ETV Bharat / state

ଆନ୍ଦୋଳନରେ ସମ୍ପୃକ୍ତ ନଥିବା ଅନ୍ୟ ଓକିଲଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କଲା BCI

author img

By

Published : Dec 17, 2022, 10:18 PM IST

ସମ୍ବଲପୁର ଓକିଲ ଆନ୍ଦୋଳନ ଘଟଣା । ଆନ୍ଦୋଳନରେ ସମ୍ପୃକ୍ତ ନ ଥିବା ଅନ୍ୟ ଓକିଲଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହୃତ କରାଯାଇଥିବା ନେଇ ବିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ଆନ୍ଦୋଳନରେ ସମ୍ପୃକ୍ତ ନଥିବା ଅନ୍ୟ ଓକିଲମାନଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଛି BCI

କଟକ: ସମ୍ବଲପୁର ଓକିଲ ଆନ୍ଦୋଳନ ଘଟଣା । ଏହି ଘଟଣାର ତୃତୀୟ ପର୍ଯ୍ୟାୟରେ 11 ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ କରିଛି ଭାରତୀୟ ବାର କାଉନସିଲ ( BCI ) । ଫଳସ୍ବରୁପ ଲାଇସେନ୍ସ ରଦ୍ଦ ହୋଇଥିବା ଓକିଲଙ୍କ ସଂଖ୍ୟା ଏବେ ସଂଖ୍ୟା 54ରେ ପହଁଞ୍ଚିଛି । ସିସିଟିଭି ଫୁଟେଜ ଆଧାରରେ ଆନ୍ଦୋଳନକାରୀ ଓକିଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ଏହା ବ୍ୟତୀତ ଆନ୍ଦୋଳନରେ ସମ୍ପୃକ୍ତ ନ ଥିବା ଅନ୍ୟ ଓକିଲଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହୃତ କରିଛି BCI । କିନ୍ତୁ ଯେଉଁ ଓକିଲମାନଙ୍କ ଲାଇସେନ୍ସ ରଦ୍ଦ ହୋଇଛି ସେମାନଙ୍କୁ କୋର୍ଟ ପରିସର ମନା କରାଯାଇଛି । ଲାଇସେନ୍ସ ରଦ୍ଦ ହୋଇଥିବା ଓକିଲମାନଙ୍କୁ ଜବାବ ତଲବ କରିବାକୁ ନିର୍ଦ୍ଦେଶ ରହିଛି । ଆସନ୍ତା ଫେବୃଆରୀ 15 ତାରିଖ ସୁଦ୍ଧା ଜବାବ ତଲବ ଦେବା ପାଇଁ ନିର୍ଦ୍ଦେଶ ଦେଇଛି ଭାରତୀୟ ବାର କାଉନସିଲ ।

ତେବେ ଗଣ୍ଡଗୋଳ ଘଟଣାର ଯାଞ୍ଚ ପାଇଁ ଏକ ଫାକ୍ଟ୍ର ଫାଇଣ୍ଡିଂ ଟିମ ଗଠିତ କରାଯାଇଛି । ତିନି ଜଣିଆ ସଦସ୍ୟ ବିଶିଷ୍ଟ ଏହି ଫାକ୍ଟ୍ର ଫାଇଣ୍ଡିଂ ଟିମ ଜାନୁଆରୀ 15 ତାରିଖ ସୁଦ୍ଧା ଭାରତୀୟ ବାର କାଉନସିଲ ନିକଟରେ ନିଜ ରିପୋର୍ଟ ଦାଖଲ କରିବ । ଯଦି ତଦନ୍ତ ସମୟରେ ଫାକ୍ଟ୍ର ଫାଇଣ୍ଡିଂ ଟିମକୁ ଅନ୍ୟ କିଛି ଗଣ୍ଡେଗୋଳକାରୀ ଓକିଲଙ୍କ ବାବଦରେ ପ୍ରମାଣ ମିଳିବ ତେବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଓଡ଼ିଶା ବାର କାଉନସିଲର ସଚିବ ଯଯାତୀ କେଶରୀ ସାମନ୍ତସିଂହାର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.