯ୍ୟ ଆରମ୍ଭ କରିବା ଦରକାର ।

ଵର୍ତମାମ ସମୟରେ ସେ ଖେଳିବା ଆଉ ଯେତେ ଦୁଷ୍ଟାମୀ କରି ପାରିବ । ଏହା ଦ୍ୱାରା ଜଗା କୁ ଖୁସି ମିଳିବ । ଆଉ ବେସିଦିନ ମେଡିକାଲ ପରିସର ମଧ୍ୟ ଠିକ ନୁହେଁ । ତବେ ମୋଟାମୋଟି ଭାବେ କହିବାକୁ ଗଲେ ଆଗାମୀ ଦିନରେ ଆୟୋଗ ପକ୍ଷରୁ ଉଭୟଙ୍କ ପାଇଁ ନିଶ୍ଚିତ ସକରାତ୍ମକ କାର୍ଯ୍ୟପନ୍ଥା ଆପଣାଯିବ ବୋଲି କହିଛନ୍ତି ସେ ।

Body:ବାଇଟ: ସନ୍ଧ୍ୟାବତୀ ପ୍ରଧାନ ( ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧକ୍ଷା )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.